Business

କଷ୍ଟ୍ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଟିପିସିଓଡିଏଲକୁ ସମ୍ମାନଜନକ ଇଣ୍ଡଷ୍ଟ୍ରି ଆୱାର୍ଡ଼

ଭୁବନେଶ୍ୱର: ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) କଷ୍ଟ୍ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ୧୯ ତମ ନେସନାଲ ଆୱାର୍ଡ଼ସ୍ ଫର୍ ଏକ୍ସଲେନ୍ସ ଇନ୍ କଷ୍ଟ୍ ମ୍ୟାନେମେଣ୍ଟ – ୨୦୨୪ ଏବଂ ୮ମ ସିଏମଏ ଆୱାର୍ଡ଼ସ୍ – ୨୦୨୪ ରେ ପୁରସ୍କୃତ ହୋଇଛି। ଟ୍ରାନ୍ସମିସନ୍ ଓ ଡିଷ୍ଟ୍ରିବ୍ୟୁସନ୍ ବର୍ଗରେ ଟିପିସିଓଡ଼ିଏଲକୁ ଏହି ଇଣ୍ଡଷ୍ଟ୍ରି ଆୱାର୍ଡ଼ ମିଳିଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି ପୁରସ୍କାର ବିତରଣ ଉତ୍ସବରେ କଷ୍ଟ୍ ମ୍ୟାନେଜମେଣ୍ଟ ପ୍ରାକ୍ଟିସ୍ ଓ ଅପରେସନାଲ୍ ଏକ୍ସଲେନ୍ସ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ସଂସ୍ଥାଗୁଡ଼ିକୁ ସମ୍ମାନିତ କରାଯାଇଛି।

ଟିପିସିଓଡିଏଲ୍ ପକ୍ଷରୁ ସିଏଫ୍ଓ ଶ୍ରୀ ହେମନ୍ତ ଗୋୟଲ, ସିଜିଏମ୍ (ଫାଇନାନ୍ସ) ଶ୍ରୀ ଶିବ ପ୍ରସାଦ କର ଏବଂ ସିନିୟର ଜିଏମ୍ (ଫାଇନାନ୍ସ) ଶ୍ରୀ ସୁଧାଂଶୁ କୁମାର ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ସ୍ୱୀକୃତି ଟିପିସିଓଡିଏଲର ଆର୍ଥିକ ଦକ୍ଷତା, ସ୍ୱଚ୍ଛତା ଏବଂ ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବା ପ୍ରଦାନ ଦିଗରେ ନିରନ୍ତର ପ୍ରୟାସର ପ୍ରମାଣ ଅଟେ। ଟିପିସିଓଡିଏଲ୍ କେନ୍ଦ୍ର ଓଡ଼ିଶାର ଜନସାଧାରଣଙ୍କୁ ଭରସାଯୋଗ୍ୟ ଓ ଦକ୍ଷ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ସହ ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ନବସୃଜନ ଓ ନିରନ୍ତରତା ପାଇଁ ପ୍ରତିଶ୍ରୁତିବଦ୍ଧ।

Share

Leave a Reply

Your email address will not be published. Required fields are marked *

seven + three =