Business

ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ପକ୍ଷରୁ କର୍ଣ୍ଣାଟକ ସରକାରଙ୍କ ସହ ସହଯୋଗିତାରେ ଟିସିଏସ୍ ଗ୍ରାମୀଣ ଆଇଟି କୁଇଜର ୨୭ତମ ସଂସ୍କରଣ ଶୁଭାରମ୍ଭ

ଭୁବନେଶ୍ୱର: ଆଇଟି ସେବା, ପରାମର୍ଶ ଓ ବ୍ୟବସାୟିକ ସମାଧାନର ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ସଂସ୍ଥା ଟାଟା କନସଲଟେନ୍ସି ସର୍ଭିସେସ୍ (ଟିସିଏସ୍‌) ଓ କର୍ଣ୍ଣାଟକ ସରକାରଙ୍କ ଇଲେକ୍ଟ୍ରୋନିକ୍ସ, ଆଇଟି ଓ ବିଟି ବିଭାଗ ପକ୍ଷରୁ ଟିସିଏସ୍ ଗ୍ରାମୀଣ ଆଇଟି କୁଇଜ୍ର ୨୭ତମ ସଂସ୍କରଣ ପାଇଁ ପଞ୍ଜୀକରଣ ଘୋଷଣା କରାଯାଇଛି।
ବେଙ୍ଗାଲୁରୁ ଟେକ୍ ସମିଟ୍ ୨୦୨୬ର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଟିସିଏସ୍ ଗ୍ରାମୀଣ ଆଇଟି କୁଇଜରେ ଅନଲାଇନ୍ ପରୀକ୍ଷା, ଭର୍ଚୁଆଲ୍ କୁଇଜ୍ ପର୍ଯ୍ୟାୟ ଓ ସମ୍ମୁଖୀନ ପ୍ରତିଯୋଗିତାର ଏକ ମିଶ୍ରଣ ରହିବ। ଏହି କୁଇଜ୍ ଭାରତ ସାରା ଛୋଟ ସହର ଓ ଜିଲ୍ଲାଗୁଡ଼ିକରେ ପଢ଼ୁଥିବା ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିଛି। ତେବେ ଏହି କୁଇଜ୍ ପୌର ନିଗମ ସୀମା ମଧ୍ୟରେ ଥିବା ବିଦ୍ୟାଳୟଗୁଡ଼ିକ ପାଇଁ ଖୋଲା ରହିବ ନାହିଁ।
ଗ୍ରାମୀଣ ଛାତ୍ରଛାତ୍ରୀମାନଙ୍କ ପାଇଁ ଭାରତର ପ୍ରଥମ ଆଇଟି କୁଇଜ୍ ଭାବରେ ଲିମକା ବୁକ୍ ଅଫ୍ ରେକର୍ଡସ ଦ୍ୱାରା ସ୍ୱୀକୃତିପ୍ରାପ୍ତ, ଟିସିଏସ୍ ଗ୍ରାମୀଣ ଆଇଟି କୁଇଜ୍ ଯୁବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହି କୁଇଜ୍ କୃତ୍ରିମ ବୁଦ୍ଧିମତା (ଏଆଇ), କ୍ଲାଉଡ୍ କମ୍ପ୍ୟୁଟିଂ, ବ୍ୟବସାୟ ଓ ନୂତନ ପ୍ରଯୁକ୍ତିବିଦ୍ୟା ସହିତ ବିଭିନ୍ନ ବିଷୟକୁ ଅନ୍ତର୍ଭୁକ୍ତ କରିଛି ଯାହା ବ୍ୟାଙ୍କିଂ, ଶିକ୍ଷା, ମନୋରଞ୍ଜନ, ରୋବୋଟିକ୍ସ, ମିଡିଆ, କ୍ରୀଡ଼ା, ଗେମିଂ ଏବଂ ସୋସିଆଲ୍ ନେଟୱର୍କିଂ ଭଳି କ୍ଷେତ୍ରଗୁଡ଼ିକରେ ଆଇଟିର ପ୍ରଭାବକୁ ଦର୍ଶାଉଛି।
ଏହି ପ୍ରତିଯୋଗିତାର ଏକ ଅଂଶ ଭାବରେ ଆଠଟି ଆଂଚଳିକ ଫାଇନାଲ୍ ପରିଚାଳିତ ହେବ ଯେଉଁଥିରେ ବିଜେତାମାନେ ୨୦୨୬ ନଭେମ୍ବର ରେ ବେଙ୍ଗାଲୁରୁରେ ହେବାକୁ ଥିବା ଜାତୀୟ ଫାଇନାଲକୁ ଉନ୍ନୀତ ହେବେ। ସମସ୍ତ ଆଂଚଳିକ ବିଜେତା ଓ ରନର୍ସଅପ୍ ଯଥାକ୍ରମେ ୧୦,୦୦୦ ଟଙ୍କା ଓ ୭,୦୦୦ ଟଙ୍କାର ଉପହାର ଭାଉଚର ଗ୍ରହଣ କରିବେ। ଜାତୀୟ ବିଜେତା ଓ ରନର୍ସଅପ୍ ଅତିରିକ୍ତ ଭାବରେ ଯଥାକ୍ରମେ ୧୦୦,୦୦୦ ଟଙ୍କା ଓ ୫୦,୦୦୦ ଟଙ୍କାର ଟିସିଏସ୍ ଶିକ୍ଷା ସ୍କଲାରସିପ୍ ପାଇବେ। ଛାତ୍ରଛାତ୍ରୀମାନେ ୨୦୨୬ ସେପ୍େଟମ୍ବର ୩୦ ପୂର୍ବରୁ : https://iur.ls/TCSRIT/Quiz2026 ରେ କୁଇଜ୍ ପାଇଁ ପଂଜିକରଣ କରିପାରିବେ।
ଏହାର ପୂର୍ବ ସଂସ୍କରଣରେ ଏହି କୁଇଜ୍ ୨୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଂଚଳରୁ ୫.୬୨ ଲକ୍ଷରୁ ଅଧିକ ପ୍ରତିଯୋଗୀଙ୍କୁ ଆକର୍ଷିତ କରିଥିଲା।
ଟିସିଏସ୍ ୨୦୦୦ରୁ କର୍ଣ୍ଣାଟକ ସରକାରଙ୍କ ଇଲେକ୍ଟ୍ରୋନିକ୍ସ, ଆଇଟି, ବିଟି ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମିଳିତ ସହଯୋଗରେ ଗ୍ରାମୀଣ ଆଇଟି କୁଇଜ୍ ଆୟୋଜନ କରୁଛି। ଭାରତ ସାରା ଛୋଟ ସହର ଓ ଜିଲ୍ଲାଗୁଡ଼ିକର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଇଟି ସଚେତନତା ବୃଦ୍ଧି କରିବା ଓ ସେମାନଙ୍କୁ ପ୍ରଯୁକ୍ତିବିଦ୍ୟା ଦୁନିଆର ସଦ୍ୟତମ ବିକାଶ ବିଷୟରେ ସୂଚିତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆଜି ପର୍ଯ୍ୟନ୍ତ ୨୨.୪ ନିୟୁତରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିପାରିଛି।

Share

Leave a Reply

Your email address will not be published. Required fields are marked *

1 × four =