Thursday, October 29, 2026
Business

ସ୍ପାଇସ୍ ମନି ପକ୍ଷରୁ ଭାରତ କନେକ୍ଟ ଜରିଆରେ ୯.୫ ନିୟୁତରୁ ଅଧିକ ଗ୍ରାମୀଣ ବିଲ୍ ପେମେଂଟ୍‌ର ସଶକ୍ତୀକରଣ

ଭୁବନେଶ୍ୱର: ଡିଜିସ୍ପାଇସ୍ ଟେକ୍ନୋଲୋଜିସ୍‌ର ସହାୟକ ସଂସ୍ଥା ସ୍ପାଇସ୍ ମନି ପକ୍ଷରୁ ଏନସିପିଆଇ ଭାରତ ବିଲ୍ ପେମେଂଟ୍ ଲିମିଟେଡ୍‌ର ପ୍ଲାଟଫର୍ମ ଭାରତ କନେକ୍ଟ ସହ ସ୍ପାଇସ୍ ମନି ଆପ୍ ଜରିଆରେ ୨୦୨୫ ଜାନୁଆରିରୁ ମେ’ ମାସ ମଧ୍ୟରେ ୯.୫ ନିୟୁତରୁ ଅଧିକ ଡିଜିଟାଲ୍ ବିଲ୍ ପେମେଂଟ୍ କାରବାର କରାଯାଇଛି। ବିବିପିଏସ୍ ଫ୍ରେମ୍‌ୱର୍କ ଅଧୀନରେ ସ୍ପାଇସ୍ ମନି ହେଉଛି ଏକ ସ୍ୱୀକୃତିପ୍ରାପ୍ତ ବିବିପିଓୟୁ ଲାଇସେନ୍ସଧାରୀ ସଂସ୍ଥା।
ସ୍ପାଇସ୍ ମନିର ୧୫ ଲକ୍ଷରୁ ଅଧିକ ଅଧିସକାରୀ ନେଟ୍‌ୱର୍କ ସହିତ ୧.୫ ଲକ୍ଷ ସକ୍ରିୟ ଅଧିକାରୀ ୯୫ ପ୍ରତିଶତ ଗ୍ରାମୀଣ ପିନ୍‌କୋଡ୍‌ରେ ମାସ ପରେ ମାସ ବିଲ୍ ପେମେଂଟ୍ ସୁବିଧା ପ୍ରଦାନ କରୁଛନ୍ତି। ଏହି ଅଧିକାରୀମାନେ ଲୋକମାନଙ୍କୁ ସେମାନଙ୍କ ବିଦ୍ୟୁତ୍‌, ଜଳ, ଶିକ୍ଷା ଫି’, ଡିଟିଏଚ୍‌, ଋଣ ଇଏମ୍‌ଆଇ, ମୋବାଇଲ୍ ରିଚାର୍ଜ ଆଦି ପ୍ରଦାନ କରିବାରେ ସାହାଯ୍ୟ କରୁଛନ୍ତି। ଭାରତ କନେକ୍ଟ ପ୍ଲାଟଫର୍ମର ଶକ୍ତି ସହିତ ସ୍ପାଇସ୍ ମନି ଆପ୍ ଲୋକମାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ କାରବାରଗୁଡ଼ିକୁ ସହଜରେ ଏବଂ ବିଶ୍ୱାସର ସହିତ ସମ୍ପାଦନ କରିବାର ଏକ ସୁରକ୍ଷିତ ପରିବେଶ ପ୍ରଦାନ କରୁଛି। ଏହି ସହାୟକ ମଡେଲ୍ କାରବାର ପରିମାଣ ବଢ଼ାଇଥିବା ବେଳେ ଲୋକମାନଙ୍କୁ ସହଯୋଗ କରି ଡିଜିଟାଲ୍ ବିଭେଦ ଦୂର କରୁଛି।
ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ରାଜ୍ୟଗୁଡ଼ିକ ମଧ୍ୟରେ ୧୮,୦୦୦ରୁ ଅଧିକ ଅଧିକାରୀମାନଙ୍କୁ ନେଇ ପଶ୍ଚିମବଙ୍ଗ ଶୀର୍ଷ ସ୍ଥାନରେ ରହିଛି ଯେଉଁଠାରେ ୨୦୨୫ ଜାନୁଆରିରୁ ମେ’ ମଧ୍ୟରେ ୨.୧୬ ନିୟୁତ ବିଲ୍ ପେମେଂଟ୍ କରିଛନ୍ତି। ଏହା ପଛକୁ ୧୫,୮୦୦ ଅଧିକାରୀଙ୍କୁ ନେଇ ବିହାର ୨.୪ ନିୟୁତ କାରବାର, ୧୪,୫୦୦ ଅଧିକାରୀଙ୍କ ସହ ଉତରପ୍ରଦେଶ ୭.୧ ଲକ୍ଷ କାରବାର, ୧୦,୬୦୦ ଅଧିକାରୀଙ୍କ ସହ ମଧ୍ୟପ୍ରଦେଶ ୬.୨ ଲକ୍ଷ କାରବାର ଓ ୬୩୦୦ ଅଧିକାରୀଙ୍କ ସହ ଛତିଶଗଡ଼ ୫.୨ ଲକ୍ଷ କାରବାର କରିଛନ୍ତି।
