କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍‌) ଭୁବନେଶ୍ୱରର ଜୟନ୍ତୀ ରୋହନ ଜିତିଲେ ଟାଟା କ୍ରୁସିବଲ୍ କୁଇଜ୍ ୨୦୨୩-ଓଡ଼ିଶା ଫାଇନାଲ୍

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍‌) ଭୁବନେଶ୍ୱରର ଜୟନ୍ତୀ ରୋହନ ଭାରତର ସବୁଠୁ ସମ୍ମାନଜନକ ବିଜନେସ୍ କୁଇଜ୍ ଟାଟା କ୍ରୁସିବଲ୍ କ୍ୟାମ୍ପସ୍ କୁଇଜ୍ ୨୦୨୩ର କ୍ଲଷ୍ଟର ୨୧ ଫାଇନାଲ୍ ବିଜେତା ହୋଇଛନ୍ତି ।
ଝାଡ଼ଖଣ୍ଡ ଅଂଚଳକୁ ପ୍ରତିନିଧିତ୍ୱ କରୁଥିବା କ୍ଲଷ୍ଟର ୨୧ ଫାଇନାଲ୍‌ରେ ସମସ୍ତ ଅଂଶଗ୍ରହଣକାରୀଙ୍କ ତରଫରୁ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିଥିଲା । ବିଜେତା ୩୫,୦୦୦ ଟଙ୍କାର ନଗଦ ପୁରସ୍କାର ଜିତିଥିବା ବେଳେ ଜୋନାଲ୍ ଫାଇନାଲ୍‌ରେ ମଧ୍ୟ ସ୍ଥାନ ପାଇଛନ୍ତି । କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍‌) ଭୁବନେଶ୍ୱରର ଶୈବାଳିକ ଧାରା ଉପ ବିଜେତା ହେବା ସହ ୧୮ ହଜାର ଟଙ୍କାର ନଗଦ ପୁରସ୍କାର ଜିତିଛନ୍ତି ।
ଚଳିତ ବର୍ଷ ଏହି କ୍ୟାମ୍ପସ କୁଇଜ୍‌୍ ପାଇଁ ସାରା ଦେଶକୁ ୨୪ଟି କ୍ଲଷ୍ଟରରେ ଭାଗ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇଟି ଅନଲାଇନ୍ ପର୍ଯ୍ୟାୟ ପରେ ପ୍ରତି କ୍ଲଷ୍ଟର ପାଇଁ ଶ୍ରେଷ୍ଠ ୧୨ ଫାଇନାଲିଷ୍ଟ୍‌ଙ୍କୁୁ ୱାଇଲ୍‌ଡ କାର୍ଡ ଫାଇନାଲ୍ ପାଇଁ
ଚୟନ କରାଯାଇଥିଲା, ଯେଉଁଥିରୁ ୬ ଜଣ ଫାଇନାଲିଷ୍ଟ୍ ୨୪ ଅନଲାଇନ୍ କ୍ଲଷ୍ଟର ଫାଇନାଲ୍‌ରେ ମୁକାବିଲେ କରିବେ । ସେହି ୨୪ କ୍ଳଷ୍ଟରକୁ ଚାରିଟି ଜୋନ୍‌-ପୂର୍ବ, ପଶ୍ଚିମ, ଉତର ଓ ଦକ୍ଷିଣରେ ଭାଗ କରାଯାଇଛି ଏବଂ ପ୍ରତି ଜୋନ୍‌ରେ ୬ କ୍ଲଷ୍ଟର ରହିଛି । ଜୋନାଲ୍ ଫାଇନାଲ୍ ଅନଲାଇନ୍‌ରେ ଆୟୋଜନ କରାଯାଉଛି । ଜାତୀୟ ଫାଇନାଲ୍ କିନ୍ତୁ ପ୍ରତ୍ୟକ୍ଷ ଭାବେ ଆୟୋଜନ କରାଯିବ ।
କ୍ଲଷ୍ଟର ପର୍ଯ୍ୟାୟର ବିଜେତା ଓ ଉପ ବିଜେତାଙ୍କୁ ଯଥାକ୍ରମେ ୩୫,୦୦୦ ଟଙ୍କା ଓ ୧୮,୦୦୦ ଟଙ୍କାର ନଗଦ ପୁରସ୍କାର ଦିଆଯାଇଛି । ଜୋନାଲ୍ ପର୍ଯ୍ୟାୟର ଶ୍ରେଷ୍ଠ ଦୁଇ ସ୍କୋର ହାସଲ କରିଥିବା ପ୍ରାର୍ଥୀ ଜାତୀୟ ଫାଇନାଲ୍‌ରେ ପ୍ରବେଶ କରିବେ ।
ଜାତୀୟ ଫାଇନାଲ୍‌ରେ ୮ ଜଣ ଫାଇନାଲିଷ୍ଟ ରହି ଜାତୀୟ ଟାଇଟଲ୍ ଚମ୍ପିଆନ୍‌ସିପ୍ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଜାତୀୟ ଚମ୍ପିଆନ୍‌ସିପର ବିଜେତାଙ୍କୁ ୨.୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଓ ଟାଟା କ୍ରୁସିବଲ୍ ଟ୍ରଫି ପ୍ରଦାନ କରାଯିବ । ଏଥିସହିତ ଚଳିତ ବର୍ଷର ଜାତୀୟ ବିଜେତା ଓ ଦୁଇ ଶ୍ରେଷ୍ଠ ସ୍କୋର ହାସଲକାରୀଙ୍କୁ ଟାଟା ଗ୍ରୁପ୍‌ରେ ଇଟଂର୍ନସିପ୍ କରିବା ସୁଯୋଗ ମିଳିବ ।
“ପିକ୍‌-ବ୍ରେନ୍‌” ନାମରେ ପରିଚିତ ବିଶିଷ୍ଟ କୁଇଜ୍ ମାଷ୍ଟର ଗିରି ବାଲସୁବ୍ରମଣ୍ୟମ ଚଳିତ ସଂସ୍କରଣରେ କୁଇଜ୍ ମାଷ୍ଟର ଭୂମିକାରେ ଅବତୀର୍ଣ୍ଣ ହେବେ ଏବଂ ତାଙ୍କୁ ରଶ୍ମୀ ଫୁର୍ତାଡୋ ସହଯୋଗ କରିବେ ।

Share

Leave a Reply

Your email address will not be published. Required fields are marked *

four × one =