Business

ଆକ୍ସିସ୍ ବ୍ୟାଙ୍କ୍ ଫାଉଣ୍ଡେସନ୍ ପକ୍ଷରୁ ଧରିତ୍ରୀ ଦିବସ ପାଳନ: ଓଡିଶାରେ ସ୍ଥାୟୀ ଜୀବିକା ନିର୍ବାହର ବିକାଶ କରୁଛି

  • ଓଡିଶାର ସ୍ଥାୟୀ ଜୀବିକା କାର୍ଯ୍ୟକ୍ରମ ୧୦୦,୦୦୦ରୁ ଅଧିକ ଗ୍ରାମୀଣ ପରିବାରକୁ ରୂପାନ୍ତରିତ କରିପାରିଛି
  • ଏହି କାର୍ଯ୍ୟକ୍ରମ ଉନ୍ନତ କୃଷି ଜ୍ଞାନ ଏବଂ ନିରନ୍ତର କୃଷି ଅଭ୍ୟାସକୁ ପ୍ରୋତ୍ସାହିତ କରି ସମ୍ପ୍ରଦାୟର ସଦସ୍ୟ ଏବଂ ଅନୁଷ୍ଠାନଗୁଡ଼ିକୁ ସଶକ୍ତ କରିଥାଏ
  • ଏହା ସୌର ଭିତ୍ତିକ ସମାଧାନ ମାଧ୍ୟମରେ ବିଦ୍ୟୁତ୍ ଏବଂ ଇନ୍ଧନ ଉପରେ ନିର୍ଭରଶୀଳତାକୁ ଯଥେଷ୍ଟ ହ୍ରାସ କରିଛି

