ଟିପିସିଓଡିଏଲ୍ ପକ୍ଷରୁ ଦୁଇଦିନିଆ ଭିଜିଲାନ୍ସ ସଚେତନତା କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଏହି଼଼ ମାସ ଅକ୍ଟୋବର ୩୦ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ “ଦୁର୍ନୀତିକୁ କୁହନ୍ତୁ ନାଁ: ଦେଶ ପ୍ରତି ଉତ୍ସର୍ଗୀକୃତ’ ବିଷୟବସ୍ତୁ ଉପରେ ସତର୍କତା ସଚେତନତା ସପ୍ତାହ ୨୦୨୩କୁ ସଫଳତାର ସହ ପାଳନ କରାଯାଇଛି ।
ଏହି ଉତ୍ସବ ପାଳନର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଥିଲା ଟିପିସିଓଡିଏଲ୍ ମ୍ୟାନେଜମେଂଟ୍ ଡେଭେଲପ୍‌ମେଂଟ୍ ସେଂଟରରେ ଆୟୋଜନ କରାଯାଇଥିବା ଦୁଇଦିନିଆ ଭିଜିଲାନ୍ସ ସଚେତନତା କର୍ମଶାଳା ଯେଉଁଥିରେ ଟିିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରବିନ୍ଦ ସିଂହ ଓ ଟାଟା ପାୱାର ଅଧିକାରୀଙ୍କ ସମେତ ପ୍ରମୁଖ ଅତିଥିମାନେ ଯୋଗ ଦେଇଥିଲେ ।
ସତର୍କତା କର୍ମଶାଳାର ପ୍ରଥମ ଦିନରେ ବିଶିଷ୍ଟ ଅତିଥି ଭାବେ ଟିପିସିର ବରିଷ୍ଠ ଉପଦେଷ୍ଟା (ଏସ୍‌ଆଣ୍ଡ୍‌ଭି) ଶ୍ରୀ ଏସ ଜଗନ୍ନାଥ ଯୋଗଦେଇଥିଲେ ଯେଉଁଥିରେ ଏହି ବିଷୟବସ୍ତୁ ମୂଲ୍ୟବାନ ଆଲୋଚନା ଦେଖିବାକୁ ମିଳିଥିଲା । ଏହି କର୍ମଶାଳାରେ ସମସ୍ତ ଡିସକମ୍‌ର ୩୮-୪୦ ସତର୍କତା ଅଧିକାରୀ ଯୋଗ ଦେଇଥିଲେ । ଟିପିସିର ବ୍ୟବସାୟ ପ୍ରକ୍ରିୟା ଉପରେ ବ୍ୟାପକ ବିବରଣୀ ପ୍ରଦାନ କରାଯାଇଥିଲା ଯାହା ବିଭିନ୍ନ ବର୍ଗର ଅଭିଜ୍ଞଙ୍କ ଦ୍ୱାରା ବେଶ ରୁଦ୍ଧିମନ୍ତ ହୋଇଥିଲା ।
ସତର୍କତା କର୍ମଶାଳାର ଦ୍ୱିତୀୟ ଦିବସରେ ଅନୁସନ୍ଧାନ, ତଦନ୍ତ ପଦ୍ଧତି ଏବଂ ଦୁର୍ନୀତି ନିବାରଣ ନିୟମର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ସତର୍କତାର ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଧାକ୍ରିଷ୍ଣ, ସିବିଆଇର ଅବସରପ୍ରାପ୍ତ ଏସ୍‌ପି ଶ୍ରୀ ଜୟ ନାରାୟଣ ରଣା ଉପସ୍ଥିତ ଥିଲେ । ଏହାର ଉଦଯାପନୀ ସମାରୋହରେ ଓଡ଼ିଶା ରାଜ୍ୟ ସତର୍କତାର ଭିଜିଲାନ୍ସ ନିର୍ଦ୍ଦେଶକ ଆଇପିଏସ ଶ୍ରୀ ଯଶୋବନ୍ତ କୁମାର ଜେଠୱା ଅତିଥି ଭାବେ ଯୋଗ ଦେଇ ସତର୍କତା ମାମଲାରେ ପୂର୍ଣ୍ଣ ସହଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।
ସତର୍କତା ସଚେତନତା ସପ୍ତାହର ଅଂଶ ସ୍ୱରୂପ ଦୁର୍ନୀତି ସମ୍ପର୍କିତ ଯେକୌଣସି ପ୍ରକାର ଅଭିଯୋଗ ସମ୍ପର୍କରେ ସୂଚନା ଦେବା ଲାଗି ହ୍ୱାଟସ୍‌ଆପ୍ ନମ୍ବରକୁ ସମସ୍ତ ପଞ୍ଜୀକୃତ ଗ୍ରାହକଙ୍କ ମୋବାଇଲ୍ ନମ୍ବରକୁ ଏସ୍‌ଏମ୍‌ଏସ୍ ଜରିଆରେ ପଠାଯାଇଥିଲା । ଶେଷରେ ଡିଏଭି ପବ୍ଲିକ୍ ସ୍କୁଲ, ଚନ୍ଦ୍ରଶେଖରପୁରର ପ୍ରାୟ ୧୦୦୦ ଛାତ୍ରଛାତ୍ରୀଙ୍କୁ ସତ୍ୟତା ଓ ନିଷ୍ଠା ମୂଲ୍ୟବୋଧର ଗୁରୁତ୍ୱ ବିଷୟରେ ସୂଚିତ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ସତ୍ୟତାର ଶପଥ ପାଠ କରିଥିଲେ । ଫଳରେ ଅର୍ଥପୂର୍ଣ୍ଣ ଢଙ୍ଗରେ ସତର୍କତା ସଚେତନତା ସପ୍ତାହ ପାଳନ କାର୍ଯ୍ୟକ୍ରମର ସମାପନ ହୋଇଥିଲା ।
କର୍ମଶାଳା ଓ ସତର୍କତା ସଚେତନତା ସପ୍ତାହ-୨୦୨୩ର ସଫଳ ସମାପନ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି ଯେ, “ଆମ ଅଂଶୀଦାରମାନଙ୍କ ପ୍ରତ୍ୟକ୍ଷ ଅଂଶଗହଣ ଓ ସଂପୃକ୍ତି ପାଇଁ ଅଶେଷ ଧନ୍ୟବାଦ ଜଣାଇାକୁ ଚାହୁଛୁ । ସେଥିପାଇଁ ଆମର ସତର୍କତା ସଚେତନତା ସପ୍ତାହ ବେଶ ଚମତ୍କାର ଥିଲା । କେନ୍ଦ୍ର ଓଡ଼ିଶାରେ ସ୍ୱଚ୍ଛତା, ମୂଲ୍ୟବୋଧ ଓ ଦାୟିତ୍ୱବୋଧର ସଂସ୍କୃତିକୁ ସୁଦୃଢ଼ କ

Share

Leave a Reply

Your email address will not be published. Required fields are marked *

five + nine =