ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ପକ୍ଷରୁ ନୂଆ ଅଭିଯାନରେ ବର୍ଦ୍ଧିତ ମେଡିକାଲ ଖର୍ଚ୍ଚ ପାଇଁ ବ୍ୟାପକ ସ୍ୱାସ୍ଥ୍ୟ ବୀମାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର: ଭାରତର ଅଗ୍ରଣୀ ସାଧାରଣ ବୀମା କମ୍ପାନି ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ପକ୍ଷରୁ ‘ଚୁନିୟେ ଭରୋସା, ଆପନୋ ସା’ ଅଭିଯାନ ଅଧୀନରେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ନେଇ ଏକ ନୂଆ ବ୍ରାଣ୍ଡ ସିନେମା ପ୍ରସ୍ତୁତ କରାଯାଇଛି। ଆଜିର ଅନିଶ୍ଚିତ ଦୁନିଆରେ ଓ ଦୈନନ୍ଦିନ ଜୀବନ ପାଇଁ ସ୍ୱାସ୍ଥ୍ୟ ବୀମାର ବର୍ଦ୍ଧିତ ଆବଶ୍ୟକତା ଉପରେ ଆଲୋକପାତ କରାଯାଇଛି।
ଭାରତରେ ଜୀବନଶୈଳୀ ସମ୍ପର୍କିତ ସ୍ୱାସ୍ଥ୍ୟ ସମସ୍ୟା ଦ୍ରୁତ ଗତିରେ ବଢ଼ୁଛି ଓ ମେଡିକାଲ ଖର୍ଚ୍ଚରେ ବୃଦ୍ଧି ଘଟୁଛି। ସେଥିପାଇଁ ଜରୁରୀକାଳୀନ ସମୟରେ ପରିବାରଗୁଡ଼ିକରେ ଆର୍ôଥକ ବୋଝ ବଢ଼ିଯାଉଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ)ର ୮୦ତମ ପର୍ଯ୍ୟାୟ ସ୍ୱାସ୍ଥ୍ୟ ଅଧ୍ୟୟନ ଅନୁସାରେ ଦେଶରେ ହସ୍ପିଟାଲ ଭର୍ତ୍ତିରେ ହାରାହାରି ଖର୍ଚ୍ଚ ପରିବାର ପିଛା ୩୪ ହଜାର ଟଙ୍କା ରହୁଛି। ଦେଶରେ ଅଧିକ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ବୀମା ସୁବିଧା ପହଂଚିବା ସତ୍ୱେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା ବେଳେ ପରିବାର ଉପରେ ପଡ଼ୁଥିବା ବଡ଼ ଧରଣର ଆର୍ôଥକ ବୋଝକୁ ଏହା ଦର୍ଶାଉଛି।
ପଙ୍କଜ ତ୍ରିପାଠୀଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ସିନେମାରେ ଦୈନନ୍ଦିନ ଜୀବନର ବାସ୍ତବତାକୁ ଉପସ୍ଥାପନ କରାଯାଇଛି। ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ନିତିଦିନିଆ ଜଞ୍ଜାଳ, ଲମ୍ବା ଯାତ୍ରା, ଚାହିଦା ମୁତାବକ କାର୍ଯ୍ୟଦିବସ ଓ ଲୋକମାନେ କରୁଥିବା ତ୍ୟାଗକୁ ଏଥିରେ ଦେଖାଯାଇଛି। ଏହି ଆବେଗଭରା ତଥା ଆପଣାର ଭଳି ଲାଗୁ ଥିବା ସିନେମାରେ ଦର୍ଶକମାନଙ୍କୁ ମନେ ପକାଇ ଦିଆଯାଇଛି ଯେ ନିଜ ପ୍ରିୟଜନଙ୍କ ପାଇଁ ଆମେ ଅବିରତ କାମ କରୁଛନ୍ତି, କିନ୍ତୁ ନିଜ ପରିବାର ଓ ସବୁଠୁ ଅଧିକ ଗୁରୁତ୍ୱ ରଖୁଥିବା ଲୋକମାନଙ୍କ ସ୍ୱାସ୍ଥ୍ୟ ଓ ଆର୍ôଥକ କଲ୍ୟାଣର ସୁରକ୍ଷାକୁ ଅଣଦେଖା କରୁଛନ୍ତି। ଅନିଶ୍ଚିତତା ସମୟ ପାଇଁ ବିଶ୍ୱସନୀୟ ଓ ଉପଯୁକ୍ତ ସ୍ୱାସ୍ଥ୍ୟ ବୀମାର ଆବଶ୍ୟକତା ଉପରେ ଏହି ଅଭିଯାନ ଆଲୋକପାତ କରିଛି।
ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ମାର୍କେଟିଂ ଓ ସିଏସଆର ମୁଖ୍ୟ ରଥିନ ଲାହିରି କହିଛନ୍ତି ଯେ, “ଆଜିର ଦିନରେ ସ୍ୱାସ୍ଥ୍ୟ ସେବା ପାଇଁ ପ୍ରସ୍ତୁତ ରହିବା ଏକ ବୀମା ପଲିସି କିଣିବାଠାରୁ ଯଥେଷ୍ଟ ଅଧିକ। ପରିବାର ଦାୟିତ୍ୱ ନିର୍ବାହ କରୁଥିବା ବେତନଭୋଗୀମାନଙ୍କୁ ପରିବର୍ତିତ ସ୍ୱାସ୍ଥ୍ୟ ଅବଶ୍ୟକତା ଓ ବର୍ଦ୍ଧିତ ମେଡିକାଲ ଖର୍ଚ୍ଚ ବହନ କରିବା ପାଇଁ ବାର୍ଷିକ ଆୟର ଅତିକମରେ ୨୫% ବୀମା ପାଇଁ ରଖିବା ଏକ ବଳିଷ୍ଠ ପଦକ୍ଷେପ ହେବ। ଆମ ବ୍ରାଣ୍ଡ ଆମ୍ବାସଡର ପଙ୍କଜ ତ୍ରିପାଠୀଙ୍କୁ ନେଇ ପ୍ରସ୍ତୁତ ଆମର ଚୁନିୟେ ଭରୋସା, ଆପନୋ ସା ଅଭିଯାନ ଜରିଆରେ ଲୋକମାନେନିଜ ପ୍ରିୟ ଜନଙ୍କ ପାଇଁ ପ୍ରତିଦିନ କରୁଥିବା ଉଦ୍ୟମକୁ ଆମେ ପ୍ରତିଫଳିତ କରିବା ସହ ନିଜ ପରିବାରର ସ୍ୱାସ୍ଥ୍ୟ ଓ ଆର୍ôଥକ କଲ୍ୟାଣର ସୁରକ୍ଷା ପାଇଁ ପ୍ରତ୍ୟକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ଉତ୍ସାହିତ କରିବାକୁ ଚାହୁଥିଲୁ। ଏହି ଅଭିଯାନ ଅନିଶ୍ଚିତତାର ସମୟରେ ପରିବାରକୁ ପ୍ରକୃତରେ ସାହାଯ୍ୟ କରୁଥିବା ବୀମା ସୁରକ୍ଷା ଚୟନର ମହତ୍ୱ ଉପରେ ଆଲୋକପାତ କରୁଛି।”
ସଂପ୍ରତି ସ୍ୱାସ୍ଥ୍ୟ ବୀମା ଜରୁରୀକାଳୀନ ମେଡିକାଲ ସହାୟତାଠାରୁ ଆଗକୁ ବଢ଼ି ଦୀର୍ଘକାଳୀନ ସ୍ୱାସ୍ଥ୍ୟ ଯତ୍ନ ଓ ପରିବାର ପାଇଁ ଆର୍ôଥକ ପ୍ରସ୍ତୁତିର ଏକ ସ୍ତମ୍ଭରେ ପରିଣତ ହୋଇଛି। ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ବୀମା ଜରିଆରେ ଆଗୁଆ ପ୍ରସ୍ତୁତି ଦ୍ୱାରା ପରିବାରାଗୁଡ଼ିକ ଅନିଶ୍ଚିତତା ସମୟକୁ ବିଶ୍ୱାସର ସହ ଅତିକ୍ରମ କରିପାରିବେ ଏବଂ ଆର୍ôଥକ ବ୍ୟୟକୁ ଜରୁରୀକାଳୀନ ସମୟରେ କମାଇପାରିବେ।
ବ୍ୟକ୍ତିବିଶେଷ ଓ ପରିବାରଗୁଡ଼ିକୁ ବ୍ୟାପକ ବୀମା ସୁରକ୍ଷା ଓ ନମନୀୟ ସୁବିଧା ଜରିଆରେ ସହାୟତା କରିବା ପାଇଁ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ପ୍ରସ୍ତୁତ ଗ୍ରାହକ କେଅନ୍ଦ୍ରୀକ ସ୍ୱାସ୍ଥ୍ୟ ବୀମା ସମାଧାନ ପ୍ରଦାନ କରିବା ଜାରି ରଖିଛି। ନିକଟରେ ଏହା ହେଲଥ ଆଲଫା ପ୍ଲାନ ଘୋଷଣା କରିଥିଲା ଯେଉଁଥିରେ ସୁହାଇବା ଭଳି ବିକଳ୍ପ, କ୍ୟାସଲେସ ହସ୍ପିଟାଲ ଭର୍ତ୍ତି ସୁବିଧା ରହିଛି।

