ନାଭାଲ୍ ଟାଟା ହକି ହାଇ ପରଫର୍‌ମାନ୍ସ ସେଂଟର୍ ପକ୍ଷରୁ ପିଲାମାନଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ‘ହକି ଗ୍ରୀଷ୍ଣକାଳୀନ ଶିବିର’ ଆୟୋଜିତ

ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହଯୋଗିତାରେ ଆୟୋଜିତ ଶିବିରରେ ୩୦୦ ଯୁବବର୍ଗଙ୍କ ଯୋଗଦାନ
୨୦୨୩ ଏପ୍ରିଲ୍ ୧୦ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ସମାନ ଧରଣର ଶିବିର ଆୟୋଜିତ ହେବ

ଭୁବନେଶ୍ୱର: ଓଡ଼ିଶା ନାଭାଲ୍ ଟାଟା ହକି ହାଇ ପରଫର୍‌ମାନ୍ସ ସେଂଟର (ଓଏନ୍‌ଟିଏଚ୍‌ପିସି) ପକ୍ଷରୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହଯୋଗରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ୬ ରୁ ୧୬ ବର୍ଷ ବୟସର ପିଲାମାନଙ୍କ ଲାଗି ସର୍ବପ୍ରଥମ ‘ହକି ଗ୍ରୀଷ୍ଣକାଳୀନ ଶିବିର ୨୦୨୩’ ଆୟୋଜନ କରାଯାଇଛି । ୨୦୨୩ ଏପ୍ରିଲ୍ ୩ରୁ ଆରମ୍ଭ ହୋଇ ୨୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରର ଲକ୍ଷ୍ୟ ହେଉଛି ଯୁବ କ୍ରୀଡ଼ାବିତଙ୍କ ମଧ୍ୟରେ ହକି ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କୁ ଦଳଗତ କାର୍ଯ୍ୟ, ନେତୃତ୍ୱ ଓ ସାମଗ୍ରିକ ଫିଟ୍‌ନେସ୍‌କୁ ଶାଣିତ କରିବା ।
ଏହି ଗ୍ରୀଷ୍ଣକାଳୀନ ଶିବିରରେ ଅଂଶଗ୍ରହଣକାରୀମାନେ ହକି ଇଣ୍ଡିଆ ଓ ଫେଡେରେସନ୍ ଇଟଂରନ୍ୟାସ୍‌ନାଲେ ଡି ହକି (ଏଫ୍‌ଆଇଏଚ୍‌) ସାର୍ଟିଫାଏଡ୍ କୋଚ୍‌ମାନଙ୍କ ଦ୍ୱାରା ପ୍ରଶିକ୍ଷଣ ହାସଲ କରିବେ । ଏହି ଶିବିରରେ ୩୦୦ ଉଦୀୟମାନ ଖେଳାଳି ସାମିଲ ହୋଇଛନ୍ତି ଯେଉଁମାନଙ୍କୁ ପ୍ରଶିକ୍ଷଣ ଶେଷ ହେବା ପରେ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ଆଗାମୀ ଦିନିରେ ହକିରେ ଆହୁରି ଅଧିକ ପ୍ରଶିକ୍ଷଣ ଲାଗି କିଛି ପ୍ରତିଭାବାନ ପ୍ରଶିକ୍ଷାର୍ଥୀଙ୍କୁ ଚିହ୍ନଟ କରାଯିବ । ଯଦି ଏହାକୁ ନେଇ ସକାରାତ୍ମକ ପ୍ରତିକ୍ରିୟା ମିଳେ ତେବେ ବର୍ଷତମାମ ସପ୍ତାହର ଶେଷ ଦିବସଗୁଡ଼ିକରେ କ୍ରିଡ଼ା ଓ ଯୁବ ସେବା ବିଭାଗ ଓ ହକି ଏଚ୍‌ପିସି ପକ୍ଷରୁ ଏଭଳି ଅଧିବେଶନ ଆୟୋଜନ କରିବାର ଯୋଜନା ରହିଛି ।
