ଭକ୍ତଙ୍କ ଅନୁପସ୍ଥିତିରେ ସ୍ନାନଯାତ୍ରା,ରଥଯାତ୍ରା

ଭୁବନେଶ୍ୱର() ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ନେଇ କମିଟି ଅଧ୍ୟକ୍ଷ ଗଜପତି ମହାରାଜା ସୂଚନା ଦେଇ କହିଛନ୍ତି ଯେ, ସ୍ନାନଯାତ୍ରା ବିଧିବିଧାନ ଅନୁସାରେ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କୌଣସି ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଇ ପାରିବ ନାହିଁ । ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିର ଖୋଲିଲେ ଅସମ୍ଭବ ଭିଡ଼ ଦୃଷ୍ଟିରୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ନିଷ୍ପତ୍ତିକୁ ଗ୍ରହଣ କରାଯିବ । ଶ୍ରୀମନ୍ଦିର ପରିସରରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ସୀମିତ ସେବକଙ୍କୁ ନେଇ ସ୍ନାନଯାତ୍ରା କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସାଧାରଣ ଦଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ଓ ଦିଅ ଦର୍ଶନ ବନ୍ଦ ରହୁଥିବା ଦୃଷ୍ଟିରୁ  ସାହାଣମେଲା ମଧ୍ୟ  ବନ୍ଦ ରଖାଯିବାକୁ ବୈଠକରେ ନିଷ୍ପତି ହୋଇଛି ।ସାଧାରଣ ଲୋକେ ଯେପରି  ସ୍ନାନଯାତ୍ରା ଓ ରଥଯାତ୍ରା ଟିଭିରେ ଦେଖିପାରିବେ ସେଥି ଲାଗି ଏହାର ସିଧା ପ୍ରସାରଣ ଦାୟିତ୍ୱ ସୂଚନା ଓ ଲୋକସମ୍ପର୍କ ବିଭାଗକୁ  ଦିଆଯାଇଛି । ସାରା ଦୁନିଆ ଲୋକେ ଯେଭଳି ଟିଭିରେ ଦେଖିବେ ସେନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ବ୍ୟବସ୍ଥା କରିବେ । ସ୍ନାନଯାତ୍ରାରେ କୋଭିଡ ଗାଇଡଲାଇନକୁ ସେବକମାନେ ପାଳନ କରିବେ । କରୋନା ରିସ୍କ ଏଡ଼ାଇବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ନେଇ ମଧ୍ୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବିଧି ଅନୁସାରେ ରଥଯାତ୍ରା କରିବାକୁ ପରିଚାଳନା ସମିତି ମତଦେଇଥିବା ଗଜପତି ମହାରାଜା କହିଛନ୍ତି ।

ତେବେ ବିନା ଭକ୍ତରେ ରଥଯାତ୍ରା ହୋଇପାରିବ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ରଥଯାତ୍ରା ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଭକ୍ତମାନଙ୍କୁ ରଥଯାତ୍ରାରେ ସାମିଲ ପାଇଁ ସୁଯୋଗ ଦେବା ଅନୁଚିତ । ରାଜ୍ୟ ସରକାର ଅନୁମତି ଦେଲେ ରଥଯାତ୍ରା ହେବ । କିନ୍ତୁ ଯାତ୍ରୀ ଓ ଭକ୍ତଙ୍କ ବିନା ଅନୁପସ୍ଥିତିରେ ରଥଯାତ୍ରା ହେବ । କେବଳ ସମ୍ପୃକ୍ତ ଅଧିକାରୀ, ପୁଲିସ ଓ ସେବାୟତଙ୍କ ଉପସ୍ଥିତିରେ ରଥଯାତ୍ରା ହୋଇପାରିବ ବୋଲି ଗଜପତି ମହାରାଜା କହିଛନ୍ତି ।

ଆଜି ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସି ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଥିଲା । ପାଳିଆ ସେବାୟତଙ୍କ ବ୍ୟତିତ ଅନ୍ୟ ସେବାୟତମାନେ କିଭଳି ସ୍ନାନମଣ୍ଡପ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବେ, ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ସ୍ନାନଯାତ୍ରାର ସିଧାପ୍ରସାରଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, କାର୍ୟ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର, ଜିଲ୍ଲାପାଳ ବଲବନ୍ତ ସିଂ, ଏସପି ଉମାଶଙ୍କର ଦାସ୍ ଏବଂ ସମସ୍ତ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

eleven + seven =