ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଭେଣ୍ଡର ପାର୍ଟନରଙ୍କ ସୁରକ୍ଷା ପାଇଁ “ସୁମିଳନ’ କାର୍ଯ୍ୟକ୍ରମ ଆୟୋଜିତ

ମେରାମଣ୍ଡଳୀ, ୨୬ ଅକ୍ଟୋବର ୨୦୨୩: ଭେଣ୍ଡର ପାର୍ଟନରମାନଙ୍କ ସହଭାଗିତାରେ ସୁରକ୍ଷାକୁ ସୁଦୃଢ଼ କରିବାର ମହତ୍ୱ ଉଦ୍ଦେଶ୍ୟ ରଖି ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌)ର ଷ୍ଟିଲ୍ ଆଣ୍ଡ୍ ରୋଲିଂ ଡିଭିଜନ (ଏସ୍‌ଏମ୍‌) ପକ୍ଷରୁ ୨୦୨୩ ଅକ୍ଟୋବର ୨୬ରେ “ସୁମିଳନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏସ୍‌ଏମ୍ ଡିଭିଜନ ଅଧୀନରେ କାର୍ଯ୍ୟ କରୁଥିବା ଭେଣ୍ଡର ପାର୍ଟନରମାନଙ୍କ କର୍ମଚାରୀ ଓ ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ ଏବଂ ଟିଏସ୍‌ଏମ୍‌ର ବରିଷ୍ଠ ନେତୃତ୍ୱ ମଣ୍ଡଳୀ ସହ ଭାବ ବିନିମୟ କରିଥିଲେ । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା “ଅଗ୍ନିଶମ ସୁରକ୍ଷା’ ।
ଏହି କାର୍ଯ୍ୟକ୍ରମରେ ଟିଏସ୍‌ଏମ୍‌ର ସୁରକ୍ଷା ମୁଖ୍ୟ ଅଗମ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିଏସ୍‌ଏମ୍‌ର ଏସ୍‌ଏମ୍‌ଏସ୍ ଆଣ୍ଡ୍ ଏଲ୍‌ସିପି ମୁଖ୍ୟ ହରପନହାଲି ମହେଶବାବୁ, ଏଚ୍‌ଏସ୍‌ଏମ୍ ମୁଖ୍ୟ ମହେଶ ଭାଗବତ, ସିଆର୍‌ଏମ୍ ମୁଖ୍ୟ (ଭାରାପ୍ରାପ୍ତ) ଚନ୍ଦ୍ର ପ୍ରକାଶ ଓ ଷ୍ଟିଲ୍ ଆଣ୍ଡ୍ ରୋଲିଂ ଡିଭିଜନର ଭେଣ୍ଡର ପାର୍ଟନରମାନେ ଯୋଗ ଦେଇଥିଲେ ।
ତତ୍ୱାବଧାରକ, କ୍ଷେତ୍ର ଇନ୍‌-ଚାର୍ଜ, ଠିକା ମାଲିକ, ପ୍ରଶାସକ, ସୁରକ୍ଷା ସୁପରଭାଇଜର ଓ ଚମ୍ପିଆନମାନଙ୍କ ପ୍ରତ୍ୟକ୍ଷ ଯୋଗଦାନ ଜରିଆରେ ଡିଭିଜନ ସ୍ତରରେ ଅଗ୍ନି ସୁରକ୍ଷା ପରିଚାଳନା ସହ ଶୂନ୍ୟ ଆହାତ ଲକ୍ଷ୍ୟ ହାସଲ କରିବା ଉପରେ ଟିଏସ୍‌ଏମ୍‌ର ବିଭାଗୀୟ ମୁଖ୍ୟମାନେ ଆଲୋକପାତ କରିଥିଲେ । ସୁରକ୍ଷା ଅଭ୍ୟାସ ଓ ଆଘାତ ମୁକ୍ତ ପରିବେଶରେ ଉନ୍ନତି ଆଣିବା ପାଇଁ ସେ ବିଭିନ୍ନ ପରାମର୍ଶ ମଧ୍ୟ ଦେଇଥିଲେ ।
ଏହି ଅବରରେ ଏସ୍‌ଏମ୍ ଡିଭିଜନର ଅଗ୍ନି ସୁରକ୍ଷା ବିଶ୍ଳେଷଣ ଓ ଉତମ ଅଭ୍ୟାସ ବିଷୟରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା ଓ ଏହା ପରେ ଏକ ସ୍ପଟ୍ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଛବିଶ (୨୬)ଜଣଙ୍କୁ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୫୦ କର୍ମଚାରୀ ଓ ଭେଣ୍ଡର ପ୍ରତିନିଧି ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ । ଭେଣ୍ଡର ପାର୍ଟନରଙ୍କ କର୍ମଚାରୀମାନଙ୍କ ଦ୍ୱାରା ଦୁଇଟି ଆବେଗପୂର୍ଣ୍ଣ ନୁକଡ ନାଟକ ପରିବେଶ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା ।
ଠିକାଦାର ଓ ସେମାନଙ୍କ କର୍ମଚାରୀମାନଙ୍କ ସହ ଅର୍ଥପୂର୍ଣ୍ଣ ଯୋଗାଯୋଗ ପାଇଁ ଟାଟା ଷ୍ଟିଲ୍‌ର ପ୍ରତିବଦ୍ଧତାକୁ “ସୁମିଳନ’ ପ୍ରତିଫଳିତ କରୁଛି, ଯେଉଁଥିରେ ସଂସ୍ଥାର ପ୍ରଦର୍ଶନ ଅନୁସାରେ ସୁରକ୍ଷା ବିଷୟ ଉପରେ ଦୁଇଦିନିଆ ଭାବ ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଠିକାଦାର ପାର୍ଟନର ଓ ସେମାନଙ୍କ ଉତ୍ସର୍ଗୀକୃତ ଶ୍ରମଶକ୍ତିଙ୍କଠାରୁ ସୁରକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ଗ୍ରହଣ କରିବାର ଏକ ପ୍ଲାଟଫର୍ମ ଭାବେ ଏହି କାର୍ଯ୍ୟକ୍ରମ କାର୍ଯ୍ୟ କରୁଛୁ । ସମସ୍ତ ଅଂଶୀଦାରଙ୍କ ପାଇଁ ଏକ ସୁରକ୍ଷିତ କର୍ମ ପରିବେଶ ସୃଷ୍ଟି କରିବା ଲାଗି ସୁରକ୍ଷା, ସହଯୋଗିତା ଓ ମୁକ୍ତ ଯୋଗାଯୋଗ ପ୍ରତି ଟିଏସ୍‌ଏମ୍ ପ୍ରତିବଦ୍ଧ ରହିଛି ।

Share

Leave a Reply

Your email address will not be published. Required fields are marked *

three + two =