ଭୁବନେଶ୍ୱର: ଧରିତ୍ରୀ ଦିବସ ପାଳନ ଅବସରରେ, ଆକ୍ସିସ୍ ବ୍ୟାଙ୍କ ଫାଉଣ୍ଡେସନ୍ (ଏବିଏଫ୍‌) ଏବଂ ହର୍ଷା ଟ୍ରଷ୍ଟ ଏକତ୍ରିତ ହୋଇ ସ୍ଥାୟୀ କୃଷି ଅଭ୍ୟାସ ମାଧ୍ୟମରେ ଓଡିଶାର ଗ୍ରାମୀଣ ସମ୍ପ୍ରଦାୟକୁ ଉନ୍ନତ କରିବା ପାଇଁ ଉଦ୍ୟମ କରିଛନ୍ତି । ୨୦୧୨ରେ, ଏବିଏଫ୍ ଏବଂ ହର୍ଷା ଟ୍ରଷ୍ଟ ଓଡିଶାରେ ସ୍ଥାୟୀ ଜୀବିକା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଯାହା ୧୦୦,୦୦୦ରୁ ଅଧିକ ଗ୍ରାମୀଣ ପରିବାରର ଜୀବନ ଏବଂ ଜୀବିକା ଉପରେ ସକରାତ୍ମକ ପ୍ରଭାବ ପକାଇଥିଲା ଏବଂ ପରିବେଶ ସ୍ଥିରତା ଓ ଅର୍ଥନୈତିକ ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।
ସ୍ଥାୟୀ ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଏହି ପରିବାରଗୁଡିକର ସ୍ଥାନାନ୍ତର ହ୍ରାସ ଏବଂ ସେମାନଙ୍କ ସମ୍ପ୍ରଦାୟ ମଧ୍ୟରେ କାର୍ଯ୍ୟକ୍ଷମ ତଥା ସ୍ଥାୟୀ ଆୟ ସୁଯୋଗ ଯୋଗାଇ ପରିବାରର ଆୟ ବୃଦ୍ଧିରେ ସହାୟକ ଭାବେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ଅଂଶଗ୍ରହଣକାରୀମାନଙ୍କୁ ଉନ୍ନତ କୃଷି ଜ୍ଞାନ କୌଶଳ ଯୋଗାଇବା, ବହୁଫସଲ ପ୍ରଣାଳୀ, ଗୁରୁତ୍ୱପୂର୍ଣ୍ଣ ଭିତିଭୂମିର ବ୍ୟବହାର ସୁଯୋଗ ଯଥା ସୌର ଚାଳିତ ସମାଧାନ ପ୍ରଦାନ କରିବା ଆଦି ଏକ ମିଳିତ ଶକ୍ତିର ପ୍ରତୀକ ।
ଓଡ଼ିଶାର ଜଣେ ଗରିବ କୃଷକ କୁନି ଭତ୍ରା ଏହି କାର୍ଯ୍ୟକ୍ରମର ପରିବର୍ତନଶୀଳ ପ୍ରଭାବର ଉଦାହରଣ ଦେଇଛନ୍ତି। ପୂର୍ବରୁ ସେ ଏକ କ୍ଷୁଦ୍ର ଜମିରେ ଧାନ ଚାଷ କରୁଥିଲେ, ଏହି କାର୍ଯ୍ୟକ୍ରମରେ କୁନିଙ୍କ ଅଂଶଗ୍ରହଣ ପରେ ତାଙ୍କ ଜ୍ଞାନ, ଉପକରଣ ଏବଂ ଉନ୍ନତ କୃଷି ଅଭ୍ୟାସ ଉପରେ ଦକ୍ଷତା ସୃଷ୍ଟି ହୋଇଥିଲା । ବର୍ତମାନ, ସେ ବହୁଫସଲ ପ୍ରଣାଳୀ ବ୍ୟବହାରକରନ୍ତି ଯାହା ଫସଲର ଅମଳ କ୍ଷମତାରେ ଉନ୍ନତି ଦେବା ସହ ଓ ସେ ଆୟର ବିଭିନ୍ନ ଉତ୍ସ ପାଇପାରିଛନ୍ତି । ତାଙ୍କ ଯାତ୍ରା ବିଷୟରେ ବର୍ଣ୍ଣନା କରି କୁନି କୁହନ୍ତି, “ପୂର୍ବରୁ ମୁଁ ମୋ ପରିବାରର ଆବଶ୍ୟକତା ବହୁ କଷ୍ଟରେ ପୂରଣ କରିପାରୁଥିଲି, କିନ୍ତୁ ବର୍ତ୍ତମାନ ବହୁ ଫସଲ ଚାଷ ସହିତ ମୋର ପିଲାମାନଙ୍କ ପାଇଁ ଉତ୍ତମ ପୁଷ୍ଟିକର ଖାଦ୍ୟ ଏବଂ ଅତିରିକ୍ତ ଫସଲ ବିକ୍ରୟ କରିବାର ସୁଯୋଗ ପାଇପାରୁଛି । ପ୍ରଶିକ୍ଷଣ ଏବଂ ସମର୍ଥନ ମୋତେ ଭବିଷ୍ୟତ ପାଇଁ ଭରସା ଯୋଗାଇଛି ।
ଆକ୍ସିସ୍ ବ୍ୟାଙ୍କ ଫାଉଣ୍ଡେସନର ସିଇଓ ଧ୍ରୁଭି ଶାହା କହିଛନ୍ତି ଯେ “ନିରନ୍ତର ଜୀବିକା କାର୍ଯ୍ୟକ୍ରମ ପାଇଁ ହର୍ଷା ଟ୍ରଷ୍ଟ ସହିତ ଆମର ସହଯୋଗିତା ହେଉଛି କୃଷି କ୍ଷେତ୍ରରେ ସହାୟତା ଏବଂ ଶିକ୍ଷା ଦ୍ୱାରା କିପରି ଗ୍ରାମୀଣ ଅର୍ଥନୀତିର ମୌଳିକ ବୃଦ୍ଧି କରିପାରିବା । ଏହି ପୃଥିବୀ ଦିବସରେ, ଆମେ ପରିବାରଗୁଡିକରେ ଦେଖାଯାଇଥିବା ସଫଳତାକୁ ପାଳନ କରୁଛୁ, ଯେଉଁମାନେ ବର୍ତ୍ତମାନ ଆମର ନିରନ୍ତର ହସ୍ତକ୍ଷେପ ଦ୍ୱାରା ଅଧିକ ସୁରକ୍ଷିତ ଏବଂ ସ୍ଥାୟୀ ଜୀବନଶୈଳୀ ପାଇଛନ୍ତି ।
ଏହି କାର୍ଯ୍ୟକ୍ରମ ଫିକିର ନିରନ୍ତର କୃଷି ପୁରସ୍କାର ୨୦୨୩ର ତୃତୀୟ ସଂସ୍କରଣରେ ଏକ ପୁରସ୍କାର ଲାଭ କରିଥିଲା । ଏହି ସ୍ୱୀକୃତି କାର୍ଯ୍ୟକାରୀ ହୋଇଥିବା ସ୍ଥାୟୀ ଅଭ୍ୟାସଗୁଡ଼ିକର କାର୍ଯ୍ୟକାରିତାକୁ ଆଲୋକିତ କରେ।
ଏହି ପୃଥିବୀ ଦିବସରେ, କୁନି ଭତ୍ରା ପରି ଲୋକଙ୍କ ସଫଳତାର କାହାଣୀ ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବାରେ କାର୍ଯ୍ୟକ୍ରମର ଭୂମିକାକୁ ସୂଚିତ କରେ । ପରିବେଶକୁ ପୁଷ୍ଟିକର କରିବା ଏବଂ ମାନବଜାତିର ଉନ୍ନତି ପାଇଁ ଏହି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳ ଓଡିଶାରେ ସକରାତ୍ମକ ପରିବର୍ତ୍ତନ ଆଣୁଛି ।

Share

Leave a Reply

Your email address will not be published. Required fields are marked *

fifteen − 15 =