ଆଦିତ୍ୟ ବିର୍ଲା ଗ୍ରୁପ୍‌ର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲାଙ୍କ ପଦ୍ମଭୂଷଣ ପୁରସ୍କାର ଗ୍ରହଣ

ଭୁବନେଶ୍ୱର:ବିଶିଷ୍ଟ ଶିଳ୍ପପତି ଶ୍ରୀ କୁମାର ମଙ୍ଗଳମ୍ ବିର୍ଲା ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ପ୍ରତିଷ୍ଠିତ ପଦ୍ମ ଭୂଷଣ ପୁରସ୍କାର ହାସଲ କରିଛନ୍ତି । ବ୍ୟବସାୟ ଓ ଉଦ୍ୟୋଗ ପ୍ରତି ଯୋଗଦାନ ଲାଗି ଶ୍ରୀ ବିର୍ଲାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି ।
ପୁରସ୍କାର ହାସଲ କରି ଶ୍ରୀ ବିର୍ଲା କହିଛନ୍ତି ଯେ “ରାଷ୍ଟ୍ର ନିର୍ମାଣ ଓ ଟ୍ରଷ୍ଟିସିପ୍‌ର ଭାବ ପିଢ଼ି ପରେ ପିଢ଼ି ଆମ ପରିବାରର ମାର୍ଗଦର୍ଶନ କରିଆସିଛି । ତେଣୁ, ଏହି ଜାତୀୟ ସମ୍ମାନ ଗ୍ରହଣ କରିବା ବାସ୍ତବରେ ଏକ ଅତ୍ୟନ୍ତ ସୁଖଦ ଅନୁଭବ । ଏହି ସମ୍ମାନଜନକ ସମ୍ମାନ ପାଇଁ ମୁଁ ଭାରତର ମାନବ୍ୟର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇ ୩୬ଟି ରାଷ୍ଟ୍ରରେ ଥିବା ଆମ ୧,୪୦,୦୦୦ ସହଯୋଗୀଙ୍କ ତରଫରୁ ଏହାକୁ ଗ୍ରହଣ କରୁଛି । ଏହି ପୁରସ୍କାର ଆଦିତ୍ୟ ବିର୍ଲାର ବ୍ୟାପକ ପ୍ରଭାବର ପରିଚୟ । ଏହା ଏଭଳି ଏକ ପ୍ରଭାବ ଯାହା ଜୀବନକୁ ସମୃଦ୍ଧ କରୁଛି ଏବଂ କାର୍ଯ୍ୟ ମାଧ୍ୟମରେ ଏହା ପ୍ରଦର୍ଶିତ କରୁଛି ଯେ କାରବାର ମଧ୍ୟ ଉନ୍ନତି ଦିଗରେ ଏକ ପଦକ୍ଷେପ ହୋଇପାରିବ ।’’

Share

Leave a Reply

Your email address will not be published. Required fields are marked *

eight + 19 =