ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ କେନ୍ଦୁଝର ଜିଲ୍ଲାର କଳମଙ୍ଗ ଅଂଚଳରେ ପାରମ୍ପରିକ ଆଦିବାସୀ ବାଦ୍ୟଯନ୍ତ୍ର ପ୍ରଦାନ

ଆଦିବାସୀ ସଙ୍ଗୀତ ଓ ସଂସ୍କୃତିର ସୁରକ୍ଷା ପାଇଁ ପ୍ରଚେଷ୍ଟା

ଯୋଡା: ସ୍ୱଦେଶୀ ଜୀବନଶୈଳୀ ଓ ସଂସ୍କୃତିର ସୁରକ୍ଷା ଓ ପ୍ରୋତ୍ସାହନ ପାଇଁ ଉଦ୍ୟମ ଜାରି ରଖି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ପକ୍ଷରୁ କେନ୍ଦୁଝର ଜିଲ୍ଲା ଗୁଆଲି ମୁଣ୍ଡା ସାହି ଅଂଚଳର କେନ୍ଦୁଡିହି ଗ୍ରାମ ରେ ଆଦିବାସୀ ଗୋଷ୍ଠୀକୁ ପାରମ୍ପରିକ ଆଦିବାସୀ ବାଦ୍ୟଯନ୍ତ୍ର ପ୍ରଦାନ କରାଯାଇଛି ।

ଗାଁରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟିଏସ୍‌ଏଫ୍ ପକ୍ଷରୁ ଲୋକମାନଙ୍କୁ ବାଦ୍ୟ ଓ ସଙ୍ଗୀତ ଉପକରଣ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ସରକାରଙ୍କ ରୁଗୁଡ଼ି ବନ ଅଧିକାରୀ ଅକ୍ଷୟ ମହାନ୍ତି ସାମାଜିକ ପରିବର୍ତନ ପରିପ୍ରେକ୍ଷୀରେ ଆଦିବାସୀ ସଂସ୍କୃତିର ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ସେ ଆଦିବାସୀ ରୀତିନୀତିର ଆଭ୍ୟନ୍ତରୀଣ ମୂଲ୍ୟ ବିଷୟରେ କହିଥିଲେ । ସେଥିରେ ପ୍ରାୟତଃ ଆତ୍ମନିର୍ଭରଶୀଳତା ଏବଂ ସ୍ଥାୟୀତ୍ୱର ନୀତି ରହିଛି ଯାହା ବ୍ୟାପକ ମାନବିକ ମୂଲ୍ୟବୋଧ ସହିତ ଅନୁକୂଳ ବୋଲି ସେ କହିଛନ୍ତି ।

ଏହି ଅବସରରେ ଓଡ଼ିଶା ଖଣି ନିଗମର ଖଣି ପରିଚାଳକ ସୌରଭ କୁମାର ସାମଲ ଉପସ୍ଥିତ ଥିବା ବେଳେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ କଳମଙ୍ଗ ୟୁନିଟ୍ ର ଲିଡ୍ ସଞ୍ଜୟ ସର୍ଦ୍ଦାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ସମୃଦ୍ଧ ଆଦିବାସୀ ସଂସ୍କୃତିକୁ ପ୍ରଦର୍ଶିତ କରି ଗୋଷ୍ଠୀର ପୁରୁଷ ଓ ମହିଳାମାନଙ୍କ ପାରମ୍ପରିକ ନୃତ୍ୟ ପରିବେଷଣ ସହିତ ସମାରୋହ ଶେଷ ହୋଇଥିଲା ଏବଂ ସେମାନେ ଟିଏସଏଫର ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

2 × 1 =