ଆମାଜନର ସହେଲି କାର୍ଯ୍ୟକ୍ରମ ଜରିଆରେ ଦୁର୍ଗା ହ୍ୟାଣ୍ଡଲୁମ ବିଶ୍ୱରେ ସମ୍ପ୍ରସାରିତ

ଭୁବନେଶ୍ୱର: ମା’ଙ୍କ ହସ୍ତତନ୍ତ ଶାଢ଼ି ପ୍ରତି ଝିଅର ଭଲପାଇବାରୁ ଜନ୍ମ ନେଇଥିବା ବ୍ରାଣ୍ଡ ଦୁର୍ଗା ହ୍ୟାଣ୍ଡଲୁମ କେବଳ ଏକ ବ୍ୟବସାୟ ନୁହେଁ । ତା’ଠାରୁ ଏହା ଆହୁରି ବହୁତ କିଛି । ଏହା ହେଉଛି ସାଂସ୍କୃତିକ ସଂରକ୍ଷଣ, ମହିଳା ସଶକ୍ତୀକରଣ ଏବଂ ଆମାଜନର ଇ-କମର୍ସ ବ୍ୟବସ୍ଥା ମାଧ୍ୟମରେ ପରମ୍ପରାକୁ ବିଶ୍ୱ ଡିଜିଟାଲ ବଜାର ସହିତ ଯୋଡିବା ପାଇଁ ପ୍ରଯୁକ୍ତିବିଦ୍ୟାର ରହିଥିବା ଶକ୍ତିର ଏକ କାହାଣୀ ।
ଆମେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିବା ବେଳେ, ଦୁର୍ଗା ହ୍ୟାଣ୍ଡଲୁମର ଯାତ୍ରା ମହିଳା ଉଦ୍ୟୋଗୀମାନେ କିପରି ଐତିହ୍ୟ ସଂରକ୍ଷଣ କରିପାରିବେ, ଗୋଷ୍ଠୀକୁ ସଶକ୍ତ କରିପାରିବେ ଏବଂ ଡିଜିଟାଲ ଯୁଗରେ କିପରି ସମୃଦ୍ଧ ହୋଇପାରିବେ ତାହାର ଏକ ଉଜ୍ଜ୍ୱଳ ଉଦାହରଣ ଭାବରେ କାର୍ଯ୍ୟ କରୁଛି ।
ଦୁର୍ଗା ହ୍ୟାଣ୍ଡଲୁମ ସହ ବିଦିଶାଙ୍କ ଯାତ୍ରା ତାଙ୍କ ପିଲାଦିନର ସ୍ମୃତିରୁ ଆରମ୍ଭ ହୋଇଥିଲା । ନିଜ ସଂସ୍କୃତି ଭିତରେ ବଡ଼ ହୋଇ ମା’ ଓ ମାଉସୀ ପିନ୍ଧିଥିବା ହସ୍ତତନ୍ତ ଶାଢ଼ିର ସୌନ୍ଦର୍ଯ୍ୟ ଦେଖି ସେ ଆକର୍ଷିତ ହୋଇଥିଲେ । ପରମ୍ପରାର ଏହି ସୂତ୍ର ତାଙ୍କୁ ଉଦ୍ୟୋଗର ଯାତ୍ରା ଆରମ୍ଭ କରିବାକୁ ପ୍ରେରଣା ଦେଇଥିଲା ।
ବିଦିଶାଙ୍କ ଯାତ୍ରା ବାଧାବିଘ୍ନବିହୀନ ନଥିଲା । ମହାମାରୀ କିଣାକିଣିରେ ଆହ୍ୱାନ ଆଣିଥିଲା ଏବଂ ପାରମ୍ପରିକ ବୁଣାକାରଙ୍କ ବିଶ୍ୱାସ ଅର୍ଜନ କରିବାର ଆବଶ୍ୟକତା ରହିଥିଲା । ୨୦୨୦ ମସିହା କୋଭିଡ୍‌-୧୯ ମହାମାରୀ କାରଣରୁ ଅନିଶ୍ଚିତତା ଓ ଅସ୍ଥିରତାର ସମୟ ଥିଲା । ତଥାପି ସମସ୍ୟାଭିତରେ ବିଦିଶା ଏକ ସୁଯୋଗ ଦେଖିପାରିଥିଲେ । ନିଜ ମାତୃଭୂମିରେ ବୁଣାକାରଙ୍କ ଜୀବିକାର ଉନ୍ନତି କରିବା ଏବଂ ହସ୍ତତନ୍ତ ଶାଢ଼ିର ମହିମାକୁ ବିଶ୍ୱ ସହ ବାଂଟିବା ପାଇଁ ସେ ସଂକଳ୍ପ ନେଇଥିଲେ । ଆମାଜନ୍‌ର ସହେଲି କାର୍ଯ୍ୟକ୍ରମରେ ଦୁର୍ଗା ହ୍ୟାଣ୍ଡଲୁମ ସାମିଲ ହୋଇଥିଲା । ତାଲିକାଭୁକ୍ତ କରିବାଠାରୁ ଆରମ୍ଭ କରି ଲଜିଷ୍ଟିକ୍ ସମାଧାନ ପର୍ଯ୍ୟନ୍ତ, ଆମାଜନ ଏକ ଦୃଢ଼ ସହଯୋଗୀ ପାଲଟିଛି ଯାହା ଅନଲାଇନ୍ ମାର୍କେଟପ୍ଲେସ୍‌ରେ ନିରବଚ୍ଛିନ୍ନ ଏକୀକରଣକୁ ସକ୍ଷମ କରିଛି ।
ଆମାଜନ୍‌ର ବିଶ୍ୱବ୍ୟାପୀ ଉପସ୍ଥିତି ସହିତ ଦୁର୍ଗା ହ୍ୟାଣ୍ଡଲୁମ ବିଭିନ୍ନ ମହାଦେଶରେ ପହଂଚିବାକୁ ଯୋଜନା କରୁଛି । ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ବ୍ରାଣ୍ଡର ଉପସ୍ଥିତି ବିଶ୍ୱବ୍ୟାପୀ ଗ୍ରାହକଙ୍କୁ ଭାରତୀୟ କାରିଗରଙ୍କ କଳାକୃତି ପ୍ରଦର୍ଶନ କରିବାରେ ସହାୟୟକ ହୋଇଛି । ଦୁର୍ଗା ହ୍ୟାଣ୍ଡଲୁମ କେବଳ ଏକ ବ୍ରାଣ୍ଡ ନୁହେଁ; ଏହା ସତ୍ୟତା, ସଶକ୍ତୀକରଣ ଏବଂ କଳାତ୍ମକତା ଭାବନାର ପ୍ରମାଣ । ପଶ୍ଚିମବଙ୍ଗ ଓ ଓଡ଼ିଶାର ବୁଣାକାର କ୍ଲଷ୍ଟରରୁ ସିଧାସଳଖ ଉତ୍ପାଦନ କରିବା ପାଇଁ ବିଦିଶାଙ୍କ ପ୍ରତିବଦ୍ଧତା ପ୍ରତ୍ୟେକ ଦକ୍ଷ କାରିଗରଙ୍କ ଜୀବିକାକୁ ସହାୟକ ହେବା ଏବଂ ଶହ ଶହ ବର୍ଷର ପରମ୍ପରାକୁ ସୁରକ୍ଷିତ ରଖିବାକୁ ସୁନିଶ୍ଚିତ କରୁଛି।

