ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍ ପକ୍ଷରୁ ୧୦ ଲକ୍ଷ ନୂଆ ବିଦ୍ୟୁତ ସଂଯୋଗ ପ୍ରଦାନ

ପ୍ରକ୍ରିୟାରେ ସରଳୀକରଣ ସହ ‘ସହଜରେ ବିଦ୍ୟୁତ ସଂଯୋଗ ପାଇବାରେ’ ବ୍ୟାପକ ଉନ୍ନତି
ନୂତନ ସଂଯୋଗ ପ୍ରକ୍ରିୟାରେ ବର୍ତମାନ ସର୍ବନିମ୍ନ ଦସ୍ତାବିଜ୍ ଆବଶ୍ୟକ
୪ଟି ସରଳ ପଦକ୍ଷେପ- ପଞ୍ଜୀକରଣ, ଦସ୍ତାବିଜ ଦାଖଲ, ଦେୟ ଏବଂ ଯାଂଚ୍ ଏବଂ ମିଟର ପ୍ରତିଷ୍ଠା ଅନ୍ତର୍ଭୁକ୍ତ
ସମ୍ଭାବ୍ୟ ଗ୍ରାହକମାନେ ୱେବସାଇଟ୍‌, କଲ୍‌, ଏସ୍‌ଏମ୍‌ଏସ୍‌, ହ୍ୱାଟ୍ସଆପ୍‌, ଇ-ମେଲ୍ ଏବଂ ଗ୍ରାହକ ସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିପାରିବେ

ଭୁବନେଶ୍ୱର: ଶକ୍ତି କ୍ଷେତ୍ରରେ ସଂସ୍କାର କାର୍ଯ୍ୟକାରୀ କରିବାରେ ଅଗ୍ରଣୀ ଭାବେ ଉଭା ହୋଇଥିବା ରାଜ୍ୟ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶରେ ଭାରତର ସର୍ବବୃହତ ସମନ୍ୱିତ ଶକ୍ତି କମ୍ପାନି ଟାଟା ପାୱାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍ ଗୁଡ଼ିକ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ।
ଅଧିଗ୍ରହଣ ପରଠାରୁ ଏହି ଡିସକମ୍ ଗୁଡ଼ିକର ଉନ୍ନତ ପ୍ରକ୍ରିୟା ସରଳୀକରଣ ପଦକ୍ଷେପ ରାଜ୍ୟରେ ୧୦,୦୪୦,୨୨ ନୂଆ ବିଦ୍ୟୁତ ସଂଯୋଗ କରିଛି । ସମ୍ଭାବ୍ୟ ଗ୍ରାହକମାନେ ୱେବସାଇଟ୍‌, କଲ୍‌, ଏସ୍‌ଏମ୍‌ଏସ୍‌, ହ୍ୱାଟ୍ସଆପ୍‌, ଇ-ମେଲ୍ ଏବଂ ଗ୍ରାହକ ସେବା କେନ୍ଦ୍ର ଭଳି ବିଭିନ୍ନ ଟଚ୍ ପଏଂଟ୍ ମାଧ୍ୟମରେ ସହଜରେ ଆବେଦନ କରିପାରିବେ ।
ସର୍ବନିମ୍ନ ଦସ୍ତାବିଜ ଆବଶ୍ୟକତା ସହିତ, ଡିସକମଗୁଡିକ ନୂଆ ସଂଯୋଗ ପ୍ରକ୍ରିୟାରେ ସମ୍ପୃକ୍ତ ପଦକ୍ଷେପଗୁଡ଼ିକୁ ଯଥେଷ୍ଟ ହ୍ରାସ କରିବା ସହ ସେଗୁଡ଼ିକୁ ଡିଜିଟାଇଜ୍ ମଧ୍ୟ କରିଛନ୍ତି ଯାହା ଗ୍ରାହକଙ୍କ ସୁବିଧା ପାଇଁ ପ୍ରକ୍ରିୟାକୁ ବେଶ ସରଳ କରିଛି । ଏହି ପ୍ରକ୍ରିୟାରେ କେବଳ ୪ଟି ପଦକ୍ଷେପ ଅନ୍ତର୍ଭୁକ୍ତ । ତାହା ହେଉଛି ପଞ୍ଜୀକରଣ, ଦସ୍ତାବିଜ ଦାଖଲ, ଦେୟ ଏବଂ ଯାଂଚ ଏବଂ ମିଟର ସ୍ଥାପନା ।
ଟିପି ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ଦ୍ୱାରା ନୂଆ ସଂଯୋଗ (୨୦୨୩ ନଭେମ୍ବର ୩୦ ସୁଦ୍ଧା)
ଡିସକମ୍‌ ଅବଧି ବିଦ୍ୟୁତ ସଂଯୋଗ ସଂଖ୍ୟା
ଟିପିସିଓଡିଏଲ୍‌ ୨୦୨୦ ଜୁନ୍‌-୨୦୨୩ ନଭେମ୍ବର ୩,୭୬,୭୯୯
ଟିପିଏସ୍‌ଓଡିଏଲ୍‌ ୨୦୨୧ ଏପ୍ରିଲ୍‌-୨୦୨୩ ନଭେମ୍ବର ୧,୭୩,୫୭୩
ଟିପିଏନ୍‌ଓଡିଏଲ୍‌ ୨୦୨୧ ଜାନୁଆରି-୨୦୨୩ ନଭେମ୍ବର ୧,୬୭,୩୪୬
ଟିପିଡବ୍ଲୁଓଡିଏଲ୍‌ ୨୦୨୧ ଜାନୁଆରି-୨୦୨୩ ନଭେମ୍ବର ୨,୮୬,୩୦୪

ସହରାଚଂଳ ଓ ଗ୍ରାମାଂଚଳରେ ବିଦ୍ୟୁତ୍ ସଂଯୋଗ ପାଇବା ସହଜ ହେବା ଫଳରେ ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ସୁପରଭାଇଜରୀ କଂଟ୍ରୋଲ ଆଣ୍ଡ ଡାଟା ଆକ୍ୱିଜିସନ୍ (ସ୍କାଡା), ଜିଓଗ୍ରାଫିକ୍ ଇନଫର୍ମେସନ୍ ସିଷ୍ଟମ୍ (ଜିଆଇଏସ୍‌) ଏବଂ ଆଡଭାନ୍ସଡ୍ ମିଟରିଂ ଇନଫ୍ରାଷ୍ଟ୍ରକ୍ଚର (ଏଏମ୍‌ଆଇ) ଭଳି ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରି କମ୍ପାନି ସମଗ୍ର ରାଜ୍ୟର ଜନସାଧାରଣଙ୍କୁ ଭରସାଯୋଗ୍ୟ ଏବଂ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଇ ଦେଉଛି ।

Share

Leave a Reply

Your email address will not be published. Required fields are marked *

12 + 18 =