କର୍ମଜୀବୀ ପେସାଦାରଙ୍କ ଲାଗି ଫିନ୍‌ଟେକ୍‌ରେ ପିଜି ପାଠ୍ୟକ୍ରମ ପାଇଁ ଆଇଆଇଏମ୍ ସମ୍ବଲପୁର ଓ ଏନ୍‌ଏସ୍‌ଇ ଏକାଡେମି ମଧ୍ୟରେ ଏମଓୟୁ

ଭୁବନେଶ୍ୱର: କର୍ମଜୀବୀ ପେସାଦାରମାନଙ୍କ ଲାଗି ଯୁଗ୍ମ ସାର୍ଟିଫିକେସନ କୋର୍ସ ପ୍ରଦାନ କରିବା ପାଇଁ ଭାରତର ଅନ୍ୟତମ ପ୍ରିମିୟର ମ୍ୟାନେଜମେଂଟ୍ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଏନ୍‌ଏସ୍‌ଇ ଏକାଡେମି ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି । ଆର୍ଥିକ ଓ ପ୍ରଯୁକ୍ତି କ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିବା ଲାଗି ଏହି ସ୍ୱତନ୍ତ୍ର ସାର୍ଟିଫିକେସନ ପାଠ୍ୟକ୍ରମକୁ ଏହି ସହାଯାଗିତା ଜରିଆରେ ପ୍ରସ୍ତୁତ କରାଯାଇଛି । ଆଇଆଇଏମ ସମ୍ବଲପୁର ପରିସରରେ ଅନୁଷ୍ଠିତ ବୁଝାମଣାପତ୍ର ସ୍ୱାକ୍ଷର ସମାରୋହ ଅବସରରେ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ଓ ଏନଏସଇ ଏକାଡେମି ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଳାଷ ମିଶ୍ର ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।
ଏହି ବୁଝାମଣାପତ୍ର ଅଧୀନରେ ଆଇଆଇଏମ୍ ସମ୍ବଲପୁର ସମ୍ବଲପୁରରେ ପ୍ରଥମ ଏମବିଏ ଇନ୍ ଫାଇନାନ୍ସିଆଲ ଟେକ୍ନୋଲୋଜି (ଫିନଟେକ୍‌) ଓ ଦିଲ୍ଲୀ ଆଇଏସ୍‌ଆଇଡି କ୍ୟାମ୍ପସରେ ମ୍ୟାନେଜମେଂଟ୍‌ରେ ସ୍ନାତକୋତର ପାଠ୍ୟକ୍ରମ ଆରମ୍ଭ କରିବ । ଆଇଆଇଏମ୍ ସମ୍ବଲପୁର ଓ ଏନ୍‌ଏସ୍‌ଇ ଏକାଡେମିର ବିଶିଷ୍ଟ ଅଧ୍ୟାପକ ଓ ଶିଳ୍ପ ବିଶେଷଜ୍ଞମାନେ ମିଳିତ ଭାବେ ଏହି ପାଠ୍ୟକ୍ରମ ପରିଚାଳନା କରିବେ । ଏହା ଅଂଶଗ୍ରହଣକାରୀମାନଙ୍କୁ ଆର୍ôଥକ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରର ଜଟିଳକୁ ଭଲ ଭାବେ ବୁଝିବାର ସୁଯୋଗ ପ୍ରଦାନ କରିବ ।
ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍ତି ଯେ, “ଏନ୍‌ଏସ୍‌ଇ ଏକାଡେମୀ ଲିମିଟେଡ୍ ସହ ମିଳିତ ସହଯୋଗ ଆଇଆଇଏମ୍ ସମ୍ବଲପୁରର ଶିଳ୍ପ-ପ୍ରାସଙ୍ଗିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱସ୍ତରୀୟ ପ୍ରସାରକୁ ବିସ୍ତାର କରିବାର ଆଦର୍ଶ ସହିତ ଯୋଡ଼ିହୋଇରହିଛି । ପ୍ରଫେସର ଜୟସ୍ୱାଲ ଆହୁରି କହିଛନ୍ତି, ଯେ ଅନୁଷ୍ଠାନର ସମ୍ପ୍ରସାରଣରେ ତିନୋଟି ସ୍ୱତନ୍ତ୍ର କ୍ୟାମ୍ପସ୍ ରହିଛି । ସମ୍ବଲପୁରରେ ଏକ କର୍ପୋରେଟ୍ କାର୍ଯ୍ୟାଳୟ ଏବଂ ନୂଆଦିଲ୍ଲୀର ଆଇଏସ୍‌ଆଇଡି କମ୍ପେ୍ଲକ୍ସରେ କ୍ୟାମ୍ପସ ରହିଛି ଯେଉଁଠାରେ ଗତ ବର୍ଷଠାରୁ କର୍ମଜୀବୀ ପେସାଦାରମାନଙ୍କ ଲାଗି ଏମ୍‌ବିଏ ପାଠ୍ୟକ୍ରମ ଚାଲିଛି । ଏହାବ୍ୟତୀତ ଆଇଆଇଏମ୍ ମୁମ୍ବାଇ ସହଯୋଗରେ ତୃତୀୟ କ୍ୟାମ୍ପସରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ପ୍ରଦାନ କରାଯିବ । ଏନ୍‌ଏସ୍‌ଇ ଏକାଡେମୀ ସହ ଏକ୍‌ଜିକ୍ୟୁଟିଭ୍ ଏଜୁକେସନ ପ୍ରୋଗ୍ରାମ୍ ସମ୍ବଲପୁର, ଦିଲ୍ଲୀ ଓ ମୁମ୍ବାଇ କ୍ୟାମ୍ପସରେ ଚାଲିବ । ଆମେ ପ୍ୟାରିସର ସୋରବୋନ୍ ବିଜନେସ୍ ସ୍କୁଲ ସହିତ ଫିନଟେକ୍‌ରେ ଡୁଆଲ୍ ଡିଗ୍ରୀ ପ୍ରୋଗ୍ରାମ ପ୍ରଦାନ କରୁଛୁ ଏବଂ ଏଥିପାଇଁ ଏନ୍‌ଏସ୍‌ଇ ଏକାଡେମୀ ଲିମିଟେଡ୍ ସହ ସହଯୋଗିତା ମଧ୍ୟ ସ୍ଥାପନ କରିଛୁ ।’’
ଏନ୍‌ଏସ୍‌ଇ ଏକାଡେମୀ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଳାଷ ମିଶ୍ର କହିଛନ୍ତି ଯେ, “ଏହି ସହଯୋଗିତା ଆଇଆଇଏମ ସମ୍ବଲପୁରର ଶିକ୍ଷାବିତ, ପ୍ରଫେସର ଓ ଗବେଷକମାନଙ୍କୁ ଏକ ସ୍ୱତନ୍ତ୍ର ଶକ୍ତି, ଶିକ୍ଷାଗତ ଉତ୍କର୍ଷତାକୁ ବ୍ୟବହାର କରିବା ଏବଂ ଏକ ସାମଗ୍ରିକ ଜ୍ଞାନ ଉପସ୍ଥାପନ କରୁଛି । ଆଇଆଇଏମ ସମ୍ବଲପୁରର ଶିଳ୍ପ ଦୃଷ୍ଟିକୋଣ ଭବିଷ୍ୟତର ପ୍ରଯୁକ୍ତି କାର୍ଯ୍ୟକ୍ରମ ପଇଁ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ଓ ବାସ୍ତବ ଦୁନିଆ ପ୍ରୟୋଗ ପ୍ରଦାନ କରିବ । ଶିଳ୍ପର ଅଗ୍ରଣୀ ଫିନ୍‌-ଟେକ୍ ବିଶେଷତା ଅନୁସାରେ ଏନଏସଇ ଓ ଆଇଆଇଏମ୍ ସମ୍ବଲପୁର ମଧ୍ୟରେ ଏହି ସହଯୋଗିତା ଜ୍ଞାନ ଓ ବାସ୍ତବ ପ୍ରୟୋଗର ଏକ ସଂପତି ଆଣିବାର ପ୍ରତିଶ୍ରୁତି ଦେଉଛି ।’’

Share

Leave a Reply

Your email address will not be published. Required fields are marked *

4 − two =