ଋଣ ପରିଶୋଧ ଓ ବିଦ୍ୟୁତ ବିଲ୍ ପଇଠର ଅଂଶ କାରବାରରେ ସିଂହଭାଗ ରହିଛି। ସ୍ପାଇସ୍ ମନି ବିଲ୍ ପେମେଂଟ୍‌ରେ ଋଣର ଭାଗ ୫୩ ପ୍ରତିଶତ ରହିଥିବା ବେଳେ ୫.୦୩ ନିୟୁତ କାରବାର ସହ ଏହା ଶୀର୍ଷ ସ୍ଥାନରେ ରହିଛି। ୩୬.୮ ପ୍ରତିଶତ ଅଂଶ ଓ ୩.୫ ନିୟୁତ କାରବାର ସହ ବିଦ୍ୟୁତ୍ ବିଲ୍ ଦ୍ୱିତୀୟ ସ୍ଥାନରେ ରହିଛି। ଏହା ବ୍ୟତୀତ ଡିଟିଏଚ୍ ସେବା, ଏଲ୍‌ପିଜି ଗ୍ୟାସ୍ ବିଲ୍‌, ମୋବାଇଲ୍ ପୋଷ୍ଟପେଡ୍ ପେମେଂଟ୍ ଓ ଫାସ୍‌ଟ୍ୟାଗ୍ ରିଚାର୍ଜ ହେଉଛି ଅନ୍ୟତମ ଲୋକପ୍ରିୟ ବର୍ଗ। ହାରାହାରି ଭାବେ ପ୍ରତି ବ୍ୟବହାରକାରୀ ମାସିକ ଦୁଇଟି ବିଲ୍ ପଇଠ କରୁଛନ୍ତି।
ସ୍ପାଇସ୍‌ମନିର ପ୍ରତିଷ୍ଠାତା ଓ ସିଇଓ ଦୀଲିପ ମୋଦୀ କହିଛନ୍ତି ଯେ, “ଭାରତରେ ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣ କେବଳ ପ୍ରଯୁକ୍ତି ନୁହେଁ, ଏହା ହେଉଛି ବିଶ୍ୱାସ। ସ୍ପାଇସ୍ ମନିରେ ଆମେ ଭାରତର ଏକ ନମ୍ବର ସହାୟକ ବିଲ୍ ପେମେଂଟ୍ ପ୍ଲାଟଫର୍ମ ଭାବେ ଗର୍ବିତ ଏବଂ ଏକ ସ୍ୱୀକୃତିପ୍ରାପ୍ତ ବିବିପିଓୟୁ ଲାଇସେନ୍ସଧାରୀ ଯାହା ସୁରକ୍ଷିତ, ନିରାପଦ ଏବଂ ଆଇନ ପରିସରର ଆର୍ଥିକ ସେବା ଦୂରଦୂରାନ୍ତ ସ୍ଥାନରେ ପ୍ରଦାନ କରୁଛି। ଆମ ବିଲ୍ ପେମେଂଟ୍‌ର ସଫଳତା ଆମ ୧୫ ଲକ୍ଷରୁ ଅଧିକ ଅଧିକାରୀଙ୍କ ନେଟ୍‌ୱର୍କରେ ରହିଛି, ଯେଉଁମାନେ ହେଉଛନ୍ତି ସ୍ଥାନୀୟ ନୋନୋପ୍ରେନ୍ୟୁଅର ଯେଉଁମାନେ ସେମାନଙ୍କ ସମୁଦାୟରେ ଡିଜିଟାଲ୍ ପେମେଂଟ୍‌ର ସରଳୀକରଣ କରି ସ୍ଥାୟୀତ୍ୱ, ପରିଚିତ ଓ ଯତ୍ନର ସହ ସହାୟତା ପ୍ରଦାନ କରୁଛନ୍ତି। ସ୍ପାଇସ୍ ମନି ଆପ୍‌କୁ ବ୍ୟବହାର କରି ଏହି ଅଧିକାରୀମାନେ ଲୋକମାନଙ୍କୁ ଡିଜିଟାଲ୍ ମାଧ୍ୟମରେ ପ୍ରଥମ ଥର ପାଇଁ ବିଭିନ୍ନ ୟୁଟିଲିଟି ସେବା ପାଇଁ ପେମେଂଟ୍ କରିବାରେ ସହାୟତା କରୁଛନ୍ତି।
