ଟାଟା ଷ୍ଟିଲ୍‌କୁ ସିଡିପି ପକ୍ଷରୁ ୨୦୨୨ “ସପ୍ଲାୟର ଏନ୍‌ଗେଜ୍‌ମେଂଟ୍ ଲିଡର୍‌’ ମାନ୍ୟତା

ଭୁବନେଶ୍ୱର: ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାରେ ପରିବେଶ ପ୍ରତି ରହିଥିବା ବିପଦକୁ ଆକଳନ ଓ ହ୍ରାସ କରିବା ଲାଗି ଗ୍ରହଣ କରାଯାଇଥିବା ଉଦ୍ୟମ ପାଇଁ ବିଶ୍ୱସ୍ତରୀୟ ପରିବେଶ ଅଣ ଲାଭକାରୀ ଦାତବ୍ୟ ଅନୁଷ୍ଠାନ ସିଡିପି ପକ୍ଷରୁ ଟାଟା ଷ୍ଟିଲ୍‌କୁ ୨୦୨୨ “ସପ୍ଲାୟର ଏନ୍‌ଗେଜ୍‌ମେଂଟ୍ ଲିଡର’ ମାନ୍ୟତା ପ୍ରଦାନ କରାଯାଇଛି । ଗତ ଚାରି ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ କଂପାନିକୁ ଏହାର ଯୋଗାଣକାରୀଙ୍କ ଦ୍ୱାରା ଏଭଳି ସର୍ବୋଚ୍ଚ ସ୍ତରର ରେଟିଂ ପ୍ରଦାନ କରାଯାଇଛି ।
୨୦୨୨ ସିଡିପି ଘୋଷଣାନାମା ଆଧାରରେ ଜଳବାୟୁ ପରିବର୍ତ୍ତନ ଲାଗି ଅନୁଶୀଳନ କରାଯାଇଥିବା ୮% ସପ୍ଲାୟର ଏନଗେଜ୍‌ମେଂଟ୍ ମଧ୍ୟରେ ଟାଟା ଷ୍ଟିଲ୍ ରହିଥିଲା । ଯୋଗାଣ ଶୃଙ୍ଖଳରେ ଦୀର୍ଘସ୍ଥାୟୀ ପ୍ରଥା ଲାଗୁ କରିବା ଏବଂ ଲୋ’ କାର୍ବନ୍ ଅର୍ଥନୀତି ଆଡ଼କୁ ଅଗ୍ରସର ହେବା ଲାଗି ଗ୍ରାହକ, ଯୋଗାଣକାରୀ, ନିୟାମକ ସଂସ୍ଥା, ନୀତି ନିର୍ଧାରକ ଓ ଅନ୍ୟାନ୍ୟ ଉପଯୋଗୀ ଅଂଶୀଦାରମାନଙ୍କ ସହ ଯୋଡ଼ି ହେବା ଓ ସହଯୋଗିତା ସ୍ଥାପନ କରିବାର ଉଦ୍ୟମ ପ୍ରତି କଂପାନିର ରହିଥିବା ପ୍ରତିବଦ୍ଧତାର ପ୍ରତିଫଳନ ହେଉଛି ଏହି ମାନ୍ୟତା ।
ଜଳବାୟୁ ପରିବର୍ତ୍ତନକୁ ନେଇ ଯୋଗାଣକାରୀମାନଙ୍କ ସହ ଯୋଗାଯୋଗରେ ରହିଥିବା କଂପାନିଗୁଡ଼ିକର ଉଦ୍ୟମକୁ ଅନୁଶୀଳନ କରିବା ଲାଗି ସିଡିପିର ଏକ ଅଭିଯାନ ହେଉଛି ସପ୍ଲାୟର ଏନ୍‌ଗେଜ୍‌ମେଂଟ୍ ରେଟିଂ (ଏସ୍‌ଇଆର୍‌) । ଟାଟା ଷ୍ଟିଲ୍‌ର ବ୍ୟବସ୍ଥାକୁ ଦୃଷ୍ଟାନ୍ତମୂଳକ ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ଏହାର ଉଦ୍ୟମକୁ ସର୍ବୋଚ୍ଚ “ଏ’ ରେଟିଂ ଦିଆଯାଇଛି ।