୨୦୨୪ର ଦିଗନ୍ତ ସାମ୍ନାକୁ ଆସୁଥିବା ବେଳେ ଦୁର୍ଗା ହ୍ୟାଣ୍ଡଲୁମ ପାଇଁ ବିଦିଶାଙ୍କ ଦୃଷ୍ଟିକୋଣ ସ୍ପଷ୍ଟ। ତାହା ହେଉଛି ଗ୍ରାହକଙ୍କ ଅଭିଜ୍ଞତା ବୃଦ୍ଧି କରିବା, ବଜାର ଉପସ୍ଥିତିକୁ ବିସ୍ତାର କରିବା, ନୂତନ ଉତ୍ପାଦ ପ୍ରଚଳନ କରିବା ଏବଂ ସ୍ଥାୟିତ୍ୱ ପଦକ୍ଷେପକୁ ଗ୍ରହଣ କରିବା। ଅଭିନବତା ଏବଂ ଗ୍ରାହକ-କୈନ୍ଦ୍ରୀକତା ଉପରେ ଗୁରୁତ୍ୱ ଦେଇ ଦୁର୍ଗା ହ୍ୟାଣ୍ଡଲୁମ ବିଶ୍ୱ ବଜାରରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିବାକୁ ଲକ୍ଷ୍ୟ ରଖିଛି ଯାହା ଗ୍ରାହକ ଏବଂ କାରିଗରମାନଙ୍କୁ ସମାନ ଭାବରେ ଅସାଧାରଣ ମୂଲ୍ୟ ପ୍ରଦାନ କରିବ।

Share

Leave a Reply

Your email address will not be published. Required fields are marked *

8 − 3 =