Friday, October 30, 2026
Business

ବିଶିଷ୍ଟ ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଦ୍ୱାରା ଗୋଦରେଜ୍ ଇଟେଂରିଓର ନୂଆ ଷ୍ଟୋର୍ ଭୁବନେଶ୍ୱରରେ ଉଦ୍‌ଘାଟିତ

ଏହି ନୂଆ ଷ୍ଟୋର ଶୁଭାରମ୍ଭ ଜରିଆରେ ଓଡ଼ିଶା ଓ ପୂର୍ବ ଭାରତରେ ନିଜ ଉପସ୍ଥିତିକୁ ସୁଦୃଢ଼ କରିଛି ଗୋଦରେଜ୍ ଇଟେଂରିଓ
ଭୁବନେଶ୍ୱର: ଗୋଦ୍‌ରେଜ୍ ଗ୍ରୁପ୍‌ର ପ୍ରମୁଖ ସଂସ୍ଥା ଗୋଦ୍‌ରେଜ୍ ଆଣ୍ଡ୍ ବୋଏସ୍‌ର ଗୃହ ଏବଂ ଅଫିସ ଫର୍ଣ୍ଣିଂଚର୍ ଶାଖା ଗୋଦ୍‌ରେଜ୍ ଇଟେଂରିଓ ପକ୍ଷରୁ ଭୁବନେଶ୍ୱରର ପଟିଆ ଛକଠାରେ ନୂଆ ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରାଯାଇଛି । ୫୫୦୦ ବର୍ଗଫୁଟ ଅଂଚଳରେ ବ୍ୟାପ୍ତ ଏହି ଷ୍ଟେଟ୍ ଅଫ୍ ଆର୍ଟ ତଥା ନବୀକୃତ ଷ୍ଟୋରକୁ ଭୁବନେଶ୍ୱରର ମେୟର ସୁଲୋଚନା ଦାସଙ୍କ ସହ ମିଶି ଓଡ଼ିଶା ସିନେମା ଜଗତର ବିଶିଷ୍ଟ ଅଭିନେତ୍ରୀ ତଥା ସମାଜସେବୀ ଅନୁ ଚୌଧୁରୀ ଉଦ୍‌ଘାଟନ କରିଛନ୍ତି । ଏହି ଫ୍ଲାଗ୍‌ସିପ୍ ଷ୍ଟୋର୍ ଓଡ଼ିଶା ଏବଂ ପୂର୍ବ ଭାରତ ବଜାରରେ ଗୋଦ୍‌ରେଜ୍ ଇଟେଂରିଓର ରିଟେଲ୍ ସ୍ଥିତିକୁ ଆହୁରି ମଜଭୁତ କରିବ ।
ଏହି ଷ୍ଟୋରରେ ବିଭିନ୍ନ ଷ୍ଟାଇଲ୍ ଓ ଫିନିସ୍ ସହ ହୋମ୍ ଫର୍ଣ୍ଣିଚର୍‌, ମାଟ୍ରେସେସ୍ ଓ ହୋମ୍ ଷ୍ଟୋରେଜ୍ ଭଳି ଗୁଣାତ୍ମକ ଉତ୍ପାଦର ସମ୍ଭାର ରହିଛି । ନୂଆ ଷ୍ଟୋରର ଶୁଭାରମ୍ଭ ସହ ଉଦ୍‌ଘାଟନୀ ଅଫର୍ ଭାବେ ପ୍ରତି କିଣା ଉପରେ ଗୋଦ୍‌ରେଜ୍ ଇଟେଂରିଓ ପକ୍ଷରୁ ନିଶ୍ଚିତ ଉପହାର ପ୍ରଦାନ କରାଯାଉଛି ।
ଏହି ଅବସରରେ ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି ଯେ, “ପଟିଆ ଛକରେ ନୂଆ ଷ୍ଟୋର୍‌ର ଶୁଭାରମ୍ଭ କରି ମୁଁ ଅତ୍ୟନ୍ତ ଉଲ୍ଲସିତ । ଘରକୁ ସଜାଇବା ଏକ ଅତ୍ୟନ୍ତ ବ୍ୟକ୍ତିଗତ ବ୍ୟାପାର କାରଣ ମୁଁ ଚାହେଁ ଫର୍ଣ୍ଣିଚର (ଆସବାବପତ୍ର) ମୋ ବ୍ୟକ୍ତିତ୍ୱର ପରିପ୍ରକାଶ କରୁ । ଭାରତୀୟ ଗୃହ ପାଇଁ ଶ୍ରେଷ୍ଠ ଉପଯୋଗୀ ଏବଂ ଆନ୍ତର୍ଜାତିକ ମାନକ ପୂରଣ କରୁଥିବା ହୋମ୍ ଫର୍ଣ୍ଣିଚର୍ ପ୍ରଦାନ କରିବା ପାଇଁ ଗୋଦରେଜ୍ ଇଟେଂରିଓ ପରିଚିତ । ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମୂଲ୍ୟରେ ଗୁଣାତ୍ମକ ଫର୍ଣ୍ଣିଚର ପ୍ରଦାନ କରିବାରେ ବିଶ୍ୱାସ ଓ ଦାୟିତ୍ୱ ପାଇଁ ସେମାନେ ଜଣାଶୁଣା ।’’
ଗୋଦରେଜ୍ ଇଟେଂରିଓର ଉପସଭାପତି ମନୋଜ ରାଠି କହିଛନ୍ତି ଯେ, “ଭୁବନେଶ୍ୱର ହେଉଛି ଏହି ଅଂଚଳର ଏକ ଆଗକୁ ବଢ଼ୁଥିବା ଅର୍ଥନୈତିକ ପେଣ୍ଠସ୍ଥଳ ଏବଂ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର । ଷ୍ଟୋର୍ ବେଶ ଚମତ୍କାର ସ୍ଥାନରେ ଥିବାରୁ ଏବଂ ଏହି ଅଂଚଳରେ ଗୋଦ୍‌ରେଜ୍ ଇଟେଂରିଓର ଦୃଢ଼ ଏବଂ ବର୍ଦ୍ଧିତ ବ୍ରାଣ୍ଡ୍ ପରିଚୟକୁ ନେଇ ଏହି ଷ୍ଟୋର୍‌ର ବାର୍ଷିକ ରାଜସ୍ୱ ୫ କୋଟି ଟଙ୍କା ଛୁଇଁବ ବୋଲି ଆମେ ଆଶା କରୁଛୁ । ଏହି ନୂଆ ଷ୍ଟୋର୍ ଖୋଲିବା ସହ ପୂର୍ବ ଭାରତରେ ନିଜର ଉପସ୍ଥିତିକୁ ଗୋଦ୍‌ରେଜ୍ ଇଟେଂରିଓ ଆହୁରି ସୁଦୃଢ଼ କରିଛି । ଦୃଢ଼ ବ୍ରାଣ୍ଡ୍ ପରିଚୟ ଯୋଗୁ ଆମେ ନିଶ୍ଚିତ ଯେ ଏହି ବ୍ରାଣ୍ଡ୍ ଗ୍ରାହକ ସଂଖ୍ୟାକୁ ଆହୁୁରି ବିସ୍ତାର କରି ଦ୍ରୁତ ଗତିରେ ଗୋଦ୍‌ରେଜ୍ ଇଟେଂରିଓ ପରିବାରରେ ଅଧିକ ପୃଷ୍ଠପୋଷକ ଯୋଡ଼ିବ ।’’
ଏହି ଅଂଚଳରେ ଥିବା ଅଭିବୃଦ୍ଧି ସମ୍ଭାବନା ସମ୍ପର୍କରେ ମନୋଜ କହିଛନ୍ତି ଯେ ଓଡ଼ିଶାରୁ ଆମ ରାଜସ୍ୱ ୪୨ କୋଟି ଟଙ୍କା ଥିବା ବେଳେ ପୂର୍ବ ଭାରତରୁ ରାଜସ୍ୱ ୨୦୪ କୋଟି ଟଙ୍କା ରହିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଆମେ ଆଉ ୧୦୦ଟି ନୂଆ ଷ୍ଟୋର ଖୋଲିବାର ଯୋଜନା ରଖିଛୁ । ଆସନ୍ତା ଦୁଇ ତିନି ବର୍ଷରେ ଆମେ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ପ୍ରବେଶ କରିବା ଉପରେ ଗୁରୁତ୍ୱ ଦେବୁ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରିଟେଲ୍ ନେଟ୍‌ୱର୍କକୁ ୧୦୦ ଷ୍ଟୋର ବଢ଼ାଇବା ଏବଂ ଡେଲିଭରିକୁ ୫୦୦୦ ପିନ୍‌କୋଡ୍ ପର୍ଯ୍ୟନ୍ତ ବଢ଼ାଇବା ସହ ଏହି ପ୍ଲାଟ୍‌ଫର୍ମରୁ ବିକ୍ରିକୁ ଦ୍ୱିଗୁଣିତ କରିବାକୁ ଆମେ ଯୋଜନା ରଖିଛୁ ।’’

Share

Leave a Reply

Your email address will not be published. Required fields are marked *

7 + nineteen =