ଜୟ ଇ-ବାଇକ୍ ପକ୍ଷରୁ ଭାରତର ୭ଟି ରାଜ୍ୟରେ ୧୨ ବିତରକ ସୋ’ରୁମ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଜୟ ଇ-ବାଇକ୍ ବ୍ରାଣ୍ଡ୍ ନାମରେ ଇଲେକ୍ଟ୍ରିକ୍ ଯାନ ନିର୍ମର୍ାଣ କରୁଥିବା ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଭାରତର ୭ଟି ରାଜ୍ୟର ୧୧ଟି ବିବିଧ ସହରରେ ୧୨ଟି ସ୍ୱତନ୍ତ୍ର ବିତରକ ସୋ’ରୁମ୍ ଖୋଲାଯାଇଛି । ସେଥିରୁ ଗୋଟିଏ ସୋ’ରୁମ୍ ବଲାଙ୍ଗୀରର ସମ୍ବଲପୁର ରୋଡ୍ ଗାନ୍ଧୀନଗର ପଡ଼ାରେ ଖୋଲାଯାଇଛି । ସର୍ବଭାରତୀୟ ଉପସ୍ଥିତି ସୃଷ୍ଟି କରିବା ଲାଗି କଂପାନିର ରହିଥିବା ଯୋଜନାର ଅଂଶ ସ୍ୱରୂପ ଏହି ସୋ’ରୁମ୍‌ଗୁଡ଼ିକୁ ଖୋଲିଛି । ଏହି ସୋ’ରୁମ୍‌ଗୁଡ଼ିକ ବିତରକ ଓ ଡିଲରମାନଙ୍କ ପାଇଁ ପ୍ରଭାବୀ ଯୋଗାଣ ଶୃଙ୍ଖଳ ପରିଚାଳନାକୁ ସୁନିଶ୍ଚିତ କରିବ ଏବଂ ଦେଶର କୋଣ ଅନୁକୋଣରେ ଥିବା ଗ୍ରାହକଙ୍କ ନିକଟରେ କଂପାନିର ଯାନଗୁଡ଼ିକୁ ପହଂଚାଇବ ।
ଜାତୀୟ ସ୍ତର ସମେତ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ଥିବା ଡିଲର ଓ ଗ୍ରାହକମାନଙ୍କ ସହିତ ସମ୍ପର୍କ ସୁଦୃଢ଼ କରିବାରେ ଜୟ ଇ-ବାଇକ୍‌ର ପ୍ରତିବଦ୍ଧତାକୁ ଏହି ବିତରକ ସୋ’ରୁମ୍ ସମ୍ପ୍ରସାରଣ ଦର୍ଶାଉଛି । ବ୍ୟାପକ ସେଲ୍‌ସ ଓ ସର୍ଭିସ୍ ସୁବିଧା ଥିବା ଏହି ସୋ’ରୁମ୍‌ଗୁଡ଼ିକ ଓଡ଼ିଶା, ରାଜସ୍ଥାନ, ଉତରପ୍ରଦେଶ, ବିହାର, ଗୁଜରାଟ, ଦିଲ୍ଲୀ ଓ ମହାରାଷ୍ଟ୍ରରେ ଜୟ ଇ-ବାଇକ୍‌ର କେନ୍ଦ୍ର ଭାବେ କାର୍ଯ୍ୟ କରିବ । କଂପାନିର ସଦ୍ୟତମ ଯାନ ମିହୋସ୍ ସମେତ ବ୍ୟାପକ ବର୍ଗର ଲୋ ଓ ହାଇ ସ୍ପିଡ୍ ଇଲେକ୍ଟ୍ରିକ୍ ଯାନକୁ ଏହି ସୋ’ରୁମ୍‌ଗୁଡ଼ିକ ଗ୍ରାହକଙ୍କ ନିକଟରେ ପହଂଚାଇବେ ।
