ହୋଣ୍ଡା ପକ୍ଷରୁ ନୂଆ ୧୦୦ ସିସି ମୋଟରସାଇକଲ୍ “ସାଇନ୍ ୧୦୦’ ଉନ୍ମୋଚିତ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ୧୦୦-୧୧୦ ସିସି କମ୍ୟୁଟର ବର୍ଗରେ ପ୍ରବେଶ କରି ସମ୍ପୂର୍ଣ୍ଣ ନୂଆ ସାଇନ୍ ୧୦୦ ସିସିର ଶୁଭାରମ୍ଭ କରିଛି । ଓବିଡି୨ ନିୟମ ପାଳନ କରୁଥିବା ଏହି ମୋଟରସାଇକଲ୍ ହେଉଛି ସବୁଠୁ ସୁଲଭ ଓ ଇନ୍ଧନ ମିତବ୍ୟୟୀ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ମୋଟରସାଇକଲ୍ ।
ସାଇନ୍ ୧୦୦ ସିସିରେ କଂପାନି ୧୨ଟି ପେଟେଂଟ୍‌କୁ ବ୍ୟବହାର କରିିଛି ଯାହା ଭରସାଯୋଗ୍ୟତାରେ ଉନ୍ନତି ଆଣିପାରିଛି । ୧୨୫ ସିସି ବର୍ଗର ନେତୃତ୍ୱ ନେଉଥିବା ସାଇନ୍ ହେଉଛି ବିଶ୍ୱାସ, ଭରସାଯୋଗ୍ୟତା ଓ ଉନ୍ନତ ପ୍ରଯୁକ୍ତିର ପ୍ରତିଫଳନ ।
ନୂଆ ମୋଟରସାଇକଲ୍ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ ଶ୍ରୀ ଆତସୁସି ଓଗାତା କହିଛନ୍ତି ଯେ, “ସାଇନ୍ ହେଉଛି ଏହି ବର୍ଗର ସବୁଠୁୁ ଲୋକପ୍ରିୟ ଓ ବିଶ୍ୱାସଯୋଗ୍ୟ ମୋଟରସାଇକଲ୍ ବ୍ରାଣ୍ଡ୍ । ଆମେ ଆଜି ହୋଣ୍ଡା ନୂଆ ୧୦୦ ସିସି ମୋଟରସାଇକଲ୍ ସାଇନ୍ ୧୦୦କୁ ଉନ୍ମୋଚନ କରିଛୁ ଯାହାକୁ ସାଇନ୍‌ର ପରମ୍ପରା ଅନୁସାରେ ବିକାଶ କରାଯାଇଛି । ସାରା ଭାରତର ଲୋକମାନଙ୍କ ପାଖରେ ଗମନାଗମନ ସୁବିଧା ଓ ସୁଲଭତା ପହଂଚାଇବା ଦିଗରେ ସାଇନ୍ ୧୦୦ ହେଉଛି ହୋଣ୍ଡାର ପରବର୍ତୀ ବଡ଼ ପଦକ୍ଷପ । ମୌଳିକ କମ୍ୟୁଟର ବର୍ଗରେ ଗ୍ରାହକମାନଙ୍କ ପାଇଁ ଏକ ସୁଦୃଢ଼, ଭରସାଯୋଗ୍ୟ ଓ ଇନ୍ଧନ ମିତବ୍ୟୟୀ ମୋଟରସାଇକଲ୍‌କୁ ଉପସ୍ଥାପନ କରି ଆମେ ଗର୍ବିତ । ଆମେ ସାଇନ୍ ୧୦୦କୁ ଉନ୍ମୋଚନ କରିବା ସହ ଆମେ ଆଗ ଗ୍ରାହକମାନଙ୍କ ଆବଶ୍ୟକତା ଓ ଅଭିଳାଷ ଉପରେ ଗୁରୁତ୍ୱାରୋପ ଜାରି ରଖିଛୁ ଏବଂ ସେମାନଙ୍କ ଯାତ୍ରାର ପ୍ରତି ସୋପାନରେ ସେମାନଙ୍କ ଅଭିଳାଷ ଠାରୁ ଆଗକୁ ବଢ଼ିବାକୁ ଉଦ୍ୟମ କରିବୁ ।’’
