ଟିପିସିଓଡିଏଲ୍ ପକ୍ଷରୁ ୨୦ତମ ଗ୍ରାହକ ସେବା କେନ୍ଦ୍ର ଶୁଭାରମ୍ଭ ସହ ଗ୍ରାହକ ସେବାରେ ଉନ୍ନତି

ଭୁବନେଶ୍ୱର: ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ରହିଥିବା ଅତୁଟ ପ୍ରତିବଦ୍ଧତା ଅନୁସାରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଆଠଗଡ଼ରେ ଏହାର ୨୦ତମ ଗ୍ରାହକ ସେବା କେନ୍ଦ୍ର (ସିସିସି) ଖୋଲାଯାଇଛି । ଏହି ସମ୍ପ୍ରସାରଣ ଗ୍ରାହକ ଅନୁଭୂତିକୁ ସମୃଦ୍ଧ କରିବା ଲାଗି ଟିପିସିଓଡିଏଲ୍‌ର ସଂକଳ୍ପକୁ ଦର୍ଶାଉଛି ।
ଏହି ଗ୍ରାହକ ସେବା କେନ୍ଦ୍ର (ସିସିସି)କୁ ଓଡ଼ିଶା ସରକାରଙ୍କ ମାନ୍ୟବର କୃଷି ଓ କୃଷକ ସଶକ୍ତୀକରଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦ୍‌ଘାଟନ କରିଥିବା ବେଳେ ଟିପିସିଓଡିଏଲ୍‌ର ବରିଷ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଆଗଠଗଡ଼ ବିଦ୍ୟୁତ ଡିଭିଜନ (ମଣ୍ଡଳ)ରେ ଗ୍ରାହକଙ୍କୁ ଶ୍ରେଷ୍ଠ ସେବା ପ୍ରଦାନ କରିବା ଯାତ୍ରାରେ ନୂତନ ବିଦ୍ୟୁତ ସଂଯୋଗ ପାଇଁ ଆବେଦନ, ବିଲ୍ ପ୍ରଦାନ, ଗ୍ରାହକଙ୍କ ପ୍ରଶ୍ନ ଓ ସମସ୍ୟାଗୁଡ଼ିକର ପରିଚାଳନା ସମେତ ଅନ୍ୟାନ୍ୟ ଗ୍ରାହକ ସମ୍ପର୍କିତ ସେବାଗୁଡ଼ିକୁ ପରିଚାଳନା କରିବା ଲାଗି ତାଲିମପ୍ରାପ୍ତ ଅଭିଜ୍ଞ କର୍ମଚାରୀମାନଙ୍କ ଟିମ୍ ଦ୍ୱାରା ଏହି ଗ୍ରାହକ ସେବା କେନ୍ଦ୍ର ପରିଚାଳିତ ହେବ ।
ଏହି ଗ୍ରାହକ ସେବା କେନ୍ଦ୍ରରେ ଗ୍ରାହକଙ୍କ ଆଗମନକୁ ପରିଚାଳନା କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ଭିଡ଼ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି ଏବଂ କେନ୍ଦ୍ରରେ ସେଲ୍‌ଫ-ହେଲ୍‌ପ କିଓସ୍କ ବ୍ୟବସ୍ଥା ରହିଛି । ଏହି କିଓସ୍କ ଗ୍ରାହକମାନଙ୍କୁ ସୁବିଧାରେ ଓ ସହଜରେ ସଂଯୋଗ, ନକଲି ବିଲ୍ ଓ ଗ୍ରାହକ ସଂଯୋଗ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବାରେ ସକ୍ଷମ କରିବ । ଗ୍ରାହକଙ୍କ ମତାମତକୁ ଟିପିସିଓଡିଏଲ୍ ଗୁରୁତ୍ୱ ପ୍ରଦାନ କରୁଛି ଏବଂ ଉତ୍ସର୍ଗୀକୃତ ଫିଡ୍‌ବ୍ୟାକ୍ ଟ୍ୟାବ୍ ସୃଷ୍ଟି କରାଯାଇଛି ଯାହା ଜରିଆରେ ଗ୍ରାହକମାନେ ସେମାନଙ୍କ ମତାମତ ଦେଇପାରିବେ ଯାହା ସେବାରେ ଉନ୍ନତି ଆଣିବ । ଗ୍ରାହକମାନଙ୍କୁ ସୂଚିତ କରିବା ଲାଗି ଏହି ଗ୍ରାହକ ସେବା କେନ୍ଦ୍ରରେ ଟିଭି ସ୍କ୍ରିନ୍ ବ୍ୟବସ୍ଥା ରହିଛି । ଏହି ସ୍କ୍ରିନ୍‌ରେ ଅନଲାଇନ୍ ପେମେଂଟ୍ ବିକଳ୍ପ, ସୁରକ୍ଷା ପଦକ୍ଷେପ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍କିମ୍ ଆଦିର ସୂଚନା ପ୍ରଦର୍ଶିତ ହେବ ।
ଗ୍ରାହକ ସେବାରେ ଉନ୍ନତି ଆଣିବାର ନିରନ୍ତର ସନ୍ଧାନରେ ଆଠଗଡ଼ରେ ଗ୍ରାହକ ସେବା କେନ୍ଦ୍ରର ଶୁଭାରମ୍ଭ କରି ଟିପିସିଓଡିଏଲ୍ ରୋମାଂଚିତ । ଆମେ ଘରଗୁଡ଼ିକୁ ଆଲୋକିତ କରୁଥିବା ବେଳେ ଖୁସି ଓ ସନ୍ତୁଷ୍ଟି ପ୍ରଦାନ କରୁଛୁ ବୋଲି ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ।
ଗ୍ରାହକ ସେବା କେନ୍ଦ୍ରର ଉଦଘାଟନ ଅବସରରେ ମାନ୍ୟବର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହଛନ୍ତି ଯେ, “ଉତ୍ସର୍ଗୀକୃତ ଗ୍ରାହକ ସେବା କେନ୍ଦ୍ର ଜରିଆରେ ସମସ୍ତ ଗ୍ରାହକ ପ୍ରଶ୍ନ ଓ ଅଭିଯୋଗର ପରିଚାଳନା କରିବା ଏବଂ ବିଭିନ୍ନ ଉପଲବ୍ଧ ଅନଲାଇନ ସେବା ଜରିଆରେ ସେମାନଙ୍କୁ ସଚେତନ କରିବା ଲାଗି ଏହା ଏକ ଭଲ ପଦକ୍ଷେପ ।’’
ଶ୍ରେଷ୍ଠ ମାନର ଗ୍ରାହକ ସେବା ପ୍ରଦାନ କରିବା ଲାଗି ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି ଓ ଏହି ଗ୍ରାହକ ସେବା କେନ୍ଦ୍ର ସେହି ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ । ନବସୃଜନ ଓ ସେବାରେ ଉନ୍ନତି ଆଣିବା ପାଇଁ ଟିପିସିଓଡିଏଲ୍ ନିରନ୍ତର ଉଦ୍ୟମ କରୁଥିବା ବେଳେ ଗ୍ରାହକଙ୍କ ପାଇଁ ଶ୍ରେଷ୍ଠ ସମ୍ଭବ ଅନୁଭୂତି ସୁନିଶ୍ଚିତ କରୁଛି ।

Share

Leave a Reply

Your email address will not be published. Required fields are marked *

twenty + five =