ରାଜ୍ୟ

ସମ୍ପତ୍ତି ଆଗରେ ତୁଚ୍ଛ ହେଲା ରକ୍ତ ସମ୍ପର୍କ, ସାନ ଭାଇକୁ ମାରିଦେଲା

ସମ୍ପତ୍ତି ଆଗରେ ତୁଚ୍ଛ ହେଲା ରକ୍ତ ସମ୍ପର୍କ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ଭାଇ ମଧ୍ୟରେ ରକ୍ତାତ ସଂଘର୍ଷ । ସମ୍ପତ୍ତି ପାଇଁ ସାନଭାଇକୁ ଚାପଡରେ ହାଣି ପକାଇଲା ବଡଭାଇ । ଜଗତସିଂହପୁର ତରିକୁନ୍ଦ ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ ନେଇ ଦୁଇ ସାବତ ଭାଇ ଆଦିଲ ଖାନ ଓ ଆଦିମ ଖାନ, ଇମ୍ରାନ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆହତ ଇମ୍ରାନଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଘଟଣା ପରେ ଆକ୍ରମଣ କରିଥିବା ଦୁଇ ଭାଇ ଆଦିଲ ଓ ଆଦିମ ଖାନ୍ ଫେରାର ହୋଇଯାଇଛନ୍ତି । 

Share

Leave a Reply

Your email address will not be published. Required fields are marked *

5 × five =