ବନ୍ଧନ ବ୍ୟାଙ୍କ ଆଠ ବର୍ଷ ପୂରଣ କଲା, ଲଦାଖ୍‌ର ଲେହରେ ଖୋଲିଲା ଶାଖା

ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ ପକ୍ଷରୁ ଅଷ୍ଟମ ବାର୍ଷିକୀ ପାଳନ କରାଯାଇଛି । କେନ୍ଦ୍ର ଶାସିତ ଅଂଚଳ ଲଦାଖ୍‌ର ଲେହ ଜିଲ୍ଲାରେ ଏକ ଶାଖା ଖୋଲି କଂପାନି ଏହାର ଆଠ ବର୍ଷର ଅତୁଲ୍ୟ ଯାତ୍ରାକୁ ପାଳନ କରିଛି । ବ୍ୟାଙ୍କ ପକ୍ଷରୁ ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ଆଉ ଏକ ଶାଖା ଖୋଲାଯାଇଛି ।
ଏହି ଅବସରରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ନିର୍ଦ୍ଦେଶକ ଶ୍ରୀ କେକି ମିସ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାର୍ଷିକୀ ବକ୍ତୃତା ପ୍ରଦାନ କରିଥିଲେ । ସେ “ଭାରତରେ ଅର୍ଥନୀତି, ହାଉସିଂ ଓ କର୍ପୋରେଟ୍ ପ୍ରଶାସନ’ ଉପରେ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ଶ୍ରୀ ମିସ୍ତ୍ରୀ କହିଛନ୍ତି ଯେ, “ବନ୍ଧନ ବ୍ୟାଙ୍କର ପ୍ରତିଷ୍ଠା ଦିବସର ଅଂଶ ହେବା ଏବଂ ବାର୍ଷିକୀ ବକ୍ତୃତା ପ୍ରଦାନ କରିଥିବାରୁ ମୁଁ ବହୁତ ଖୁସି । ବନ୍ଧନ ବ୍ୟାଙ୍କର ଯାତ୍ରାକୁ ଅତି ନିକଟରୁ ଦେଖିଥିବା ବେଳେ ଉଦ୍ଦେଶ୍ୟ ଦ୍ୱାରା ଅନୁପ୍ରାଣିତ ବ୍ୟାଙ୍କିଙ୍ଗ୍‌, ସଠିକ୍ ଲୋକଙ୍କ ପାଖରେ ପହଂଚିବା ଏବଂ ଗ୍ରାହକମାନଙ୍କ ଜୀବନରେ ଅର୍ଥପୂର୍ଣ୍ଣ ପରିବର୍ତନ ଆଣିବା ଲାଗି ରହିଥିବା ଆଭିମୁଖ୍ୟ ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ମୁଁ ଜାଣିଛି । ମୁଁ ବ୍ୟାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।’’
ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଏକ ସଙ୍ଗୀତଭିତିକ ଲୋଗୋ ଜରିଆରେ ସ୍ୱର ପରିଚୟକୁ ଉନ୍ମୋନଚ କରାଯାଇଥିଲା । ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ସଙ୍ଗୀତକାର ଅମିତ ତ୍ରିବେଦୀ ସ୍ୱରରେ ସଜାଇଥିବା ଏହି ସଙ୍ଗୀତ ଲୋଗୋକୁ ବନ୍ଧନ ବ୍ୟାଙ୍କର ମୂଳରେ ଥିବା ମୂଲ୍ୟବୋଧକୁ ପରିପ୍ରକାଶ କରିବା ଲାଗି ବିକାଶ କରାଯାଇଛି ।
ବନ୍ଧନ ବ୍ୟାଙ୍କର ପ୍ରତିଷ୍ଠାତା, ଏମ୍‌ଡି ଓ ସିଇଓ ଚନ୍ଦ୍ର ଶେଖର ଘୋଷ କହିଛନ୍ତି ଯେ, “ଏହି ଆଠ ବର୍ଷରେ ବନ୍ଧନ ବ୍ୟାଙ୍କ ମହାନ ଯାତ୍ରା କରିଛି । ଲେହ୍ ଶାଖା ଖୋଲାଯିବା ସହିତ ଆଉ ଏକ କେନ୍ଦ୍ରଶାସିତ ଅଂଚଳରେ ଉପସ୍ଥିତି ଜାହିର କରିଥିବା ବେଳେ ଆମ ଉପସ୍ଥିତିରେ ଉନ୍ନତି ଆଣିଛୁ । ସାରା ଦେଶର ବ୍ୟାପକ ଲୋକଙ୍କ ପାଖରେ ପହଂଚିବା ଲାଗି ଆମେ ଆମ ଉପସ୍ଥିତିର ସମ୍ପ୍ରସାରଣ ଜାରି ରଖିଛୁ । ଏହି ଅତୁଲ୍ୟ ଯାତ୍ରାର ଅଂଶ ହେବା ଏବଂ ଆମ ଉପରେ ବିଶ୍ୱାସ ରଖିଥିବାରୁ ସମସ୍ତ ଅଂଶୀଦାର ଓ ଶୁଭେଚ୍ଛୁଙ୍କୁ ସେମାନଙ୍କ ବିଶ୍ୱାସ ଓ ସମର୍ଥନ ପାଇଁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଛି ।’’
ଲେହ ଓ ଶ୍ରୀନଗରରେ ନୂଆ ଶାଖା ଉନ୍ମୋଚନ ସହିତ ବନ୍ଧନ ବ୍ୟାଙ୍କର ଉପସ୍ଥିତି ଏବେ ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ୩୫ଟିରେ ପହଂଚିଛି ଏବଂ ସାରା ଦେଶରେ ୬୧୦୦ରୁ ଅଧିକ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍‌ର ଦୃଢ଼ ନେଟ୍‌ୱର୍କ ଜରିଆରେ ୩ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି ।

Share

Leave a Reply

Your email address will not be published. Required fields are marked *

seventeen + six =