Business

ଟାଟା ଏଆଇଏ ଲାଇଫ୍ ଫର୍ଚୁନ୍ ଗ୍ୟାରେଂଟି ପେନ୍‌ସନ୍‌ର ଉନ୍ନତ ଭର୍ସନ ଉନ୍ମୋଚିତ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଜୀବନ ବୀମା କଂପାନି ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଟାଟା ଏଆଇଏ ଫର୍ଚୁନ୍ ଗ୍ୟାରେଂଟି ପେନ୍‌ସନ୍‌ର ଉନ୍ନତ ଭର୍ସନକୁ ଉନେˆାଚନ କରାଯାଇଛି । ଏଥିରେ ଅଧିକ ଆନୁଇଟି ହାର, ମୃତୁକାଳୀନ ସୁବିଧା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ସୁବିଧା ସୁଯୋଗ ରହିଛି । ଆର୍ଥିକ ଭାବେ ସ୍ୱାଧୀନ ଓ ସୁବର୍ଣ୍ଣ ବର୍ଷଗୁଡ଼ିକରେ ଚିନ୍ତାମୁକ୍ତ ଜୀବନଯାପନ କରିବାକୁ ଚାହୁଥିବା ଲୋକମାନଙ୍କ ଲାଗି ଏହି ସବୁ ସୁବିଧା ଜରୁରୀ ।
ଅଧିକ ବର୍ଷ ବଂଚିବା ଯୋଗୁଁ ସଂଚୟ କମ୍ ହେଉଛି ଯାହା ଭାରତରେ ଅବସରକାଳୀନ ସମୟର ଆୟ ପାଇଁ ସବୁଠୁ ବଡ଼ ଚିନ୍ତା ଭାବେ ଉଭା ହୋଇଛି । ଅବସରକାଳୀନ ସଂଚୟ ଅନ୍ତର ୨୦୫୦ ସୁଦ୍ଧା ୮୫ ଟ୍ରିଲିଅନ ଡଲାରରେ ପହଂଚିବ ବୋଲି ଆକଳନ କରାଯାଇଛି । ତେଣୁ ଅବସର ସମୟରେ ଆର୍ଥିକ ସ୍ୱାଧୀନତାକୁ ସୁନିଶ୍ଚିତ କରିବା ଲାଗି ଭାରତୀୟମାନଙ୍କୁ ଏହି ସଙ୍କଟ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ।
ଏହି ପ୍ଲାନ୍‌ର ଉନ୍ନତ ଭର୍ସନରେ ରହିଛି ତତ୍କାଳ ଲାଇଫ୍ ଆନୁଇଟି, ଗ୍ୟାରେଟେଂଡ୍ ଆଡିସନ୍ ବିକଳ୍ପ, ଆଗୁଆ ଆନୁଇଟି ଚୟନ କରିବା ବିକଳ୍ପ, ପଲିସି ଉପରେ ଋଣ ନେବା ସୁବିଧା ଏବଂ ଯୁଗ୍ମ ଲାଇଫ୍ ବିକଳ୍ପ ।
ଟାଟା ଏଆଇଏ ଲାଇଫ୍‌ର ଚିଫ୍ ଫାଇନାନ୍ସିଆଲ ଅଫିସର ସମିତ ଉପାଧ୍ୟାୟ କହିଛନ୍ତି ଯେ, “ଅବସର ହେଉଛି ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବା ଭଳି । ତାହା ହେଉଛି ପେସାଦାର ଦାୟିତ୍ୱକୁ ନେଇ ଚିନ୍ତା କରିବା ବଦଳରେ ନିଜ ଜୀବନକୁ ଉପଭୋଗ କରିବା ଉପରେ ଗୁରୁତ୍ୱ ଦେବାର ସମୟ । ତେଣୁ, ଆମେ ସମସ୍ତେ ଅବସର ପରେ ଆର୍ଥିକ ସ୍ୱାଧୀନତା ଚାହୁଛୁ ଯଦ୍ୱାରା ଆମେ କିଭଳି ବଂଚିବା ତାହାକୁ ଅର୍ଥ ଧାର୍ଯ୍ୟ ନକରୁ । ନିମୟିତ ଗ୍ୟାରେଂଟି ଆୟ ସହିତ ଅବସରକାଳୀନ ଖର୍ଚକୁ ପରିଚାଳନା କରିବାରେ ସହାୟକ ହେବା ସହ ଟାଟା ଏଆଇଏ ଲାଇଫ୍ ଫର୍ଚୁନ୍ ଗ୍ୟାରେଂଟି ପେନ୍‌ସନ୍ ହେଉଛି ସେହି ଲକ୍ଷ୍ୟକୁ ହାସଲ କରିବା ଦିଗରେ ଏକ ଉତ୍କୃଷ୍ଟ ଆର୍ଥିକ ଉପକରଣ । ଅବସର ଗ୍ରହଣ କରିବା ପୂର୍ବରୁ ଯଥେଷ୍ଟ ସଂଚୟ ଲାଗି ଏହି ପ୍ଲାନ୍ ଗ୍ରାହକଙ୍କୁ ସହାୟକ ହୋଇଥାଏ ଏବଂ ନିୟମତ ଦରମା ଆୟ ବନ୍ଦ ହେବା ପରେ ସ୍ଥିର ଆୟକୁ ନିଶ୍ଚିତ କରିଥାଏ ।’’
ଉପଯୁକ୍ତ ଓ ସୁରକ୍ଷିତ ଅବସର ଆୟ ଚାହୁଥିବା ଗ୍ରାହକମାନଙ୍କ ଲାଗି ଏହା ହେଉଛି ଏକ ଉପଯୁକ୍ତ ସମାଧାନ । ଉଦାହରଣ ସ୍ୱରୂପ ଡେଫରଡ୍ ଲାଇଫ୍ ଆନୁଇଟି ପ୍ଲାନ୍‌ରେ ଜଣେ ୪୫ ବର୍ଷୀୟ ବ୍ୟକ୍ତି ଯଦି ସାତ ବର୍ଷ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ପ୍ରିମିୟମ୍ ପ୍ରଦାନ କରିବେ ତେବେ ଅଷ୍ଟମ ବର୍ଷଠାରୁ ସେ ବଂଚିଥିବା ପର୍ଯ୍ୟନ୍ତ ବାର୍ଷିକ ୨,୬୧,୦୩୦ ଟଙ୍କା ଆୟ କରିବେ । ତେଣୁ ସେ ପ୍ରଦାନ କରିଥିବା ମୋଟ ପ୍ରିମିୟମ୍ ଉପରେ ୭.୪୬% ସୁଧ ପାଇବେ । ମୃତ୍ୟୁ ପରେ ନୋମିନି ମଧ୍ୟ ସେହି ଲାଭ ପାଇପାରିବେ । ସେହିପରି, ଆଉ ଏକ ପ୍ଲାନ୍ ୫୦ ବର୍ଷୀୟ ବ୍ୟକ୍ତି ୧୦ ବର୍ଷ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ପ୍ରିମିୟମ୍ ଦେଇ ଅବସର ଗ୍ରହଣ ପରେ ବାର୍ଷିକ ୪,୦୬,୧୦୦ ଟଙ୍କାର ଆନୁଇଟି ଆୟ ପାଇବେ । ଗ୍ରାହକଙ୍କ ମୃତ୍ୟୁ ଘଟିଲେ ସମସ୍ତ ଅର୍ଥ ତାଙ୍କ ନୋମିନିଙ୍କୁ ହସ୍ତାନ୍ତର କରାଯିବ ।

Share

Leave a Reply

Your email address will not be published. Required fields are marked *

18 − fifteen =