ଗଲ୍‌ଫ ପକ୍ଷରୁୁ ଇଣ୍ଡିଆ ବାଇକ୍ ୱିକ୍ ୨୦୨୩ ସହ ସହଯୋଗିତା ସ୍ଥାପନ ଓ ଚାଏ-ପକୋଡ଼ା ରାଇଡ୍‌କୁ ସମର୍ଥନ

ଭୁବନେଶ୍ୱର: ଗଲ୍‌ଫ ଅଏଲ୍ ଲୁବ୍ରିକ୍ୟାଂଟ୍ ଇଣ୍ଡିଆ ପକ୍ଷରୁ ଇଣ୍ଡିଆ ବାଇକ୍ ୱିକ୍ ୨୦୨୩ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଏଥି ସହିତ କଂପାନି ପକ୍ଷରୁ ଚାଏ ପକୋଡ଼ା ରାଇଡ୍‌କୁ ସମର୍ଥନ କରାଯାଇଛି । ଉଭୟ ସଂସ୍ଥା ମୋଟରସାଇକଲିଂ ଓ ଖୋଲା ସଡ଼କରେ ରୋମାଂଚକୁ ପସନ୍ଦ କରୁଥିବାରୁ ଏହି ସହଯୋଗିତା ବେଶ ଉପଯୋଗୀ ହୋଇପାରିବ । ଗଲ୍‌ଫ ମୋଟରସାଇକଲ୍ ପାଇଁ ଲୁବ୍ରିକ୍ୟାଂଟ୍ ଯୋଗାଉଥିବା ଏକ ଅଗ୍ରଣୀ ବ୍ରାଣ୍ଡ୍ ହୋଇଥିବା ବେଳେ ଇଣ୍ଡିଆ ବାଇକ୍ ୱିକ୍ ହେଉଛି ଭାରତର ସର୍ବବୃହତ ମୋଟରସାଇକଲ୍ ଉତ୍ସବ । ଉଭୟ ସଂସ୍ଥା ମିଳିତ ଭାବେ ଅଭୁଲା ଅନୁଭବ ସୃଷ୍ଟି କରିବାକୁ ଯୋଜନା ରଖିଛନ୍ତି ।
ଗଲ୍‌ଫ ଅଏଲ୍ ଲୁବ୍ରିକ୍ୟାଂଟ୍‌ସ ଇଣ୍ଡିଆ ଲିମିଟେଡ୍‌ର ମାର୍କେଟିଂ ମୁଖ୍ୟ ଶ୍ରୀ ଅମିତ ଘେଜି କହିଛନ୍ତି ଯେ, “ଭାରତର ସର୍ବବୃହତ ମୋଟରସାଇକଲ୍ ଉତ୍ସବ ଇଣ୍ଡିଆ ବାଇକ୍ ୱିକ ସହ ସହଯୋଗିତା ସ୍ଥାପନ କରି ଆମେ ଅତ୍ୟନ୍ତ ଆନନ୍ଦିତ । ଭାରତର ମୋଟରସାଇକଲ୍ ସଂସ୍କୃତିର ଚମତ୍କାର ଭାବର ପ୍ରମାଣ ହେଉଛି ଏହି କାର୍ଯ୍ୟକ୍ରମ ଏବଂ ଏହାର ଅଂଶ ହୋଇଥିବାରୁ ଆମେ ଗର୍ବିତ । ଆମର ଦୁଇ ଚକିଆ ଲୁବ୍ରିକ୍ୟାଂଟ୍ ବର୍ଗ ବୃଦ୍ଧି ପାଉଥିବାରୁ ଆମର ଉନ୍ନତ ଉତ୍ପାଦ ସମାଧାନକୁ ପ୍ରଦର୍ଶିତ କରିବା ଏବଂ ମୋଟରସାଇକଲ୍ ସମୁଦାୟ ଓ ଉତ୍ସାହୀ ଚାଳକମାନଙ୍କ ସହ ସିଧାସଳଖ ଯୋଡ଼ିହେବା ଲାଗି ଇଣ୍ଡିଆ ବାଇକ୍ ୱିକ୍ ଆମକୁ ଚମତ୍କାର ସୁଯୋଗ ପ୍ରଦାନ କରିଛି । ମୋଟରସାଇକଲ୍ ମାଲିକମାନଙ୍କ ପାଇଁ ସାମଗ୍ରିକ ଗାଡ଼ି ଚାଳନା ଅନୁଭବକୁ ବଢାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।’’
ସେଭେଟିଂ ଇଏମ୍‌ଜିର ସିିଇଓ ଓ ପ୍ରତିଷ୍ଠାତା ମାର୍ଟିନ୍ ଡା କୋଷ୍ଟା କହିଛନ୍ତି ଯେ, “ଚଳିତ ବର୍ଷ ଗୋଆରେ ଆଇବିଡବ୍ଲୁର ଦଶମ ବାର୍ଷିକୀ ପାଇଁ ଗଲଫ୍ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବେଶ ଆନନ୍ଦିତ । ଗତ ଦଶନ୍ଧିରେ ଦେଶରେ ମୋଟରସାଇକଲ୍ ସଂସ୍କୃତିକୁ ବଢ଼ାଇବାରେ ଇଣ୍ଡିଆ ବାଇକ୍ ୱିକ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ଜୀବନର ଆବଶ୍ୟକ ଖୁସି-ବନ୍ଧୁତା, ରୋମାଂଚ, କୌତୁକ, ଭ୍ରମଣ, ସ୍ୱାଧୀନତା ଓ ସମଭାବାପନ୍ନ ଲୋକଙ୍କୁ ଭେଟିବା ଆଦିକୁ ପାଳନ କରିବା ଲାଗି ସାରା ଦେଶରୁ ଶହ ଶହ ଚାଳକ ଏକତ୍ରୀତ ହୋଇଛନ୍ତି । ଦଶମ ସଂସ୍କରଣରେ ଆମେ ଆଶା କରୁଛୁ ଯେ ଆଇବିଡବ୍ଲୁ ଏହାର ସବୁଠୁ ଚମତ୍କାର ସଂସ୍କରଣକୁ ଦେଖି ଯେଉଁଠାରେ ଚାଏ-ପକୋଡା ରାଇଡ୍‌୍‌, ରାଇଡ୍ ଆଉଟ୍‌, ସଙ୍ଗୀତ କାର୍ଯ୍ୟକ୍ରମ, ଫୁଡ୍ ଟ୍ରେଲ୍ ଆଦି ସାମିଲ ରହିଛି ।’’
ଚାଏ ପକୋଡ଼ା ରାଇଡ୍ ହେଉଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯେଉଁଥିରେ ଚାଳକମାନେ ଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରି ସେଠାକାର ପାରମ୍ପରିକ ଭାରତୀୟ ଚା’ ଓ ପକୋଡ଼ା ଖାଇବାର ମଜା ନେଉଛନ୍ତି । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଗୋଆରେ ଡିସେମ୍ବର ୮ ଓ ୯ ତାରିଖରେ ଅନୁଷ୍ଠିତ ହେବ ।

Share

Leave a Reply

Your email address will not be published. Required fields are marked *

10 + 14 =