ଟାଟା କ୍ଲିକ୍ ପ୍ୟାଲେଟ୍ ପକ୍ଷରୁ “ସିଜନ ଅଫ୍ ସ୍ପାର୍କଲ” ସେଲ୍‌

ଭୁବନେଶ୍ୱର: ଟାଟା କ୍ଳିକ୍ ପ୍ୟାଲେଟ୍ ପକ୍ଷରୁ ୨୦୨୩ ଅକ୍ଟୋବର ୨୮ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଉତ୍ସବ ଋତୁ “ସିଜନ ଅଫ୍ ସ୍ପାର୍କଲ୍‌” ସେଲ୍ ଘୋଷଣା କରାଯାଇଛି । ଏହି ଅବସରରେ ସୌନ୍ଦର୍ଯ୍ୟପ୍ରେମୀମାନେ ବିଶ୍ୱସ୍ତରୀୟ ଓ ଭାରତୀୟ ବିଉଟି ବ୍ରାଣ୍ଡ୍ ଉପରେ ଆକର୍ଷଣୀୟ ଅଫର ପାଇବା ସହ ସେମାନଙ୍କ ସୌନ୍ଦର୍ଯ୍ୟକୁ ବଢ଼ାଇପାରିବେ ।
ଟାଟା କ୍ଲିକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋପାଳ ଅସ୍ଥାନା କହିଛନ୍ତି ଯେ, “ଗ୍ରକମାନଙ୍କୁ ସଠିକ୍ ବିଉଟି ଉତ୍ପାଦ ପ୍ରଦାନ କରିବା ଲାଗି ଟାଟା କ୍ଲିକ୍ ପ୍ୟାଲେଟ୍ ପ୍ରତିବଦ୍ଧ ରହିଛି । ପ୍ଲାଟଫର୍ମରେ ବ୍ୟାପକ ବିଉଟି ବ୍ରାଣ୍ଡ୍‌ର ଉପସ୍ଥାପନ କରିବା ବ୍ୟତୀତ ଆମର ଅତ୍ୟାଧୁନିକ ଏଆଇ-ଭିତିକ ବିଉଟି ଆଇଡି ପ୍ରଯୁକ୍ତି ପ୍ରତିଟି ଗ୍ରାହକଙ୍କ ଅନୁଭବକୁ ସେମାନଙ୍କ ସ୍ୱତନ୍ତ୍ର ସୌନ୍ଦର୍ଯ୍ୟ ଆବଶ୍ୟକତା ଅନୁସାରେ ଉନ୍ନତ କରିପାରିଛି । ଆମେ ସାମ୍ପ୍ରତିିକ ଉତ୍ସବ ଋତୁର ଭାବକୁ ପାଳନ କରୁଥିବାରୁ ସିଜନ ଅଫ୍ ସ୍ପାର୍କଲ୍ ସେଲ୍ ବିଷୟରେ ଘୋଷଣା କରି ବେଶ ଆନନ୍ଦିତ ଯାହା ଅକ୍ଟୋବର ୨୮ରୁ ଆରମ୍ଭ ହେବ । ସ୍ୱତନ୍ତ୍ର ଅଫର ସହିତ ଏହି ସେଲ୍ କାର୍ଯ୍ୟକ୍ରମ ଗ୍ରାହକମାନଙ୍କୁ ସେମାନଙ୍କ ପ୍ରିୟଜନଙ୍କୁ ଉପହାର ପ୍ରଦାନ କରିବା ଲାଗି ସପିଙ୍ଗ କରିବାର ସୁଯୋଗ ଦେଉଛି । ଗ୍ରାହକମାନଙ୍କୁ ଉନ୍ନତ ସୌନ୍ଦର୍ଯ୍ୟ ଅନୁଭୂତି ପ୍ରଦାନ କରିବା ଲାଗି ଅମେ ଏହି ଉତ୍ସବ ଋତୁରେ ଚାହିରହିଛୁ ।’’
