ୟୁପିଆଇ ଏମଡିଆର: ଉପଭୋକ୍ତା ଓ ବ୍ୟବସାୟୀଙ୍କ ପାଇଁ ଏକ ସରଳ ମାର୍ଗଦର୍ଶିକା
ୟୁପିଆଇ ଏମଡିଆର: ଉପଭୋକ୍ତା ଓ ବ୍ୟବସାୟୀମାନେ କଣ ଜାଣିବା ଆବଶ୍ୟକ
ଉପଭୋକ୍ତାମାନଙ୍କ ପାଇଁ ୟୁପିଆଇ ମାଗଣା ରହିଛି। ଏମଡିଆର ଯାହା ଗ୍ରାହକଙ୍କଠାରୁ କାର୍ଡ କିମ୍ବା ଡିଜିଟାଲ୍ ପେମେଂଟ ଗ୍ରହଣ କରିବା ପାଇଁ ଜଣେ ବ୍ୟବସାୟୀଙ୍କ ଦ୍ୱାରା ଦିଆଯାଉଥିବା ଏକ ଫି ଯାହାକୁ କେତେକ ନିର୍ଦ୍ଦିଷ୍ଟ ୟୁପିଆଇ ବ୍ୟବସାୟୀ କାରବାରରେ ଆରମ୍ଭ କରାଯାଇଛି।
ଉପଭୋକ୍ତାମାନଙ୍କ ପାଇଁ ଏହାର ଅର୍ଥ କଣ:
ଉପଭୋକ୍ତାମାନଙ୍କ ପାଇଁ ୟୁପିଆଇ ମାଗଣା ରହିବା ଜାରି ରହିବ
ୟୁପିଆଇ ମାଧ୍ୟମରେ ପରିବାର ଓ ସାଙ୍ଗମାନଙ୍କୁ ଟଙ୍କା ପଠାଇବା ସମ୍ପୂର୍ଣ୍ଣ ମାଗଣା ରହିବ
ଯେକୌଣସି ପରିମାଣ ପାଇଁ ୟୁପିଆଇ ମାଧ୍ୟମରେ ଯେକୌଣସି ବ୍ୟବସାୟୀଙ୍କୁ ପେମେଂଟ କରିବା ମାଗଣା ରହିବ
ଆପଣ କୌଣସି ଦୋକାନରୁ କିଣାକିଣି କରନ୍ତୁ, ସ୍ଥାନୀୟ ବଜାରରେ ପେମେଂଟ କରନ୍ତୁ କିମ୍ବା ରାସ୍ତାକଡ଼ ବିକ୍ରେତାଙ୍କ ପାଖରେ କ୍ୟୁଆର କୋଡ୍ ସ୍କାନ୍ କରନ୍ତୁ। ଏହା ମାଗଣା ରହିବ
ବ୍ୟବସାୟୀମାନେ ଏମଡିଆର ର ଭାର ଗ୍ରାହକଙ୍କ ଉପରେ ପକାଇ ପାରିବେ ନାହିଁ
ଇ୍ୟବସାୟୀମାନଙ୍କ ପାଇଁ ଏହାର ଅର୍ଥ କଣ:
୨,୦୦୦ ଟଙ୍କା ପର୍ଯ୍ୟନ୍ତ ସମସ୍ତ ୟୁପିଆଇ ବ୍ୟବସାୟୀ ପେମେଂଟରେ ଶୂନ୍ୟ ଏମଡିଆର କିମ୍ବା କୌଣସି ଫି ନାହିଁ ଯାହା ୯୬% ବ୍ୟବସାୟୀ କାରବାରକୁ ମାଗଣା କରିଛି
ରାସ୍ତାକଡ଼ ବିକ୍ରେତା, ପଡ଼ୋଶୀ ଦୋକାନ ଓ ଛୋଟ ବ୍ୟବସାୟ ଭଳି ଛୋଟ ବ୍ୟବସାୟୀ ଯେଉଁମାନେ ନିଜ ବ୍ୟାଙ୍କ ଆକାଉଣ୍ଟ ୟୁପିଆଇ କ୍ୟୁଆର୍ କୋଡ୍ ମାଧ୍ୟମରେ ମାସକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରହଣ କରନ୍ତି, ସେମାନେ ଶୂନ ଏମଡିଆର ଫାଇଦା ପାଇବାପାରିବେ।
୨,୦୦୦ ଟଙ୍କାରୁ ଅଧିକ ଯୋଗ୍ୟ ବ୍ୟବସାୟୀ କାରବାର ଉପରେ ୦.୪% ଏମଡିଆର।
୭୫,୦୦୦ ଟଙ୍କା ଓ ତା’ଠାରୁ ଅଧିକ କାରବାର ପାଇଁ ଏମଡିଆର କାରବାର ପିଛା ସର୍ବାଧିକ ୩୦୦ ଟଙ୍କାରେ ସୀମିତ।
