ଟିପିସିଓଡିଏଲ୍‌ର “ବିଲ୍ ପେ ଆଣ୍ଡ୍ ୱିନ୍‌’ ସ୍କିମ୍ : ଡିଜିଟାଲ୍ ପେମେଂଟ୍ ଓ ଶୂନ-ବକେୟା ସ୍ଥିତିର ପ୍ରସାର କରୁଛି

 ପ୍ରଭାବୀ ବିଲ୍ ପରିଚାଳନା ପାଇଁ ଟିପିସିଓଡିଏଲ୍ ଏକ ଆକର୍ଷଣୀୟ ଡିଜିଟାଲ୍ ଫ୍ରେମ୍‌ୱର୍କ ପ୍ରଦାନ କରୁଥିବା ବେଳେ ଗ୍ରାହକମାନଙ୍କୁ ଉଲ୍ଲେଖନୀୟ ରିୱାର୍ଡ ଜିତିବାର ସୁଯୋଗ ଦେଉଛି
 ଟିପିସିଓଡିଏଲ୍ ପକ୍ଷରୁ ୨୨୪ ମୂଲ୍ୟବାନ ପୁରସ୍କାର ବଂଟନ କରାଯାଇସାରିଲାଣି
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଏହାର ସଫଳ ‘ବିଲ୍ ପେ ଆଣ୍ଡ୍ ୱିନ୍‌’ ସ୍କିମ୍ ର ଘୋଷଣା କରିଛି । ଏହି ଅଭିନବ ଅଭିଯାନ ଗ୍ରାହକମାନଙ୍କୁ ସେମାନଙ୍କ ବକେୟା ତୁରନ୍ତ ପ୍ରଦାନ କରିବା ଏବଂ ଏକ ଶୂନ-ବକେୟା ଗ୍ରାହକରେ ପରିଣତ ହେବା ଲାଗି ଉତ୍ସାହିତ କରୁଛି ଏବଂ ଏଥିରେ ଗ୍ରାହକଙ୍କ ଉଲ୍ଲେଖନୀୟ ଅଂଶଗ୍ରହଣ ଦେଖିବାକୁ ମିଳିଛି ।
ବିସିଡିଡି ୧, ବିସିଡିଡି ୨, ବିଇଡି (ଭୁବନେଶ୍ୱର), ସିଡିଡି୧, ସିଡିିଡି୨, ସିଇଡି (କଟକ), ଏସ୍‌ଇଡି (ସାଲେପୁର), ଜେଇଡି (ଜଗତସିଂହପୁର), କେଇଡି (କେନ୍ଦ୍ରାପଡ଼ା), ଏମ୍‌ଇଡି (ମାର୍ଶାଘାଇ), ବିଏଇଡି (ବାଲୁଗାଁ), ଏନ୍‌ୱାଇପି (ନିମାପଡ଼ା), ପିଇଡି (ପୁରୀ) ଓ ଟିଇଡି (ତାଳଚେର) ସମେତ ଟିପିସିଓଡିଏଲ୍‌ର ଏକାଧିକ ଡିଭିଜନକୁ ଏହି ସ୍କିମ୍‌ରେ ସାମିଲ କରାଯାଇଛି ଯାହା ଦ୍ୱାରା ବ୍ୟାପକ ବର୍ଗର ଗ୍ରାହକ ଉପକୃତ ହୋଇପାରିବେ ।
ଡିଜିଟାଲ୍ ପେମେଂଟ୍ ଜରିଆରେ ବିଦ୍ୟୁତ ବିଲ୍‌ର ପାରଦର୍ଶୀ ପରିଚାଳନା କରୁଥିବା ଗ୍ରାହକଙ୍କୁ ଟିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ ଡିଭିଜନରେ ଷ୍ଟିମ୍ ଆଇରନ୍‌, ମୋବାଇଲ୍ ଫୋନ୍ ଓ କୁକ୍‌ଓୟାର ସେଟ୍ ଭଳି ୨୨୪ ମୂଲ୍ୟବାନ ପୁରସ୍କାର ବଂଟନ କରାଯାଇସାରିଲାଣି ।
