ଆମାଜନ କାରିଗର ସହ ଭାରତୀୟ ହସ୍ତତନ୍ତର ପୁନରୁଦ୍ଧାର: ଜାତୀୟ ହସ୍ତତନ୍ତ ଦିବସରେ କାରିଗର ଗୋଷ୍ଠୀ ପାଇଁ ନୂଆପାଟଣାପଟାର ପରିକଳ୍ପନା

ଡିିଜିଟାଲ୍ ଯୁଗରେ ଭାରତୀୟ ପାରମ୍ପରିକ ହସ୍ତତନ୍ତ କାରିଗରୀ କିଭଳି ସଫଳ ହୋଇପାରିଛି ତାହାର ଏକ ପ୍ରେରଣାଦାୟୀ ଉଦାହରଣ ହେଉଛି ନୂଆପାଟଣାପଟା । ସ୍ଥାନୀୟ ହସ୍ତତନ୍ତ କାରିଗରୀରେ ଥିବା ଅଭିଜ୍ଞତାକୁ ସମ୍ବଳ କରି ସେମାନଙ୍କ ଉଦ୍ୟମିତାର ରୋମାଂଚକର ଯାତ୍ରା ୨୦୨୦ ଏପ୍ରିଲ୍‌ରୁ ଶୁଭାରମ୍ଭ ହୋଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କ ବିକ୍ରି ଚଳନୀୟ ଥିଲା, କିନ୍ତୁ ଇ-କମର୍ସ ସେବାର ଆବିର୍ଭାବ ହେବା ଏବଂ ଆମାଜନ କାରିଗର କାର୍ଯ୍ୟକ୍ରମର ମୂଲ୍ୟବାନ ସହାୟତା ସହ ଅନଲାଇନ୍‌ରେ ସେମାନଙ୍କ ଉପସ୍ଥିତି ପ୍ରସ୍ଫୁଟିତ ହୋଇପାରିଛି ।
ନୂଆପାଟଣାପଟା ବ୍ରାଣ୍ଡ୍‌କୁ ପ୍ରତିଷ୍ଠିତ କରିବାରେ ଆମାଜନର କାରିଗର କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି କାର୍ଯ୍ୟକ୍ରମରେ ଅଫର, ରିହାତି, ମୂଲ୍ୟ, ଡିଜାଇନ୍ ଓ ଲଜିଷ୍ଟିକ୍ସ ସହ ସେମାନଙ୍କୁ ସହାୟତା ପ୍ରଦାନ କରାଯାଉଛି ଯାହା ଅଭିବୃଦ୍ଧିକୁ ଉଲ୍ଲେଖନୀୟ ଭାବେ ତ୍ୱରାନ୍ୱିତ କରିଥିବା ବେଳେ ତାହା ରାଜସ୍ୱକୁ ୧ କୋଟି ଟଙ୍କାରୁ ଅଧିକ କରିପାରିଛି । ଏହି ଜାତୀୟ ହସ୍ତତନ୍ତ ଦିବସରେ, ନୂଆପାଟଣାପଟାର ପ୍ରତିଷ୍ଠାତା ମାନସ ଥୋସଙ୍କ ସହ ସାକ୍ଷାତକାର:
ପ୍ରଶ୍ନ ୧: ମାର୍କେଟ୍‌ପ୍ଲେସ୍‌ରେ ତାଲିକାଭୁକ୍ତ ହେବା ପୂର୍ବରୁ ଆପଣଙ୍କ ବ୍ୟବସାୟ କ’ଣ ଥିଲା?
ଭାରତୀୟ ହସ୍ତତନ୍ତ ସହ କାର୍ଯ୍ୟ କରିବାର ଜୀବନବ୍ୟାପୀ ଅଭିଜ୍ଞତା ସହ ଜଣେ ସ୍ଥାନୀୟ କାରିଗର ଭାବେ ମୁଁ ମୋର ଉଦ୍ୟମିତା ଯାତ୍ରା ଆରମ୍ଭ କରିବା ସହ ୨୦୨୦ ଏପ୍ରିଲ୍‌ରେ ନୂଆପାଟଣାପଟା ପ୍ରତିଷ୍ଠା କରିଥିଲି । ପ୍ରାରମ୍ଭରେ, ଆମର ବିକ୍ରି ମଧ୍ୟମ ଧରଣର ରହିଥିଲା, କିନ୍ତୁ ଆମେ ଇ-କମର୍ସ ସେବାକୁ ଗ୍ରହଣ କରିବା ପରେ ଆମ ଅନଲାଇନ୍ ଉପସ୍ଥିତିରେ ଉଲ୍ଲେଖନୀୟ ଭାବେ ସଫଳ ହୋଇଥିଲା । ଆମାଜନ ପ୍ରବନ୍ଧକଙ୍କ ମୂଲ୍ୟବାନ ସହଯୋଗ ସହ ମାର୍କେଟ୍‌ପ୍ଲେସ୍‌ରେ ଆମେ ସଫଳତାର ସହ ଆମ ବ୍ରାଣ୍ଡ୍‌କୁ ପ୍ରତିଷ୍ଠିତ କରିପାରିଥିଲୁ । ଅଫର, ରିହାତି, ମୂଲ୍ୟ, ଡିଜାଇନ ଓ ଲଜିଷ୍ଟିକ୍ସ ସହାୟତା ସହିତ ଆମାଜନ କାରିଗର ଆମକୁ ସହଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା, ଫଳରେ ଆମ ବ୍ୟବସାୟରେ ଉଲ୍ଲେଖନୀୟ ବୃଦ୍ଧି ସମ୍ଭବ ହୋଇପାରିଥିଲା । ଆମାଜନକୁ ଧନ୍ୟବାଦ ଯେ ଆମେ ଉଲ୍ଲେଖନୀୟ ରାଜସ୍ୱ ଅଭିବୃଦ୍ଧି ହାସଲ କରି ୧ କୋଟି ଟଙ୍କା ଅତିକ୍ରମ କରିଛୁ । ସମ୍ପୂର୍ଣ୍ଣ ରୂପେ ଏହି କାର୍ଯ୍ୟକ୍ରମ ପାଇଁ ଆମକୁ ଏଭଳି ସଫଳତା ମିଳିଛି ।
ପ୍ରଶ୍ନ ୨: ଆପଣ କେଉଁ ହସ୍ତତନ୍ତ କଳାକୃତି ଉପରେ କାର୍ଯ୍ୟ କରୁଛନ୍ତି ଏବଂ କିଭଳି ସେଗୁଡ଼ିକର ପୁନରୁଦ୍ଧାର ପାଇଁ ଆପଣ ଯୋଜନା ରଖିଛନ୍ତି?
ନୂଆପାଟଣାପଟାରେ ଆମେ ଇକତ, କଟନ, ରେଶମ ଓ ଟସର ସମେତ ବିଭିନ୍ନ ପ୍ରକାର ଆକର୍ଷଣୀୟ ଶାଢ଼ି ବର୍ଗମାଳା ପ୍ରସ୍ତୁତ କରୁଛୁ । ଟସର, ଦୁପଟା, ସୁଟ୍ ପିସ୍‌, ରନିଂ ମାଟେରିଆଲ, ଟି-ସାର୍ଟ ଓ କୁର୍ତାର ବିବିଧ ସମ୍ଭାର ପ୍ରଦାନ କରୁଥିବାରୁ ଆମେ ଗର୍ବିତ ।
ପ୍ରଶ୍ନ ୩: ଆମାଜନ ମାର୍କେଟ୍‌ପ୍ଲେସ୍‌ରେ ତାଲିକାଭୁକ୍ତ ହେବା ପରେ ଆପଣଙ୍କ ଟିମ୍ କିଭଳି ବଢ଼ିଥିଲା?
ଆମ ବ୍ରାଣ୍ଡ୍ ନୂଆପାଟଣାପଟାର ନାମ ଓଡ଼ିଶାର ସୁନ୍ଦର ଗ୍ରାମ ନୂଆପାଟଣାପଟାରୁ ଆସିଛି । ଆମ ପରିବାରର ସଂପୃକ୍ତି ସହ ଆମ ବ୍ରାଣ୍ଡ୍‌ର ସଫଳତାରେ ସାରା ଗ୍ରାମର ପ୍ରତ୍ୟକ୍ଷ ଯୋଗଦାନ ରହିଛି । ଆମାଜନ ସହିତ ସହଯୋଗିତା ଆମ ବ୍ୟବସାୟ ପାଇଁ ବରଦାନ ସାବ୍ୟସ୍ତ ହୋଇଛି, କାରଣ ଏହା ଦ୍ୱାରା ଉଲ୍ଲେଖନୀୟ ଅଭିବୃଦ୍ଧି ସମ୍ଭବ ହୋଇଛି । ଆମେ ୧୦ ଜଣ କାରିଗରଙ୍କ ଟିମ୍‌କୁ ନେଇ ଆରମ୍ଭ କରିଥିଲୁ ଏବଂ ଏବେ ଆମ ଟିମ୍‌ରେ ୫୫ ଜଣ ସ୍ଥାନୀୟ କାରିଗର ରହିଛନ୍ତି ଯେଉଁମାନେ ନୂଆପାଟଣାପଟାର କଳାକୃତି ପାଇଁ ସମର୍ପିତ ରହିଛନ୍ତି ।
ପ୍ରଶ୍ନ ୪: କେଉଁଠାରୁ ଆପଣ ଅଧିକ ବରାଦ ପାଉଛନ୍ତି? କୌଣସି ଗ୍ରାହକଙ୍କଠାରୁ କିଛି ପ୍ରତିକ୍ରିୟା ମିଳିଛି କି?