ଡିଜିଟାଲ୍ ପରିବର୍ତନକୁ ଆଗକୁ ବଢ଼ାଇବା ପାଇଁ ବିଶ୍ୱାସ ସୃଷ୍ଟି କରିବା ଓ ଭିତିଭୂମି ଗଠନ କରିଥିବାରୁ ଏନ୍‌ପିସିଆଇ ଭାରତ ବିଲ୍‌ପେ’ ଲିମିଟେଡ୍ ଓ ଭାରତ କନେକ୍ଟ ବ୍ୟବସ୍ଥା ପ୍ରତି ଆମେ କୃତଜ୍ଞ। ବର୍ତମାନ ସମୟରେ ଆମେ ଯାହା ଦେଖୁଛୁ ତାହା କେବଳ କାରବାର ଅଭିବୃଦ୍ଧି ନୁହେଁ, ବରଂ ଗ୍ରାମୀଣ ଭାରତରେ ତାହା ହେଉଛି ଆଚରଣରେ ରୂପାନ୍ତରଣ। ଭାରତର ଡିଜିଟାଲ୍ ଯାତ୍ରାରେ କୌଣସି ଗ୍ରାମ ଯେଭଳି ପଛରେ ରହି ନଯାଏ ତାହା ନିଶ୍ଚିତ କରିବାକୁ ସ୍ପାଇସ୍ ମନି ପ୍ରତିବଦ୍ଧ ରହିଛି।”
ଏନପିସିଆଇ ଭାରତ ବିଲ୍‌ପେ’ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଓ ସିଇଓ ନୁପୂର ଚତୁର୍ବେଦୀ କହିଛନ୍ତି ଯେ, “ପ୍ରତି ଭାରତୀୟଙ୍କ ପାଇଁ ଏକ ଏକୀକୃତ ଓ ହାସଲ ହୋଇପାରୁଥିବା ବିଲ୍ ପେମେଂଟ୍ ବ୍ୟବସ୍ଥା ସୃଷ୍ଟି କରିବାକୁ ଭାରତ କନେକ୍ଟ ପ୍ଲାଟଫର୍ମ ବିକାଶ କରାଯାଇଛି। ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆଗକୁ ବଢ଼ାଇବା ପାଇଁ ଆମ ପ୍ରତିବଦ୍ଧତା ଆମକୁ ଏହି ପ୍ଲାଟଫର୍ମକୁ ଶେଷ ଦୂରତା ପର୍ଯ୍ୟନ୍ତ ନେବାରେ ସହାୟକ ହୋଇଥିବା ବେଳେ ଦେଶର ଦୁର୍ଗମତମ ଅଂଚଳରେ ଡିଜିଟାଲ୍ ପେମେଂଟ୍ ପହଂଚାଇ ସଶକ୍ତ କରିବାକୁ ସୁନିଶ୍ଚିତ କରିଛି। ସ୍ପାଇସ୍ ମନି ଭଳି ସହାୟକ ପ୍ଲାଟଫର୍ମ ଜରିଆର ବିଲ୍ ପେମେଂଟ୍ ବଢ଼ିବା ଏହି ଲକ୍ଷ୍ୟକୁ ସାକାର କରିବାରେ ଦୂରଦୂରାନ୍ତ ଏଜେଂଟ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି। ୭୦୦ରୁ ଅଧିକ ଆପ୍ ଓ ପ୍ଲାଟଫର୍ମକୁ ସମନ୍ୱିତ କରି ବିଲ୍ ପେମେଂଟ୍‌କୁ ଭାରତ କନେକ୍ଟ ସୁବିଧାଜନକ କରିବା ସହିତ ତାହାକୁ ବାସ୍ତବରେ ଅନ୍ତର୍ଭୁକ୍ତୀକରଣ କରିଛି ଏବଂ ଭୌଗୋଳିକ ଓ ଡିଜିଟାଲ୍ ଅନ୍ତରକୁ ଦୂର କରୁଛି। ଏହି ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଗ୍ରାମାଚଂଳ ଓ ଅର୍ଧ ସହରାଚଂଳରେ ଡିଜିଟାଲ୍ ଗ୍ରହଣୀୟତାର ଗଭୀରତାକୁ ତ୍ୱରାନ୍ୱିତ କରିବା ପାଇଁ ଆମ ଲକ୍ଷ୍ୟରେ ଆମେ ଦୃଢ଼ ରହିଛୁ।”

Share

Leave a Reply

Your email address will not be published. Required fields are marked *

5 × 1 =