ଏହି ସ୍କିମର ପ୍ରାଥମିକ ଲକ୍ଷ୍ୟ ହେଉଛି ଡିଜିଟାଲ୍ ପେମେଂଟ୍‌କୁ ପ୍ରୋତ୍ସାହିତ କରିବା ଏବଂ ବିଲ୍‌ର ପ୍ରଭାବୀ ପରିଚାଳନା କରି ଗ୍ରାହକମାନଙ୍କୁ ଉଲ୍ଲେଖନୀୟ ରିୱାର୍ଡ ଜିତିବାର ସୁଯୋଗ ଦେବା ।
ଯେଉଁ ଗ୍ରାହକମାନେ ଯେକୌଣସି ଡିଜିଟାଲ ପେମେଂଟମାଧ୍ୟମରେ ଏବଂ ଧାର୍ଯ୍ୟ ତାରିଖ ମଧ୍ୟରେ ୧୨ ମାସର ବିଦ୍ୟୁତ୍ ବିଲ୍ ପୈଠ କରନ୍ତି, ଏହାର ରିହାତି ଏକ ମାସର ବିଲ୍ ସହିତ ସମାନ । ଲକି ଡ୍ର ଜରିଆରେ ୨୦୦ଜଣ ଗ୍ରାହକ ସ୍ମାର୍ଟ ମୋବାଇଲ୍ ଫୋନ୍ ମଧ୍ୟରୁ ଗୋଟିଏ ଜିତିବାର ସୁଯୋଗ ପାଇବେ । ଏହି ସ୍କିମ୍ ର ଲାଭପାଇବା ପାଇଁ ଗ୍ରାହକଙ୍କୁ ପ୍ରତି ମାସ ଶେଷରେ ଶୂନ୍ୟ-ବକେୟା ସ୍ଥିତି ବଜାୟ ରଖିବାକୁ ପଡ଼ିବ । ଏହାବ୍ୟତୀତ ଟିପିସିଓଡିଏଲ୍ ଠିକ୍ ସମୟରେ ବିଲ୍ ପୈଠ କରୁଥିବା ଗ୍ରାହକଙ୍କ ପାଇଁ ୪% ଡିଜିଟାଲ ରିହାତି ଏବଂ ୟୁନିଟ୍ ପିଛା ୧୦ ପଇସା ପ୍ରମ୍ପ୍ଟ ପେମେଂଟ୍ ରିହାତି ପ୍ରଦାନ କରିଥାଏ ।
ଏହି ସ୍କିମ୍ ଓ ଡିଜିଟାଲ୍ ପେମେଂଟ୍‌ର ଲାଭ ବିଷୟରେ ଗ୍ରାହକଙ୍କୁ ଅବଗତ କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ବ୍ୟାପକ ମାର୍କେଟିଂ ଅଭିଯାନର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ଗୋଷ୍ଠୀ ସଂପୃକ୍ତି, ସୋସିଆଲ ମିଡିଆ, ଅନଲାଇନ୍‌ରେ ଉପସ୍ଥିତି ଏବଂ ଇ-ମେଲ୍ ନୋଟିଫିକେସନ ସାମିଲ ରହିଛି ।
‘ବିଲ୍ ପେ ଆଣ୍ଡ୍ ୱିନ୍‌’ ସ୍କିମ ବିଷୟରେ ଅନୁସନ୍ଧାନ କରିବା ଲାଗି ଗ୍ରାହକମାନେ ୧୯୧୨ କିମ୍ବା ୧୮୦୦-୩୪୫-୭୧୨୨ରେ କଲ୍ କରିପାରିବେ ।
ଏହି ସ୍କିମ୍‌ରେ ଅଂଶଗ୍ରହଣ କରି ମିଳିତ ଭାବେ ଆମେ ଏକ ଉଜ୍ୱଳ ଓ ଡିଜିଟାଲ୍ ଭବିଷ୍ୟତର ପ୍ରସାର କରିପାରିବା ।

Share

Leave a Reply

Your email address will not be published. Required fields are marked *

1 × 5 =