ନୂଆପାଟଣାପଟାରେ ଗ୍ରାହକମାନଙ୍କୁ ଯଥେଷ୍ଟ ସମ୍ମାନ ପ୍ରଦାନ କରାଯାଉଛି ଏବଂ ସେମାନଙ୍କ ମତାମତ ଆମ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ଆମ ଉତ୍ପାଦର ଗୁଣାତ୍ମକ ମାନରେ ଉନ୍ନତି ଆଣିବା ଲାଗି ଗ୍ରାହକ ପ୍ରଦାନ କରିଥିବା ମତାମତ ଏବଂ ଜଣାଇଥିବା ସମସ୍ୟାଗୁଡ଼ିକୁ ମୁଁ ବ୍ୟକ୍ତିଗତ ଭାବେ ଅନୁସନ୍ଧାନ କରେ । ଗ୍ରାହକମାନଙ୍କଠାରୁ ଆମେ ପାଇଥିବା ଜବରଦସ୍ତ ସମର୍ଥନ ଆମକୁ ନିରନ୍ତର ଭାବେ ନିଜକୁ ପୁନମାର୍ଜିତ କରିବା ଏବଂ ସେମାନଙ୍କ ଆଶାକୁ ଅତିକ୍ରମ କରିବା ଲାଗି ଅନୁପ୍ରାଣିତ କରିଥାଏ । ଆମର ମାର୍କେଟ୍‌ପ୍ଲେସ ଭାବେ ଆମାଜନ କାଗରିର ସହ ଆମ ହସ୍ତତନ୍ତ ଉତ୍ପାଦ ସାରା ଦେଶର ଲୋକମାନଙ୍କ ପାଖରେ ପହଂଚିପାରିଛି, ଫଳରେ ସେମାନଙ୍କୁ ଦୂରଦୂରାନ୍ତ ସ୍ଥାନକୁ ଯାତ୍ରା କରିବା କିମ୍ବା ସ୍ଥାନୀୟ ହସ୍ତତନ୍ତ ସାମଗ୍ରୀ କିିଣିବା ବେଳେ ଅଧିକ ଅର୍ଥ ଗଣିବାକୁ ପଡ଼ୁନାହିଁ । ଆମର ପ୍ରମୁଖ ଗ୍ରାହକମାନେ ବେଙ୍ଗାଲୁରୁ ଓ ପଶ୍ଚିମବଙ୍ଗରେ ରହିଛନ୍ତି ।
ପ୍ରଶ୍ନ ୫: ହସ୍ତତନ୍ତ ଉତ୍ପାଦଗୁଡ଼ିକର ସମ୍ପର୍କ ସାଧାରଣତଃ ପାରମ୍ପରିକ କଳାକୃତି ସହ ରହିଛି? ଆପଣଙ୍କ ଉତ୍ପାଦକୁ ଆପଣ କିଭଳି ସମସାମୟିକ କରୁଛନ୍ତି?
ଆମେ ପରିବର୍ତନ ସହ ପରମ୍ପରାକୁ ଗ୍ରହଣ କରୁଛୁ । ଆମର ଲକ୍ଷ୍ୟ ହେଉଛି ଆମ ଭାରତୀୟ ଐତିହ୍ୟ ଓ ସ୍ୱତନ୍ତ୍ର କଳାକୃତିକୁ ଏଭଳି ଭାବେ ଉପସ୍ଥାପନ କରିବା ଯାହା ଆଧୁନିକ ଦୁନିଆ ସହିତ ଠିକ୍ ଭାବେ ଖାପଖାଇବ । ସେହି ଲକ୍ଷ୍ୟ ହାସଲ କରିବା ଲାଗି ଆମେ ସାଂପ୍ରତିକ ଧାରା ଉପରେ ତୀକ୍ଷ୍‌ଣ ନଜର ରଖୁଛୁ ଓ ଗ୍ରାହକମାନେ କ’ଣ ଚାହୁଛନ୍ତି ସେଥିପ୍ରତି ଧ୍ୟାନ ଦେଉଛୁ । ଆମ ଗବେଷଣା ଆଧାରରେ ଆମେ ଆମ ଉତ୍ପାଦରେ ଅର୍ଥପୂର୍ଣ୍ଣ ଉନ୍ନତି ଆଣିବା ସହିତ ପରମ୍ପରା ଓ ସମସାମୟିକ ଭାବ ଭିତରେ ଉପଯୁକ୍ତ ସନ୍ତୁଳନ ହାସଲ କରିପାରିଛୁ ।

Share

Leave a Reply

Your email address will not be published. Required fields are marked *

thirteen + two =