ଟାଟା ଷ୍ଟିଲ୍‌ର ସୁରକ୍ଷା, ସ୍ୱାସ୍ଥ୍ୟ ଓ ନିରନ୍ତରତା ବିଭାଗର ଉପସଭାପତି ସଞ୍ଜୀବ ପଲ୍ କହିଛନ୍ତି ଯେ, “ଟାଟା ଷ୍ଟିଲ୍‌ରେ ଆମେ ବିଶ୍ୱାସ କରୁ ଯେ ଆମ ଅଂଶୀଦାରମାନଙ୍କ ଲାଗି ଦୀର୍ଘସ୍ଥାୟୀ ମୂଲ୍ୟ ସୃଷ୍ଟି କରିବା ପାଇଁ ନିରନ୍ତର ବ୍ୟବସ୍ଥା ପ୍ରଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ଏକ ମାତ୍ର ପରିବେଶ ପାଇଁ ଦାୟିତ୍ୱ ନୁହେଁ, ଏହା ବ୍ୟବସାୟ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ନିରନ୍ତର ବ୍ୟବସାୟ ପ୍ରଥାକୁ ଆଗକୁ ବଢ଼ାଇବା ଲାଗି ଆମ ଯୋଗାଣକାରୀ ଓ ଅଂଶୀଦାର ସହ ଯୋଡ଼ିହେବା ଜରୁରୀ ବୋଲି ଆମେ ଜାଣିଛୁ । ସିଡିପି ପକ୍ଷରୁ ୨୦୨୨ “ସପ୍ଲାଏ ଏନ୍‌ଗେଜ୍‌ମେଂଟ୍ ଲିଡର’ ଭାବେ ମାନ୍ୟତା ହାସଲ କରିବା ଆମ ପାଇଁ ଗର୍ବର ବିଷୟ ଏବଂ ଏକ ନିରନ୍ତର ଭବିଷ୍ୟତ ସୃଷ୍ଟି କରିବା ଲାଗି ପରିବେଶ ଉପରେ ପ୍ରଭାବ କମ୍ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ ।’’
ଟାଟା ଷ୍ଟିଲ୍‌ର ଗ୍ରୁପ୍ ଷ୍ଟ୍ରାଟେଜିକ୍ ପ୍ରକ୍ୟୁରମେଂଟ୍ ଆଣ୍ଡ୍ ସପ୍ଲାଏ ଚେନ୍ ବିଭାଗର ଉପସଭାପତି ପୀୟୂଷ ଗୁପ୍ତା କହିଛନ୍ତି ଯେ, “ମୂଲ୍ୟ ଶୃଙ୍ଖଳରେ ନିର୍ଗମନ ନେଟ୍ ଜିରୋକୁ ହ୍ରାସ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆମର ସ୍କୋପ୍ ୩ କାର୍ବନ ନିର୍ଗମନକୁ କମ୍ କରିବା ଲାଗି ଗତ କିଛି ବର୍ଷ ଭିତରେ ଆମେ ଅନେକ ପଦକ୍ଷେପ ଗ୍ରହଣ କରିଛୁ ଏବଂ ଭବିଷ୍ୟତରେ ଆମ ଫୁଟ୍‌ପ୍ରିଂଟ୍ ଆହୁରି ହ୍ରାସ କରିବାକୁ ଯୋଜନା ରଖିଛୁ । ଦାୟିତ୍ୱବାନ ସୋର୍ସିଂ ଓ ବିତରଣ ପାଇଁ ସହଯୋଗିତା ଜରିଆରେ ଆମ ସମଗ୍ର ଯୋଗାଣ ଶୃଙ୍ଖଳରେ ଦୀର୍ଘସ୍ଥାୟୀତ୍ୱ ଆଣିବାରେ ଆମେ ଅଗ୍ରଦୂତ । ଆମ ଯୋଗାଣ ଶୃଙ୍ଖଳ ସହଯୋଗୀଙ୍କ ସହ ଆମେ ସମ୍ପର୍କ ଜାରି ରଖିଛୁ ଏବଂ ପରିବେଶ ଓ ସମ୍ବଳ ପ୍ରଭାବ ଏବଂ ପରିବେଶ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ଧାର୍ଯ୍ୟ କରାଯାଇଥିବା ପରିଚାଳନା ପ୍ରଥା ମାନଦଣ୍ଡକୁ ଗ୍ରହଣ କରିବା ଏବଂ ବଜାୟ ରଖିବା ଲାଗି ସେମାନଙ୍କୁ ଉତ୍ସାହିତ କରିବୁ ।’’