୫୦% ପର୍ଯ୍ୟନ୍ତ ରିହାତି ଜରିଆରେ ନିଜ ସୌନ୍ଦର୍ଯ୍ୟ ବଢ଼ାଇବା ଲାଗି ଆମେ ଗ୍ରାହକମାନଙ୍କୁ ଆମନ୍ତ୍ରଣ କରୁଛୁ । ସେମାନେ ୧୦୦୦ରୁ ଅଧିକ ବ୍ରାଣ୍ଡ୍‌ର ବ୍ୟାପକ ସୌନ୍ଦର୍ଯ୍ୟ ଉତ୍ପାଦର ସପିଙ୍ଗ କରିପାରିବେ । ମେକ୍ ଅପ୍ ଉତ୍ପାଦଗୁଡ଼ିକ ମଧ୍ୟରେ ଗ୍ରାହକମାନେ କଲରବାର୍‌, ଡେଲି ଲାଇଫ୍ ଫୋର ଏଭର ୫୨, ଲାକ୍‌ମି, ମେକ୍ ଅପ୍ ରିଭଲ୍ୟୁସନ ଆଦି ବ୍ରାଣ୍ଡ୍ ଉପରେ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ । ସୁଗାର କସମେଟିକ୍ସ ଉପରେ ୬୦% ପର୍ଯ୍ୟନ୍ତ ରିହାତି ମିଳିବ । ବାୟୋଟିକ୍‌, ନିଉଟ୍ରିଗେନା, ଓଲେ ଓ ପଣ୍ଡସ ଉପରେ ୧୫-୩୦% ରିହାତି ମିଳିବ । ଗେସ୍‌, ଜାଗୁଆର, ନୌଟିକା ଓ ସ୍କିନ ବାଏ ଟାଇଟାନ୍ ଉପରେ ୪୫% ପର୍ଯ୍ୟନ୍ତ ରିହାତି ମିଳିବ ।
ଡୋଭ୍‌, ଜିକେ ହେୟାର, ସ୍ୱାର୍କଜକୋଫ ପ୍ରଫେସନ, ଷ୍ଟ୍ରିକ୍ସ, ଟ୍ରେସିମି ଉପରେ ୪୫% ପର୍ଯ୍ୟନ୍ତ; ଡୋଭ, ମାମାଆର୍ଥ, ନିଭିଆ, ଦି ଲଭ୍ କୋ ଓ ଭେସେଲିନ୍ ଉପରେ ୪୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ଦି ମ୍ୟାନ୍ କଂପାନି, ବମ୍ବେ ସେଭିଂ କଂପାନି ଓ ଉଷ୍ଟ୍ରା ଉପରେ ୪୦% ରିହାତି ମିଳିବ ।
ସେହିପରି ଲକଜୁରି ଉତ୍ପାଦ ମଧ୍ୟରେ ଆନାସ୍ତାସିଆ ବେଭରଲି ହିଲ୍‌ସ, ବବି ବ୍ରାଉନ୍‌, ଏମଏସି, ସିଗ୍‌ମା ବିଉଟି ଉପରେ ନିଶ୍ଚିତ ଉପହାର ରହିଛି । କସଆରଏକ୍ସ, ବଡି ସପ୍‌, ଦି ଫେଓ ସପ୍ ଆକର୍ଷଣୀୟ ମୂଲ୍ୟରେ ମିଳିବ । ଦକ୍ଷିଣ କୋରିଆର ବ୍ରାଣ୍ଡ୍ ଗାଲାଇନ୍ ଉପରେ ଫ୍ଲାଟ୍ ୮୦% ରିହାତି ରହିଛି । ଚପାର୍ଡ, ଫେରାଗାମୋ ଉପରେ ଯଥାକ୍ରମେ ୨୫% ପର୍ଯ୍ୟନ୍ତ ଓ ୪୫% ପର୍ଯ୍ୟନ୍ତ ରିହାତି ରହିଛି । ଓଲାପ୍ଲେକ୍ସ ଓ ଲା’ଓରିଅଲ୍ ପ୍ୟାରିସ୍ ଉପରେ ମଧ୍ୟ ଅଫର ରହିଛି । ଆଇସିଆଇସିଆଇ ବ୍ୟାଙ୍କ ଓ କୋଟାକ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ଉପରେ ୧୦% ତତ୍କାଳ ରିହାତି ରହିଛି ।

Share

Leave a Reply

Your email address will not be published. Required fields are marked *

19 − 18 =