୭୫ ବର୍ଷ ପୂର୍ତି ପାଳନ ଅବସରରେ ଭୁବନେଶ୍ୱରରେ ପହଂଚିଲା ଅଶୋକ ଲେଲ୍ୟାଣ୍ଡ୍‌ର ଡ୍ରିମ୍ ଡ୍ରାଇଭ୍‌

ଭୁବନେଶ୍ୱର: ଅଶୋକ ଲେଲ୍ୟାଣ୍ଡ୍ ଏହାର ୭୫ତମ ବାର୍ଷିକ ପାଳନ କରୁଥିବା ବେଳେ ଡ୍ରିମ୍ ଡ୍ରାଇଭ୍‌ର ଅଂଶ ସ୍ୱରୂପ କଂପାନିର ବଡା ଦୋସ୍ତ ଓ ପାର୍ଟନର ସୁପର ୯୧୪ ଗାଡ଼ି ଭୁବନେଶ୍ୱରେ ପହଂଚିଛି । କୋଲକାତାରୁ ଆସିଥିବା ଏହି ଗାଡ଼ି ବିଶାଖାପାଟଣା ଅଭିମୁଖେ ଯାତ୍ରା କରୁଛି । ହୋସୁରରେ ଥିବା କଂପାନିର ଉତ୍ପାଦନ କାରଖାନାରେ ଏହି ଡ୍ରିମ୍ ଡ୍ରାଇଭ୍ ଅଭିଯାନ ଶେଷ ହେବ ।
ଏହି ଅବସରରେ ଗାଡ଼ି ବିଜୟୱାଡ଼ା, ହାଇଦ୍ରାବାଦ, କୁର୍ନୁଲ ଓ କଡାପା ଦେଇ ଯାତ୍ରା କରିବ ।
ଡ୍ରିମ୍ ଡ୍ରାଇଭ୍‌ରେ ମୋଟ୍ ୧୦ଟି ଗାଡ଼ି ରହିଛି ଯାହା ପାଂଚଟି ଭିନ୍ନ ପଥ ଦେଇ ଦେଶର କୋଣ ଅନୁକୋଣକୁ ଯାତ୍ରା କରିବ । ବେଙ୍ଗାଲୁରୁ, ମୁମ୍ବାଇ, ଜମ୍ମୁ, କୋଲାକାତା ଓ ଦିବୃଗଡ଼ରୁ ଏହି ଡ୍ରାଇଭ୍ ଆରମ୍ଭ ହୋଇ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରିବ ଏବଂ ଅଶୋକ ଲେଲ୍ୟାଣ୍ଡ୍‌ର କାରଖାନାରେ ଶେଷ ହେବ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ବିଭିନ୍ନ କ୍ଷେତ୍ରରେ ଦେଶ ସହିତ କଂପାନିର ରହିଥିବା ସମ୍ପର୍କକୁ ପାଳନ କରିବା ।
ଏହି ଅବସରରେ ଅଶୋକ ଲେଲ୍ୟାଣ୍ଡ୍ ଏହାର ବ୍ୟାପକ ଡିଲର୍‌ସିପ୍ ନେଟ୍‌ୱର୍କ ସହ ଯୋଡ଼ି ହେବ, ମୂଲ୍ୟବାନ ଗ୍ରାହକଙ୍କୁ ଯୋଗାଯୋଗ କରିବ ଏବଂ କମର୍ସିଆଲ ଯାନ ବ୍ୟବସ୍ତାରେ ଦୀର୍ଘବର୍ଷ ଅଭିଜ୍ଞତାରୁ ଶିକ୍ଷା ଲାଭ କରିବ ।
ଏବିଷୟରେ ଅଧିକ ବିବରଣୀ ଅଶୋକ ଲେଲ୍ୟାଣ୍ଡ୍‌ର ସୋସିଆଲ ମିଡିଆ ହାଣ୍ଡେଲ୍ ଓ ୱେବସାଇଟ୍‌ରେ ଉପଲବ୍ଧ ରହିଛି ।

Share

Leave a Reply

Your email address will not be published. Required fields are marked *

seventeen − three =