ସିଡିପିର ଗ୍ଲୋବାଲ୍ ହେଡ୍ (ଭାଲ୍ୟୁ ଚେନ୍‌) ସୋନ୍ୟା ଭୋଁସଲେ କହିଛନ୍ତି ଯେ, “ବିଶ୍ୱ ତାପମାତ୍ରାକୁ ୧.୫ ବୃଦ୍ଧି ହେବାରୁ ରୋକିବା ଲାଗି ଠିକ୍ ବେଗ, ବ୍ୟାପକତା ଏବଂ ମାତ୍ରାରେ ପରିବେଶ ପଦକ୍ଷେପ ଗ୍ରହଣ କରାଯାଉନଥିବା ଚଳିତ ବର୍ଷ ରିପୋର୍ଟରେ ପ୍ରଦର୍ଶିତ ହୋଇଛି ଏବଂ ବହୁ କଂପାନି ଏବେ ପର୍ଯ୍ୟନ୍ତ ଏହା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ଯେ ପରିବେଶ ଉପରେ ସେମାନଙ୍କ ପ୍ରଭାବ ସେମାନଙ୍କ କାର୍ଯ୍ୟ କ୍ଷେତ୍ରଠାରୁ ଆହୁରି ବହୁ ଦୂର ପର୍ଯ୍ୟନ୍ତ ରହୁଛି ଏବଂ ତାହା ହେଉଛି ଜଳବାୟୁ ପରିବର୍ତ୍ତନ । ପ୍ରକୃତି ସମ୍ପର୍କରେ କର୍ପୋରେଟ୍ ରିପୋର୍ଟିଂ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସିଓପି ୧୫ରେ ସ୍ପଷ୍ଟ କରାଯାଇଛି । ଯଦି କଂପାନି ଯୋଗାଣ ଶୃଙ୍ଖଳରେ ପ୍ରକୃତିକୁ ନେଇ ସେମାନଙ୍କ ଭବିଷ୍ୟତ ନିୟମ ପ୍ରସ୍ତୁତ ନକରିବେ ତେବେ ସେମାନଙ୍କ ପ୍ରତି ବ୍ୟାପକ ବିପଦ ରହିବ ଏବଂ ପ୍ରକୃତି ପ୍ରଦାନ କରୁଥିବା ସୁରକ୍ଷା ସୁଯୋଗରୁ ସେମାନେ ବଂଚିତ ରହିବେ । ଅତି ସହଜ ଭାବେ କହିଲେ ଯଦି ଏକ କଂପାନି ଭବିଷ୍ୟତରେ ବ୍ୟବସାୟରେ ରହିବାକୁ ଚାହୁଁଛି ତେବେ ଯୋଗାଣ ଶୃଙ୍ଖଳରେ ପଦକ୍ଷେପ ଆଗକୁ ବଢ଼ାଇବା ଲାଗି ସେମାନଙ୍କୁ ଯୋଗାଣକାରୀମାନଙ୍କ ସହ ସେମାନେ ଯେଉଁଭାବେ କିଣାବିକା ଓ ସହଯୋଗିତା କରୁଛନ୍ତି ସେଥିରେ ପ୍ରକୃତିକୁ ଯୋଡ଼ିବା ଆରମ୍ଭ କରିବା ଆବଶ୍ୟକ । ଜଳବାୟୁ ପରିବର୍ତ୍ତନ ଏବଂ ପ୍ରକୃତି ଉପରେ କଂପାନିଗୁଡ଼ିକର ପ୍ରଭାବର ଏବେଠାରୁ ମୁକାବିଲା ଏବଂ ପ୍ରକୃତିକୁ ଏକ ମାନକ ଭାବେ ଗ୍ରହଣ କରି ତାହାକୁ ସମନ୍ୱିତ କରିବା ଲାଗି ଯୋଗାଣକାରୀମାନଙ୍କ ସହ କାର୍ଯ୍ୟ କରିବା ଏବଂ ସେମାନଙ୍କ ସଂଗଠନ ଭିତରେ ସେହି ସମ୍ପର୍କକୁ ପ୍ରୋତ୍ସାହିତ କରି ଆମକୁ ପରିବେଶ ପାଇଁ ନେତୃତ୍ୱ ଆଣିବାକୁ ପଡ଼ିବ । ’’

Share

Leave a Reply

Your email address will not be published. Required fields are marked *

ten − 8 =