ବଜାଜ ଆଲଆଞ୍ଜ୍ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଦାବି ଫଇସଲା ପ୍ରକ୍ରିୟାର ସରଳୀକରଣ

ସର୍ବନିମ୍ନ କାଗଜପତ୍ର ସହିତ ଦାବି ଫଇସଲା ପ୍ରକ୍ରିୟାର ସରଳୀକରଣ
ସର୍ବାଧିକ ଅଗ୍ରାଧିକାର ସହ ଯଥା ସମ୍ଭବ ଶୀଘ୍ର ଦାବିର ଫଇସଲା କରାଯିବ

ଭୁବନେଶ୍ୱର: ଅନ୍ୟତମ ଘରୋଇ ଜୀବନ ବୀମା ପ୍ରଦାନକାରୀ ବଜାଜ ଆଲିଆଂଜ୍ ଲାଇଫ୍ ଇନ୍‌ସ୍ୟୁରାନ୍ସ ଓଡ଼ିଶାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ପ୍ରଭାବିତ ଲୋକମାନଙ୍କ ସହିତ ଏକଜୁଟ ହୋଇ ଠିଆ ହୋଇଛି । ଏହି ଦୁର୍ଭାଗ୍ୟଜନକ ଘଟଣା ପ୍ରତି ପ୍ରତିକ୍ରିୟା ସ୍ୱରୂପ ଏହି ବିପର୍ଯ୍ୟୟରେ ପ୍ରଭାବିତ ହୋଇଥିବା ପଲିସିଧାରକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି କଂପାନି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।

ଏହି କଠିନ ସମୟରେ ପ୍ରଭାବିତ ପଲିସିଧାରକମାନେ ସାମ୍ନା କରୁଥିବା ବ୍ୟାପକ ଆହ୍ୱାନକୁ ଭଲ ଭାବେ ବୁଝି ପାରି ବଜାଜ ଆଲିଆଞ୍ଜ୍ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏହି ଘଟଣାରେ ପ୍ରଭାବିତ ହୋଇଥିବା ଗ୍ରାହକମାନଙ୍କ ମୃତ୍ୟୁକାଳୀନ ଓ ଦିବ୍ୟାଂଗ ଦାବିର ପ୍ରକ୍ରିୟାକରଣକୁ ପ୍ରାଥମିକତା ପ୍ରଦାନ କରିବା ଲାଗି ଏକ ଉତ୍ସର୍ଗୀକୃତ ଅଭିଯାନ ଗ୍ରହଣ କରାଯାଇଛି । ସର୍ବାଧିକ ଜରୁରୀ ସହିତ ଏହି ପଲିସି ଦାବିଗୁଡ଼ିକର ଶୀଘ୍ର ଫଇସଲା କରିବା ଲାଗି ଏକ ତ୍ୱରିତ ପ୍ରକ୍ର୍ରିୟା ସ୍ଥାପନ କରାଯାଉଛି ।

ପ୍ରକ୍ରିୟାର ସରଳୀକରଣ ଲାଗି ବଜାଜ ଆଲିଆଞ୍ଜ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ସର୍ବନିମ୍ନ କାଗଜପତ୍ରର ତାଲିକା ଜାରି କରାଯାଇଛି ଯାହାକୁ ନୋମିନି, ଆଇନଗତ ଉତରାଧିକାରୀ କିମ୍ବା ପଲିସିଧାରକମାନଙ୍କୁ ନିମ୍ନ ଲିଖିତ ଯେକୌଣସି ସୁବିଧାଜନକ ମାଧ୍ୟମରେ ସେମାନଙ୍କ ଦାବିର ପ୍ରକ୍ର୍ରି୍ରୟାକରଣ ଲାଗି ଦାଖଲ କରିପାରିବେ:

କଂପାନିର ଦେୟମୁକ୍ତ ନମ୍ବର ୧୮୦୦୨୦୯୭୨୭୨ରେ କଲ୍ କରନ୍ତୁ

ସାରା ଦେଶରେ ଥିବା ଆମ ୫୧୦ରୁ ଅଧିକ ଶାଖା ମଧ୍ୟରୁ ନିକଟତମ କୌଣସି ଏକ ଶାଖା ପରିଦର୍ଶନ କରନ୍ତୁ

[email protected] ରେ ଇ-ମେଲ୍ କରନ୍ତୁ

ସଂପୃକ୍ତ ଅଧିକାରୀଙ୍କ ଠାରୁ ମୃତକଙ୍କ ତାଲିକା ହାସଲ କରିବା ଲାଗି କଂପାନି ଉଦ୍ୟମ କରୁଛି ଏବଂ ପ୍ରଭାବିତ ପରିବାରମାନଙ୍କ ପାଖରେ ପ୍ରତ୍ୟକ୍ଷ ଭାବେ ପହଂଚିବା ପାଇଁ ଅତିରିକ୍ତ ଉଦ୍ୟମ କରିବ ।

Share

Leave a Reply

Your email address will not be published. Required fields are marked *

3 + 7 =