ସୁସ୍ଥ ହେଲେ ଆଉ ୭୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର() ରାଜ୍ୟରେଅ ଆଜି ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୦୫୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୭୩ ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧରୁ ୨୮, ପୁରୀରୁ ୧୧, କେନ୍ଦ୍ରାପଡ଼ାରୁ ୧୦, କଟକରୁ ୯, ଖୋର୍ଦ୍ଧାରୁ ୭, ମାଲକାନଗିରି ଓ ଅନୁଗୁଳରୁ ଦୁଇ ଜଣ ଲେଖାଏଁ, ସେହିପରି ଗଞ୍ଜାମ, ବାଲେଶ୍ୱର, ଯାଜପୁର ଓ କନ୍ଧମାଳରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୮୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୫୦ଜଣ ସୁସ୍ଥ ହୋଇଛନ୍ତି ଓ ୭ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୭୬୦ଜଣ ଆକ୍ଟିଭ କେସ୍ ରହିଛି ।

Share

Leave a Reply

Your email address will not be published. Required fields are marked *

nine − seven =