ସୋନି ପକ୍ଷରୁ ଚମତ୍କାର ଛବି ଓ ଧ୍ୱନୀ ସହ ବ୍ରାଭିଆ ଏକ୍ସ୮୨ଏଲ୍ ସିରିଜ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଚମତ୍କାର ଛବି ଓ ଧ୍ୱନୀ ସହିତ ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ଏକ୍ସ୮୨ଏଲ୍ ଟିଭି ସିରିଜକୁ ଉନ୍ମୋଚନ କରାଯାଇଛି । ଏହି ଟିଭି ସିରିଜ୍ ଛବି ଓ ଧ୍ୱନୀକୁ ଏକ ନୂଆ ସ୍ତରରେ ପହଂଚାଇଥିବା ବେଳେ ଗୁଗୁଲ୍ ଟିଭି ସହିତ ମନୋରଂଜନର ଏକ ଆକର୍ଷଣୀୟ ଦୁନିଆ ପ୍ରଦାନ କରି ସୁନ୍ଦର ରଙ୍ଗ ସହିତ ଛବି ଓ ସାଉଣ୍ଡ୍ ପ୍ରଯୁକ୍ତିକୁ ଜୀବନ୍ତ କରିପାରିଛି ।
ବ୍ରାଭିଆ ଏକ୍ସ୮୨ଏଲ୍‌ରେ ରହିଛି ଏକ୍ସ୧ ୪କେ ଏଚ୍‌ଡିଆର୍ ପିକ୍‌ଚର୍ ପ୍ରୋସେସର ଓ ଟ୍ରିଲୁମିନସ୍ ପ୍ରୋ ଡିସ୍‌ପ୍ଲେ ଯାହା ଜୀବନ୍ତ ରଙ୍ଗ ସୃଷ୍ଟି କରୁଛି । ଏହାର ଡଲ୍‌ବି ଭିଜନ ଓ ଡଲ୍‌ବି ଆଟମସ୍‌ରେ ସିନେମାର ରୋମାଂଚକୁ ଉପଭୋଗ କରନ୍ତୁ । ସମ୍ପୂର୍ଣ୍ଣ ନୂଆ ଆକଷ୍ଟିକ୍ ମଲ୍‌ଟି-ଅଡିଓ ଓ ଏକ୍ସ ବାଲାନ୍‌ସଡ୍ ସ୍ପିକରରେ ଉତ୍କୃଷ୍ଟ ସାଉଣ୍ଡ୍‌କୁ ଉପଭୋଗ କରନ୍ତୁ ।
ସୋନିର ନୂଆ ବ୍ରାଭିଆ ଏକ୍ସ୮୨ଏଲ୍ ସିରିଜ୍ ସ୍ମାର୍ଟ ବ୍ୟବହାରକାରୀମାନଙ୍କୁ ଗୁଗୁଲ୍ ଟିଭି ସହିତ ୧୦,୦୦୦ରୁ ଅଧିକ ଆପ୍ ଓ ଗେମ୍ ଏବଂ ୭,୦୦,୦୦୦ରୁ ଅଧିକ ସିନେମା ଓ ଟିଭି ସିରିଜ୍ ଜରିଆରେ ୍ରସୀମିତ ମନୋରଂଜନ ପ୍ରଦାନ କରୁଛି । ଆପଲ୍ ଏୟାରପ୍ଳେ ଓ ହୋମ୍ କିଟ୍‌ରେ ଏହା ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି । ହାଣ୍ଡ୍‌ସଫ୍ରି ଭଏସ୍ ସର୍ଚ ସୁବିଧା ଜରିଆରେ ନିଜ ପସନ୍ଦର ସୋ ଓ ସିନେମା ଚଲାଇବା ଲାଗି ଆପଣ ଟିଭି ସହ ଭାବ ବିନିମୟ କରିପାରିବେ ।