ହକି ଉପରେ ପ୍ରଶିକ୍ଷଣ ସହିତ ଏହି ଶିବିରରେ ଦଳଗତ କାର୍ଯ୍ୟ ଓ ନେତୃତ୍ୱ ନେବ଼ାର ଦକ୍ଷତା ବଢ଼ାଇବା ଲାଗି ମନୋରଂଜନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସାମିଲ କରାଯିବ । ଉଭୟ ଅଂଶଗ୍ରହଣକାରୀ ଓ ସେମାନଙ୍କ ଅଭିଭାବକମାନଙ୍କୁ ନେଇ ଆୟୋଜନ କରାଯିବାକୁ ଥିବା ଅଧିବେଶନରେ ନିଜସ୍ୱ ନ୍ୟୁଟ୍ରିସନିଷ୍ଟ ଓ ଫିଜିଓଥେରାପିଷ୍ଟ୍‌ମାନେ ସେମାନଙ୍କ ଅଭିଜ୍ଞତା ବାଂଟିବେ ।
ସନ୍ତରଣ ଓ ଉପଭୋଗ୍ୟ ଫିଟନେସ୍ ଅଧିବେଶନ ସହ ଏହି ଶିବିରରେ ଏକ ସାମଗ୍ରିକ ଦୌଡ଼କୁଦ ଅନୁଭୂତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ସ୍ୱଳ୍ପ ପରିମାଣର ପଂଜୀକରଣ ଫି’ ରେ ଶ୍ରେଷ୍ଠ ମାନର ହକି ପ୍ରଶିକ୍ଷଣକୁ ଉଦୀୟମାନ କ୍ରୀଡ଼ାବିତଙ୍କ ପାଖରେ ପହଂଚାଇବାକୁ ଏହି ଶିବିର ଅଭିଳାଷ ରଖିଛି ।
କ୍ରୀଡ଼ା ଓ ଯୁବ ସେବା ବିଭାଗ ସହଯୋଗରେ ସମାନ ଧରଣର ଶିବିର ୨୦୨୩ ଏପ୍ରିଲ୍ ୧୦ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ଆୟୋଜନ କରାଯାଉଛି ।
ଓଡ଼ିଶା ନାଭାଲ୍ ଟାଟା ହକି ଏଚ୍‌ପିସିଏ ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ଏହି ଅଭିଯାନ ସାରା ରାଜ୍ୟରେ ହକି ଖେଳର ପ୍ରସାର କରିବା ଏବଂ ପ୍ରତିଭାବାନ ଯୁବ କ୍ରୀଡ଼ାବିତଙ୍କୁ ସମୃଦ୍ଧ କରିବା ପାଇଁ ସେମାନଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ସାରା ରାଜ୍ୟରେ ନୂଆ ଏଚ୍‌ଟିସି ଅଭିଯାନ ପାଇଁ ପ୍ରଶିକ୍ଷକ ଓ ପ୍ରକ୍ରିୟା ପ୍ରଦାନ କରିବାକୁ ଓଡ଼ିଶା ନାଭାଲ୍ ଟାଟା ହକି ଏଚ୍‌ପିସିଏ ପକ୍ଷରୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ସହ ସହଯୋଗିତା ସ୍ଥାପନ କରାଯାଇଛି । ଏହି ସହଯୋଗିତା ଯୁବବର୍ଗର ପିଲାମାନଙ୍କୁ ଅଷ୍ଟ୍ରୋ ଟର୍ଫରେ ହକି ଖେଳିବାର ଆଗୁଆ ସୁଯୋଗ ପ୍ରଦାନ କରିବ ଏବଂ ଉଚ୍ଚ ସ୍ତରରେ ଆଧୁନିକ ଯୁଗର ହକି ଖେଳକୁ ସହଜରେ ରୁପାନ୍ତରିତ ହେବା ଲାଗି ସେମାନଙ୍କୁ ସକ୍ଷମ କରିବ ।

Share

Leave a Reply

Your email address will not be published. Required fields are marked *

18 + 13 =