ଭରସାଯୋଗ୍ୟ ବିଜୁଳି ପାଇଁ ଭିତ୍ତିଭୂମି ରକ୍ଷଣାବେକ୍ଷଣ କରୁଛି ଟିପିଏସ୍‌ଓଡିଏଲ୍‌

ବ୍ରହ୍ମପୁର : ଗ୍ରୀଷ୍ମ ଋତୁରେ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦେବା ପାଇଁ ଟିପିଏସ୍‌ଓଡିଏଲ୍‌(ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌) ସଦା ପ୍ରତିଶ୍ରୁତିବଦ୍ଧ । ଆସିକା ରୋଡ୍ ସେକ୍ସନ୍ ଅନ୍ତର୍ଗତ ମାର୍ଥାପେଟା ସବଷ୍ଟେସନରେ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇଛି ।
୫ ଶହ କେଭିଏ କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମରର ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇଥିବା ବେଳେ ବିଜୁଳି ଭିତ୍ତିଭୂମି ଚାରିପାଖରେ ଥିବା ଫେନ୍ସିଂ ବ୍ୟବସ୍ଥାକୁ ସାନି ଯାଞ୍ଚ କରାଯାଇଛି । ବିଜୁଳି ନିରାପତ୍ତାକୁ ପ୍ରାଥମିକତା ଦେଇ ନୂଆ ଏମସିସିବି ଓ ଏଲଟି ଡିଷ୍ଟ୍ରିବ୍ୟୁସନ୍ ବକ୍ସ ଲଗାଯାଇଛି । ଏହାସହ ସମସ୍ତ ବୈଦ୍ୟୁତିକ ଯନ୍ତ୍ରପାତିକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇ ଆବଶ୍ୟକ ସ୍ଥଳେ ନୂଆ ସରଞ୍ଜାମ ଲାଗିଛି ।
ଗ୍ରୀଷ୍ମରେ ବିଜୁଳି ଯୋଗାଣକୁ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ କମ୍ପାନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ଏଭଳି ଆଗୁଆ ପଦକ୍ଷେପମାନ ନିଆଯାଉଛି । ସୂଚନାଯୋଗ୍ୟ ଯେ, ମାର୍ଥାପେଟା ସବଷ୍ଟେସନରେ ହୋଇଥିବା ବିଜୁଳି ଭିତ୍ତିଭୂମିର ରକ୍ଷଣାବେକ୍ଷଣ କାରଣରୁ ପାଖାପାଖି ୧୭ଶହ ଉପଭୋକ୍ତା ଗୁଣାତ୍ମକ ବିଜୁଳି ସେବା ପାଇପାରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

three × 1 =