ଆଗକୁ ଏହି ପ୍ରିମିୟମ୍ ସୋ’ରୁମ୍‌ଗୁଡ଼ିକ ଗ୍ରାହକମାନଙ୍କୁ ବିଶେଷଜ୍ଞମାନଙ୍କ ଏକ ଉତ୍ସର୍ଗୀକୃତ ଟିମ୍ ଜରିଆରେ ଉତ୍ପାଦର ପ୍ରତ୍ୟକ୍ଷ ଅନୁଭୂତି ଓ ସମସ୍ତ ବିବରଣୀ ପ୍ରଦାନ କରିବେ । ଏହା ସହିତ କଂପାନି ଶ୍ରେଷ୍ଠ ସମାଧାନ ପ୍ରଦାନକୁ ସୁନିଶ୍ଚିତ କରୁଛି ଯାହା ଗ୍ରାହକମାନଙ୍କ ଗମନାଗମନ ଓ ସୁବିଧାସୁଯୋଗ ଆବଶ୍ୟକତା ପୂରଣ କରିବ । ଗ୍ରାହକ କୈନ୍ଦ୍ରୀକ ଅନୁଭୂତି ପାଇଁ କଂପାନିର ଅତୁଟ ପ୍ରତିବଦ୍ଧତା ସହିତ ନବସୃଜନ ଓ ଉଚ୍ଚ ମାନର ମାନକ ପ୍ରତି କଂପାନିର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି ।
ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ୟତିନ୍ ଗୁପ୍ତେ କହିଛନ୍ତି ଯେ, “ଭାରତର ସାତଟି ରାଜ୍ୟରେ ଅଧିକ ୧୨ଟି ଜୟ ଇ-ବାଇକ୍ ବିତରକ ସୋ’ରୁମ୍ ଉଦ୍‌ଘାଟନ ବିଷୟରେ ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ । ଉଲ୍ଲେଖନୀୟ ଗ୍ରାହକ ଅନୁଭୂତି ପ୍ରଦାନ କରିବା ଏବଂ ଆମ ଯୋଗାଣ ଶୃଙ୍ଖଳକୁ ସଂଗଠିତ କରିବା ପ୍ରତି ଆମ ପ୍ରତିବଦ୍ଧତାକୁ ଏହି ମାଇଲଖୁଂଟ ଦର୍ଶାଉଛି । ଆମର ଅତ୍ୟାଧୁନିକ ସୁବିଧା ଓ ଉତ୍କୃ୍‌ଷ୍ଟ ସେଲ୍‌ସ ଓ ସର୍ଭିସ୍ ସମ୍ବଳ ଜରିଆରେ ଆମେ ଆମ ମୂଲ୍ୟବାନ ଗ୍ରାହକଙ୍କୁ ନିରବଚ୍ଛିନ୍ନ କିଣାକିଣି ଓ ମାଲିକାନା ଯାତ୍ରା ପ୍ରଦାନ କରିବାକୁ ଚାହୁଛୁ । ଆମର ତାଲୁକା ସ୍ତରର ଡିଲରମାନଙ୍କ ସହ ସମ୍ପର୍କକୁ ଦୃଢ଼ କରିବା ଲାଗି ଆମ ଉତ୍ସର୍ଗୀକୃତ ମନୋଭାବ ଓ ଇ-ବାଇକ୍ ଶିଳ୍ପରେ ବିପ୍ଳବ ଆଣିବା ପ୍ରତି ଆମ ଲକ୍ଷ୍ୟର ପ୍ରତିଫଳନ ହେଉଛି ଏହି ସମ୍ପ୍ରସାରଣ । ଆମ ନେଟ୍‌ୱର୍କକୁ ଆହୁରି ବଢ଼ାଇବା ଏବଂ ଜାତୀୟ ସ୍ତରରେ ଗ୍ରାହକମାନଙ୍କ ସହ ଦୀର୍ଘସ୍ଥାୟୀ ସମ୍ପର୍କ ଗଠନ କରିବା ପାଇଁ ଆମେ ଚାହିରହିଛୁ ।’’

Share

Leave a Reply

Your email address will not be published. Required fields are marked *

fourteen + three =