ଟାଟା ପାୱାରକୁ କିନସେଂଟ୍ରିକ୍ ଇଣ୍ଡିଆ ପକ୍ଷରୁ କର୍ମଚାରୀ ଉତ୍କର୍ଷତା ପ୍ରତି ପ୍ରତିବଦ୍ଧତା ପାଇଁ “ଶ୍ରେଷ୍ଠ ନିଯୁକ୍ତିଦାତା ୨୦୨୩” ମାନ୍ୟତା ପ୍ରଦାନ


ଭୁବନେଶ୍ୱର: ଭାରତର ଅନ୍ୟତମ ବୃହତମ ସମନ୍ୱିତ ଶକ୍ତି କମ୍ପାନି ଟାଟା ପାୱାରକୁ କିନ୍‌ସେଂଟ୍ରିକ୍ ଇଣ୍ଡିଆ ପକ୍ଷରୁ “ଶ୍ରେଷ୍ଠ ନିଯୁକ୍ତିଦାତା ୨୦୨୩’ ଭାବେ ପୁରସ୍କୃତ କରାଯାଇଛି । ଏହି ସମ୍ମାନଜନକ ପୁରସ୍କାର ଟାଟା ପାୱାରର ସ୍ଥିରତା, ଅନ୍ତର୍ଭୁକ୍ତୀକରଣ, ଅଭିନବତା ଏବଂ କର୍ମଚାରୀ ବିକାଶରେ ଗଭୀର ଭାବେ ଜଡ଼ିତ ପରିବର୍ତନର ଯାତ୍ରାକୁ ସ୍ୱୀକୃତି ଦେଇଛି ।
ସାଂଗଠନିକ ଉଦ୍ଦେଶ୍ୟ, ମାନବ ସମ୍ବଳ ପ୍ରକ୍ରିୟା ପ୍ରସ୍ତୁତି ଏବଂ କର୍ମଚାରୀ ଅନୁଭୂତି ବିଷୟବସ୍ତୁ ଉପରେ ଟାଟା ପାୱାର ଉଦ୍ଦେଶ୍ୟ, ପ୍ରସ୍ତୁତି ଓ ଅନୁଭୂତିର ନୀତି ଆଧାରରେ ଏକ ବ୍ୟାପକ ମୂଲ୍ୟାଙ୍କନ କରିଥିଲା ।
ମୂଲ୍ୟାଙ୍କନ ପରେ ଟାଟା ପାୱାର ଏହି ଗୁରୁତ୍ୱପୂର୍ଣ୍ଣ ଦିଗରେ ଅଗ୍ରଣୀ ଭାବେ ଉଭା ହୋଇଥିଲା ଯେଉଁଥିରେ ଦକ୍ଷ, ବି-ଭୋକ୍ ଏବଂ ଟାଟା ପାୱାର ଦକ୍ଷତା ବିକାଶ ପ୍ରତିଷ୍ଠାନ ଭଳି ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍କୃଷ୍ଟତା ପ୍ରତି ଏହାର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଥିଲା । ବିଶେଷକରି ଅକ୍ଷୟ ଶକ୍ତି ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ କର୍ମଚାରୀ ଦକ୍ଷତା ବୃଦ୍ଧି ଏବଂ ସ୍ଥାନୀୟ ସମୁଦାୟର ସଶକ୍ତୀକରଣ ଉପରେ ଧ୍ୟାନ ଦିଆଯାଇଥିଲା । ଜ୍ଞାନକୋଶ, ଆଭ୍ୟନ୍ତରୀଣ ଶିକ୍ଷା ଏବଂ ବିକାଶ କାର୍ଯ୍ୟକ୍ରମ ଏବଂ ଶାରୀରିକ ଏବଂ ମାନସିକ ସୁସ୍ଥତା ଇତ୍ୟାଦିରେ ଏକ ସାମଗ୍ରିକ କର୍ମଚାରୀ ଅନୁଭୂତି ପ୍ରଦାନ କରିବା ଉପରେ ଧ୍ୟାନ ଦିଆଯାଉଛି ।
ଟାଟା ପାୱାରର ସ୍ଥାୟିତ୍ୱ ଏବଂ ସିଏସଆର ମୁଖ୍ୟ ଶ୍ରୀ ହିମାଲ ତିୱାରୀ କହିଛନ୍ତି ଯେ, “ଟାଟା ପାୱାରରେ ଆମର ମାର୍ଗଦର୍ଶକ ନୀତି ହେଉଛି ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ଏବଂ ପରିବର୍ତନ ଆଣିବା ପାଇଁ ଆମର ଅତୁଟ ପ୍ରତିବଦ୍ଧତା । ଏହି ପୁରସ୍କାର ଟାଟା ପାୱାରର ଉତ୍କର୍ଷ ଯାତ୍ରା ପାଇଁ ପ୍ରେରଣା ସାଜିଛି । ଆମର କାର୍ଯ୍ୟ ପରିବେଶ କେବଳ ସମାବେଶୀ ଏବଂ ଗତିଶୀଳ ନୁହେଁ ଏହା ଏକ ପ୍ଲାଟଫର୍ମ ଯେଉଁଠାରେ ବ୍ୟକ୍ତିମାନେ ସେମାନଙ୍କ ଅବଦାନରେ ଗଭୀର ଉଦ୍ଦେଶ୍ୟ ଆବିଷ୍କାର କରନ୍ତି । ଏକ କିନସେଂଟ୍ରିକ୍ ଶ୍ରେଷ୍ଠ ନିଯୁକ୍ତିଦାତା ଭାବରେ ସ୍ୱୀକୃତି ଆମର ୨୩୦୦୦ରୁ ଅଧିକ କର୍ମଚାରୀଙ୍କ ପାଇଁ ବିଶ୍ୱାସ ଏବଂ ଅଂଶୀଦାର ମୂଲ୍ୟବୋଧ ଉପରେ ନିର୍ମିତ ଏକ ଆକର୍ଷଣୀୟ ପରିବେଶ ସୃଷ୍ଟି କରିବାକୁ ଆମର ସମର୍ପଣକୁ ପ୍ରତିଫଳିତ କରୁଛି ।’’
ନୂତନ ଏବଂ ଯୁବ ପ୍ରତିଭାକୁ ପ୍ରୋତ୍ସାହିତ କରିବା, ଶିଳ୍ପ-ପ୍ରଥମ ଶିକ୍ଷା ଏବଂ ବିକାଶ ପଦକ୍ଷେପରେ ପୁଞ୍ଜିନିବେଶ କରିବା ଏବଂ ନୂତନ ଜ୍ଞାନକୌଶଳକୁ ଗ୍ରହଣ କରିବା କମ୍ପାନିରେ ଅଭିନବତା ଏବଂ ଅଭିବୃଦ୍ଧିର ବାତାବରଣକୁ ପ୍ରୋତ୍ସାହିତ କରୁଛି । ନେତୃତ୍ୱ ଏବଂ ଦକ୍ଷତା ଏକାଡେମୀ ପ୍ରତିଷ୍ଠା, ଦୃଢ଼ ପରାମର୍ଶ କାର୍ଯ୍ୟକ୍ରମ ଏକ ଦକ୍ଷ ଏବଂ ସଶକ୍ତ କର୍ମଚାରୀ ଗଠନ ଦିଗରେ

ଟାଟା ପାୱାରର ସାମଗ୍ରିକ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି । ନିରାପତା, କର୍ମଚାରୀଙ୍କ ପ୍ରତି ସମାନ ବ୍ୟବହାର ଏବଂ ସାମାଜିକ କଲ୍ୟାଣ ଉପରେ କଂପାନିର ନିରବଚ୍ଛିନ୍ନ ଧ୍ୟାନ ମଧ୍ୟ ଏହାର ଦାୟିତ୍ୱପୂର୍ଣ୍ଣ ବ୍ୟବସାୟିକ ଆଚରଣର ଉଦାହରଣ । ଟାଟା ପାୱାରର ଉଦ୍ଦେଶ୍ୟ ଦ୍ୱାରା ଅନୁପ୍ରାଣିତ ଦର୍ଶନରେ ସ୍ଥାୟିତ୍ୱ, ଅଭିବୃଦ୍ଧି ଏବଂ ଏକତା ଭଳି ତିନି ଗୁଣ ଉପରେ ଧ୍ୟାନ ଦିଆଯାଇଛି ଯାହା ଏହାର ମୂଳ କର୍ମଚାରୀ ବ୍ୟବସ୍ଥାର ସ୍ତମ୍ଭ ଅଟେ । ଏହାର ପ୍ରଭାବଶାଳୀ ନୀତି ଏବଂ କାର୍ଯ୍ୟକ୍ରମ କମ୍ପାନିର ସବୁଜ ଶକ୍ତି ସମାଧାନ ପ୍ରଦାନକାରୀରେ ପରିଣତ କରିବା ଏବଂ ଶିଳ୍ପ ମଧ୍ୟରେ ସକାରାତ୍ମକ ପରିବର୍ତନ ଆଣିବା ପାଇଁ ସମଗ୍ର ଦେଶରେ ଏହାର କର୍ମଚାରୀମାନଙ୍କୁ ପୁନର୍ଜୀବିତ କରୁଛି ।
ଦେଶର ସବୁଠାରୁ ବିଶ୍ୱସ୍ତ ଏବଂ ପସନ୍ଦଯୋଗ୍ୟ ସବୁଜ ଶକ୍ତି ଅଂଶୀଦାର ହେବା ଏବଂ ଭାରତର ସବୁଜ ଶକ୍ତି ପରିବର୍ତନକୁ ତ୍ୱରାନ୍ୱିତ କରିବା ପାଇଁ ଟାଟା ପାୱାରର ଦୃଢ଼ ପ୍ରତିବଦ୍ଧତାକୁ ଏହାର କର୍ମଚାରୀ ଉତ୍କର୍ଷତା ଦ୍ୱାରା ପ୍ରୋତ୍ସାହିତ କରାଯାଉଛି । କଂପାନିର ୨୩,୦୦୦ରୁ ଅଧିକ କର୍ମଚାରୀ ଅଛନ୍ତି ଯେଉଁଥିରେ ଓଡ଼ିଶାର ୪ଟି ଡିସକମରେ କାର୍ଯ୍ୟରତ ୧୪,୦୦୦ କର୍ମଚାରୀ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 4 =