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ଅପରେଟିଂ ଅଫିସର-ବିକ୍ରି ଓ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଭାରତୀୟ ଗ୍ରାହକମାନଙ୍କ ଲାଗି ସମ୍ପୂର୍ଣ୍ଣ ନୂଆ ୧୦୦ ସିସି ମୋଟରସାଇକଲ୍ ସାଇନ୍ ୧୦୦କୁ ଉନ୍ମୋଚନ କରି ଆଜିଠାରୁ ଆମେ ଏକ ନୂଆ ଯାତ୍ରା ଆରମ୍ଭ କରିଛୁ । ଅତୁଳନୀୟ ମୂଲ୍ୟ ପ୍ରଦାନ କରି ପ୍ରତି ଭାରତୀୟ ଗ୍ରାହକମାନଙ୍କ ଆଶାକୁ ଅତିକ୍ରମ କରିବା ଲାଗି ସାଇନ୍ ୧୦୦ ହେଉଛି ସେମାନଙ୍କ ଲାଗି ହୋଣ୍ଡାର ପ୍ରତିଶ୍ରୁତି । ଭରସାଯୋଗ୍ୟ ପ୍ରଦର୍ଶନ, ଆରାମଦାୟକ ଗାଡ଼ି ଚାଳନା ଓ ସୁଲଭ ମୂଲ୍ୟ ସହ ଆମେ ଆଗକୁ ବଢ଼ିବା ଲାଗି ଲୋକମାନଙ୍କୁ ସଶକ୍ତ କରିବା, ନୂଆ ଦିଗନ୍ତ ସନ୍ଧାନ କରିବା ଏବଂ ସେମାନଙ୍କ ସ୍ୱପ୍ନ ପୂରଣ କରିବା ଲାଗି ଲକ୍ଷ୍ୟ ରଖିଛୁ । ଚାଲନ୍ତୁ ଏକ ଉତମ ଭବିଷ୍ୟତ ଆଡ଼କୁ ଯାତ୍ରା କରିବା ।’’
ନୂଆ ସାଇନ୍ ୧୦୦ରେ ରହିଛି ୧୦୦ ସିସିର ଓବିିଡି ୨ ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇ ଇଂଜିନ ଯେଉଁଥିରେ ଏନ୍‌ହାନ୍ସଡ୍ ସ୍ମାର୍ଟ ପାୱାର (ଇଏସ୍‌ପି) ସୁବିଧା ରହିଛି । ଏଥିରେ ପ୍ରୋଗ୍ରାମଡ୍ ଫୁଏଲ୍ ଇଞ୍ଜେକ୍ସନ (ପିଜିଏମ୍‌-ଏଫ୍‌ଆଇ), ଫ୍ରିକ୍ସନ ରିଡକ୍ସନ ଓ ସେଲେନୋଏଡ୍ ଭାଲ୍‌ଭ ରହିଛି । ଏଥିରେ ସାଇଡ୍ ଷ୍ଟାଣ୍ଡ୍ ସହିତ ଇଞ୍ଜିନ ଇନ୍‌ହିବିଟର, କମ୍ବି ବ୍ରେକ୍ ସିଷ୍ଟମ୍ (ସିବିଏସ୍‌) ସହିତ ଇକ୍ୱିଲାଇଭର, ୧୨୪୫ ଏମ୍‌ଏମ୍‌ର ହ୍ୱିଲ୍ ବେସ୍‌, ୧୬୮ ଏମ୍‌ଏମ୍‌ର ଗ୍ରାଉଣ୍ଡ୍ କ୍ଲିୟରାନ୍ସ ରହିଛି । ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ସାଇନ୍ ୧୦୦ ଉପରେ ୩ ବର୍ଷର ସାଧାରଣ ଓ ୩ ବର୍ଷର ବିକଳ୍ପ ବର୍ଦ୍ଧିତ ୱାରେଂଟି ସମେତ ୬ ବର୍ଷର ୱାରେଂଟି ପ୍ରଦାନ କରାଯାଉଛି । ପାଂଚଟି ରଙ୍ଗ କଳା ସହିତ ରେଡ୍ ଷ୍ଟ୍ରାଇପ୍‌, ବ୍ଲାକ୍ ସହିତ ବ୍ଲୁ ଷ୍ଟ୍ରାଇପ୍‌, ବ୍ଲାକ୍ ସହିତ ଗ୍ରିନ୍ ଷ୍ଟ୍ରାଇପ୍‌, ବ୍ଲାକ୍ ସହିତ ଗୋଲ୍‌ଡେନ୍ ଷ୍ଟ୍ରାଇପ୍ ଓ ବ୍ଲାକ୍ ସହିତ ଗ୍ରେ ଷ୍ଟ୍ରାଇପ୍ ରେ ସାଇନ୍ ୧୦୦ ଉପଲବ୍ଧ ହେବ । ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୬୪,୯୦୦ ଟଙ୍କା ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

four × 3 =