ଟିପିସିଓଡିଏଲ୍ ପକ୍ଷରୁ ସ୍ଥାନୀୟ ଯୁବପିଢ଼ିଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ

-ସମସ୍ତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ସୁବିଧା (ଇପିଏଫ୍‌, ଇଏସ୍‌ଆଇସି) ପ୍ରଦାନ
-ସମସ୍ତ କର୍ମଚାରୀଙ୍କୁ ୧୫ ଲକ୍ଷ ଟଙ୍କାର ଗ୍ରୁପ୍ ବ୍ୟକ୍ତିଗତ ଦୁର୍ଘଟଣା (ଜିପିଏ) ବୀମାରେ ଅନ୍ତର୍ଭୁକ୍ତ କରାଯାଇଛି
-ପାଂଚଟି ସ୍ଥାନରେ କର୍ମଚାରୀମାନଙ୍କ ଲାଗି ପାଂଚ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯାଇଛି

ଭୁବନେଶ୍ୱର: ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଏହାର କର୍ମଚାରୀମାନଙ୍କ କଲ୍ୟାଣକୁ ସର୍ବଦା ପ୍ରାଥମିକତା ପ୍ରଦାନ କରୁଛି ଏବଂ ସଂସ୍ଥାର ଆବଶ୍ୟକତା ଓ ନିୟାମକ (ଓଇଆର୍‌ସି)ର ଅନୁମୋଦନ ଅନୁସାରେ ସ୍ଥାନୀୟ ଯୋଗ୍ୟ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଛି । ଗତ ତିନି ବର୍ଷରେ କଂପାନି ୧୮ଟି ବିଭାଗରେ ୬୩୫ ସ୍ଥାନୀୟ ଯୁବପିଢ଼ିଙ୍କୁ ନିଯୁକ୍ତି ଦେଇଛି ।
୨୦୨୦ ଜୁନ୍‌ରେ ଶୁଭାରମ୍ଭ ହେବା ପରଠାରୁ କଂପାନି ବୈଧାନିକ ନିୟମଗୁଡ଼ିକୁ ପାଳନ କରିବା, ସାମାଜିକ ସୁରକ୍ଷା, ନିରାପତା ଏବଂ ଏହାର କର୍ମଚାରୀମାନଙ୍କ କ୍ୟାରିୟରରେ ଅଭିବୃଦ୍ଧି ଲାଗି ବିଭିନ୍ନ ଅଭିଯାନ ଗ୍ରହଣ କରିଛି ।
ଇପିଏଫ୍ ଓ ଇଏସ୍‌ଆଇସି ଭଳି ସାମାଜିକ ସୁରକ୍ଷା ସ୍କିମ୍‌ରେ ସବୁ କର୍ମଚାରୀମାନଙ୍କୁ ସାମିଲ କରିବା ଲାଗି କଂପାନି ପଦକ୍ଷେପ ଗ୍ରହଣ କରିଛି । ଏହା ସହିତ ସମସ୍ତ କର୍ମଚାରୀଙ୍କୁ ୧୫ ଲକ୍ଷ ଟଙ୍କାର ଏକ ଗ୍ରୁପ୍ ବ୍ୟକ୍ତିଗତ ଦୁର୍ଘଟଣା (ଜିପିଏ) ବୀମା ପଲିସି ଓ ମହାମାରୀ ସମୟରେ କୋଭିଡ୍ ଜନିତ ମୃତ୍ୟୁ ଲାଗି ଏକ ୫ ଲକ୍ଷ ଟଙ୍କାର ଜୀବନ ବୀମା ପଲିସିରେ ଅନ୍ତର୍ଭୁକ୍ତ କରାଯାଇଛି ।
ମାନବ ସମ୍ବଳ (ଏଚ୍‌ଆର୍‌) ସମ୍ପର୍କିତ ବିଭିନ୍ନ ଅଭିଯାନ ସମ୍ପର୍କରେ ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଏମ୍ ସେନ୍‌ବାଗମ କହିଛନ୍ତି ଯେ, “ସ୍ଥାନୀୟ ଯୋଗ୍ୟ ଯୁବପିଢ଼ିଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ଟିପିସିଓଡିଏଲ୍‌ରେ ଆମେ ପ୍ରତିବଦ୍ଧ ରହିଛୁ ଏବଂ ଏକ ସୁରକ୍ଷିତ ଓ ସଶକ୍ତ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉପରେ ଆମର ବିଶ୍ୱାସ ରହିଛି । ଏକ ସଶକ୍ତ ଶ୍ରମଶକ୍ତି ସୃଷ୍ଟି କରିବା ଲାଗି ସାମାଜିକ ସୁରକ୍ଷା ବ୍ୟବସ୍ଥାର ସମ୍ପ୍ରସାରଣ ଏବଂ ଦକ୍ଷତା ବିକାଶ ଅଭିଯାନ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି ।’’