ଆଇମ୍ୟାକ୍ସ ଦ୍ୱାରା ଉନ୍ନତ ହୋଇଥିବା ସିନେମା, ଡଲ୍‌ବି ଆଟମସ୍ ବିଷୟବସ୍ତୁ ସହିତ ଉଚ୍ଚ ମାନର ପିଓର ଷ୍ଟ୍ରିମ୍ ୮୦ ଏମ୍‌ବିପିଏସ୍‌ର ସର୍ବବୃହତ ସମ୍ଭାରକୁ ଉପଭୋଗ କରିବା ଲାଗି ଏକ୍ସ୮୨ଏଲ୍ ସିରିଜ୍‌ରେ ରହିଛି ବ୍ରାଭିଆ କୋର୍ । ଏହି ଟିଭି ସିରିଜ୍‌ରେ ରହିଛି ପିଏସ୍‌୫ର ସୁବିଧା ଯାହା ଅଟୋ ଏଚ୍‌ଡିଆର୍ ଟୋନ୍ ମ୍ୟାପିଂ ଓ ଅଟୋ ଜିନିୟର ପିକ୍‌ଚର୍ ମୋଡ୍ ଜରିଆରେ ଆପଣଙ୍କ ଗେମିଂ ଅନୁଭୂତିରେ ରୂପାନ୍ତରଣ ଆଣିପାରିବ । ଏଚ୍‌ଡିଏମ୍‌ଆଇ ୨.୧ ସହ କମ୍ପାଟିବଲ୍ ଥିବାରୁ ଏହା ଗେମିଂ ପାଇଁ ସହାୟକ ହୋଇଥିବା ବେଳେ ଏଥିରେ ରହିଛି ଅଟୋ ଲୋ ଲାଟେନ୍‌ସି ମୋଡ୍ (ଏଏଲ୍‌ଏଲ୍‌ଏମ୍‌) ।
ବ୍ରାଭିଆ ଏକ୍ସ୮୨ଏଲରେ ଥିବା ଗେମ୍ ମେନୁରେ ଆପଣମାନେ ସହଜରେ ଗେମ୍ ଷ୍ଟାଟସ୍‌, ସେଟିଂ ଓ ଗେମିଂ ଆସିଷ୍ଟ୍‌ରେ ଏକ ସମୟରେ ପହଂଚିପାରିବେ । ଅଙ୍ଗଭଙ୍ଗୀ ନିୟନ୍ତ୍ରଣ, ପରିବେଶରେ ଉନ୍ନତି ଓ ଗୁଗୁଲ୍ ମିଟ୍ ସହ ବ୍ରାଭିଆ କ୍ୟାମ୍‌ରେ ଏକ ନୂଆ ଟିଭି ଅନୁଭୂତି ହାସଲ କରନ୍ତୁ । ଆମ୍ବିଏଂଟ୍ ଅପ୍ଟିମାଇଜେସନ, ଲାଇଟ୍ ସେନ୍‌ସର ଓ ଆକଷ୍ଟିକ୍ ଅଟୋ କାଲିବ୍ରେସନ ପ୍ରଯୁକ୍ତି ଜରିଆରେ ଉତ୍କୃଷ୍ଟ ଛବି ଓ ଧ୍ୱନୀକୁ ଉପଭୋଗ କରନ୍ତୁ । ଏହାର ପତଳା ଟି-ଆକାରର ୱିଜଡ୍ ଓ ସ୍ଲିକ୍ ସ୍ମାର୍ଟ ରିମୋଟ୍ ଆପଣଙ୍କ ଲିଭିଂ ରୁମ୍‌ର ସୌନ୍ଦର୍ଯ୍ୟକୁ ବଢ଼ାଇବ ।
ପରିବେଶକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ବ୍ରାଭିଆ କେଡି-୫୫ଏକ୍ସ୮୨ଏଲ୍‌ର ଦାମ୍ ୯୧,୯୯୦ ଟଙ୍କାରୁ ଆରମ୍ଭ ହୋଇଛି ଓ ଜୁନ୍ ୨ ତାରିଖରୁ ତାହା ଉପଲବ୍ଧ ହୋଇଛି । କେଡି-୬୫ଏକ୍ସ୮୨ଏଲ୍‌ର ଦାମ୍ ୧,୨୪,୯୯୦ ଟଙ୍କା ରହିଛି ଓ ଏହି ମଡେଲ୍ ମଧ୍ୟ ଜୁନ୍ ୨ରୁ ଉପଲବ୍ଧ ହୋଇଛି । ଏହି ମଡେଲ୍‌ଗୁଡ଼ିକ ସୋନି ସେଂଟର, ସମସ୍ତ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର ଓ ଇ-କମର୍ସ ପୋର୍ଟାଲ୍‌ରେ ଉପଲବ୍ଧ ।

Share

Leave a Reply

Your email address will not be published. Required fields are marked *

1 + seven =