ହୋନାସା କଂଜ୍ୟୁମର ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୩ ଅକ୍ଟୋବର ୩୧ରେ ଖୋଲିବ

ଭୁବନେଶ୍ୱର: ହୋନାସା କଂଜ୍ୟୁମର ଲିମିଟେଡ୍ (ଏଚ୍‌ସିଏଲ୍‌)ର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ୨୦୨୩ ଅକ୍ଟୋବର ୩୧ରେ ଖୋଲିବ । ୨୦୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ କଂପାନିର ନିଟ୍ ଲାଭ ୨୪.୭୧ କୋଟି ଟଙ୍କା ହୋଇଛି ଯାହା ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୧୧.୫୨ କୋଟି ଟଙ୍କା ଥିଲା । କଂପାନିର ଲାଭ ମାର୍ଜିନ ୧୭.୩ ପ୍ରତିଶତ ରହିଛି ।
ଏହି ଅଫରରେ କଂପାନି ୩୬୫ କୋଟି ଟଙ୍କାର ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନଙ୍କ ୪୧,୨୪୮,୧୬୨ ଇକ୍ୱିଟି ସେୟାର ବିକ୍ରି କରିବ । ଅଫର ଫର ସେଲ୍‌ରେ ପ୍ରମୋଟର ଓ ପ୍ରତିଷ୍ଠାତା ବରୁଣ ଅଲଘ ଓ ଗଜଲ ଅଲଘ ଏବଂ ନିବେଶକ ଯଥା ଫାୟାରସାଇଡ୍ ଭେଂଚର ଫଣ୍ଡ୍‌, ସୋଫିନା, ଷ୍ଟେଲାରିସ୍‌, କୁନାଲ ବେହଲ, ରୋହିତ କୁମାର ବଂଶଲ, ଋଷଭ ହର୍ଷ ମାରିୱାଲା ଓ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟି କୁନ୍ଦ୍ରାଙ୍କ ଅଂଶଧନ ବିକ୍ରି କରାଯିବ ।
ଏହି ଅଫର ୨୦୨୩ ନଭେମ୍ବର ୨ ତାରିଖ ଗୁରୁବାର ବନ୍ଦ ହେବ ।
ଅଫରରେ ଇକ୍ୱିଟି ସେୟାର ପିଛା ମୂଲ୍ୟ ୩୦୮ ଟଙ୍କାରୁ ୩୨୪ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ସର୍ବନିମ୍ନ ୪୬ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୪୬ଟି ଲେଖାଏଁ ଗୁଣିତକ ହିସାବରେ ଯୋଡ଼ିହେବ । ଯୋଗ୍ୟ କର୍ମଚାରୀମାନଙ୍କୁ ଇକ୍ୱିଟି ସେୟାର ପିଛା ୩୦ ଟଙ୍କାର ରିହାତି ପ୍ରଦାନ କରାଯିବ ।
ଏହି ଅଫର ଜରିଆରେ ମିଳିବାକୁ ଥିବା ରାଶିକୁ କଂପାନି ବ୍ରାଣ୍ଡ୍‌ର ଉପସ୍ଥିତି ବଢ଼ାଇବା ଲାଗି ବିଜ୍ଞାପନ, ନୂଆ ଇବିଓ ସ୍ଥାପନ କରିବାର ପୁଂଜି ବ୍ୟୟ, ସହଯୋଗୀ ସଂସ୍ଥା ଭବାନୀ ବ୍ଲଂଟ୍ ହେୟାର ଡ୍ରେସିଂ ପ୍ରାଇଭେଟ୍ ଲିମିଟେଡ୍‌ରେ ନିବେଶ, ନୂଆ ସେଲୁନ ସ୍ଥାପନ ଓ ସାଧାରଣ କର୍ପୋରେଟ୍ କାର୍ଯ୍ୟ ସହ ଅଧିଗ୍ରହଣ ଆଦିରେ ବ୍ୟବହାର କରାଯିବ ।
ଏହି ଅଫରର ବୁକ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି କୋଟାକ ମହିନ୍ଦ୍ରା କ୍ୟାପିଟାଲ୍ କଂପାନି ଲିମିଟେଡ୍‌, ସିଟି ଗ୍ରୁପ ଗ୍ଲୋବାଲ୍ ମାର୍କେଟ୍‌ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍ ଓ ଜେପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

16 − 15 =