କର୍ମଚାରୀମାନଙ୍କ ଶୀକ୍ଷଣୀୟ ଭାବ ଓ ବିକାଶକୁ ସୁଦୃଢ଼ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ଏହାର ପାଂଚଟି ବିଦ୍ୟୁତ୍ ସର୍କଲ ଯଥା ଭୁବନେଶ୍ୱର, କଟକ, ପୁରୀ, ଅନୁଗୁଳ ଓ ପାରାଦୀପରେ ପାଂଚଟି ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯାଇଛି ଯାହା ଏହାର ସମସ୍ତ ଶ୍ରମଶକ୍ତି ସମେତ ବିଜନେସ୍ ଆସୋସିଏଟ୍‌ସ (ବିଏ) କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବା ଲାଗି ବର୍ଷତମାମ କାର୍ଯ୍ୟ କରୁଛି । ନୂଆ ପ୍ରଯୁକ୍ତିକୁ ଗ୍ରହଣ କରିବା ଏବଂ ନିଜ କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ଅଧିକ ଦାୟିତ୍ୱ ନେବା ନିମନ୍ତେ ଆବଶ୍ୟକ ଦକ୍ଷତା ହାସଲ କରିବାରେ କର୍ମଚାରୀମାନଙ୍କୁ ସହାୟକ ହେବା ଲାଗି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରାଯାଇଛି ।
ଟିପିସିଓଡିଏଲ୍ ପାଇଁ ଏହାର କର୍ମଚାରୀମାନଙ୍କ ସୁରକ୍ଷା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ । ବିଦ୍ୟୁତ୍ ନେଟୱର୍କରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଲାଗି ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ)କୁ କଂପାନି ସୁନିଶ୍ଚିତ କରିଛି । କଂପାନି ପକ୍ଷରୁ ସମସ୍ତ କର୍ମଚାରୀମାନଙ୍କ ଲାଗି ବ୍ୟବହାରଗତ ସୁରକ୍ଷା ତାଲିମ ଆୟୋଜନ କରାଯାଉଛି ଏବଂ ପିଟିଡବ୍ଲୁ ଗ୍ରହଣ କରିବା ଲାଗି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜ୍ୟୁରସ୍ (ଏସଓପି) କାର୍ଯ୍ୟକାରୀ କରାଯାଇଛି ଓ ଦୁର୍ଘଟଣାକୁ ଏଡ଼ାଇବା ଲାଗି ସୁରକ୍ଷିତ କର୍ମ ଜୋନ୍‌କୁ ନିଶ୍ଚିତ କରାଯାଇଛି । ସମ୍ଭାବ୍ୟ ବିପଦକୁ ଚିହ୍ନଟ କରିବା ଏବଂ ଦୂର କରିବା ଲାଗି ତୃଣମୂଳ ସ୍ତରରେ ନିୟମିତ ସୁରକ୍ଷା ଯାଂଚ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

twenty − 8 =