ମହିନ୍ଦ୍ରା ପକ୍ଷରୁ ଓଡିଶାରେ ରାଇସ୍ ଟ୍ରାନ୍ସପ୍ଲାଟଂର ଓ କମ୍ବାଇନ୍ ଟ୍ରାକ୍ ହାର୍ଭେଷ୍ଟରର ଡୋର-ଷ୍ଟେପ୍ ଡେଲିଭରି ଶୁଭାରମ୍ଭ

ଚେନ୍ନାଇ: ମହିନ୍ଦ୍ରା ଗ୍ରୁପ୍‌ର ଅଂଶ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାର୍ମ ଇକ୍ୱିପ୍‌ମେଂଟ୍ ସେକ୍ଟର (ଏଫ୍‌ଇଏସ୍‌) ପକ୍ଷରୁ ଓଡିଶାରେ ଏହାର ରାଇସ୍ ଟ୍ରାନ୍ସପ୍ଲାଟଂର ଓ କମ୍ବାଇନ୍ ଟ୍ରାକ୍ ହାର୍ଭେଷ୍ଟର୍‌ର ସ୍ୱତନ୍ତ୍ର ଡୋର୍‌-ଷ୍ଟେପ୍ ଡେଲିଭରିର ଶୁଭାରମ୍ଭ କରାଯାଇଛି । କଂପାନି ପକ୍ଷରୁ ଏଥିପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି ଯାହା ମେ’ ୨୯ରୁ ଜୁନ୍ ୧୦ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଡୋର ଷ୍ଟେପ ଅଭିଯାନ ଜରିଆରେ ଆସନ୍ତା ଚାଷ ଋତୁରେ ଗ୍ରାହକମାନଙ୍କ ମେସିନ୍ ଯେଭଳି ଶୀର୍ଷ ପ୍ରଦର୍ଶନ କରିବ ତାହାକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ସର୍ଭିସ୍ ଡେଲିଭରି ଭ୍ୟାନ୍ ଜରିଆରେ ମହିନ୍ଦ୍ରାର ଡୋର୍ ଷ୍ଟେପ୍ ସେବା ଅଭିଯାନ ଆୟୋଜନ କରାଯିବ ଯାହା ଉପକରଣର ସ୍ୱାସ୍ଥ୍ୟକୁ ଅନୁଶୀଳନ କରି ସବୁ ପ୍ରକାର ସର୍ଭିସ୍ ଓ ସ୍ପେୟାର ସହାୟତା ପ୍ରଦାନ କରିବ ଓ ଜରୁରୀକାଳୀନ ଧ୍ୟାନ ଦେବାକୁ ଥିବା ସମସ୍ୟାଗୁଡ଼ିକ ବିଷୟରେ ମଧ୍ୟ ସୂଚନା ଦେବ । ଏହି ସର୍ଭିସ୍ ଅଭିଯାନରେ ମହିନ୍ଦ୍ରା ପକ୍ଷରୁ ଗ୍ରାହକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଉପକରଣ ଯଥା ଇଂଜିନ, ଟ୍ରାନ୍ସମିସନ ଆଦିକୁ ସୁଲଭ ମୂଲ୍ୟରେ ବଦଳାଇବା କିମ୍ବା ସଜାଡ଼ିବା ସୁବିଧା ବି ପ୍ରଦାନ କରାଯିବ ।
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡ୍‌ର ବରିଷ୍ଠ ଉପସଭାପତି-ଫାର୍ମ ମେସିନାରି କୈରାସ ବଖାରିଆ କହିଛନ୍ତି ଯେ, “ଭାରତରେ ସହଜରେ ଚାଷ ମେସିନ ପ୍ରଯୁକ୍ତିକୁ କାର୍ଯ୍ୟକାରୀ କରିବା ଲାଗି ଉତ୍ପାଦ ବାହାରେ ସୁଲଭ ଓ ଗ୍ରାହକଙ୍କ ନିକଟରେ ପହଂଚିପାରୁଥିବା ସେବାକୁ ଆଗକୁ ବଢ଼ାଇବା ଲାଗି ମହିନ୍ଦ୍ରାରେ ଆମେ ଲକ୍ଷ୍ୟ ରଖିଛୁ ଏବଂ ଧାନ ପାଇଁ ଏକ ପ୍ରମୁଖ ରାଜ୍ୟ ଭାବେ ପରିଗଣିତ ଓଡିଶାର ଗ୍ରାହକମାନଙ୍କୁ ଉଲ୍ଳସିତ କରିବା ଲାଗି ମହିନ୍ଦ୍ରାର ସ୍ୱତନ୍ତ୍ର ଡୋର ଷ୍ଟେପ୍ ସର୍ଭିସ୍ ଅଭିଯାନ ହେଉଛି ସେହି ଧରଣର ଏକ ପଦକ୍ଷେପ । ଗ୍ରାହକମାନଙ୍କ ଗମନାଗମନ ସମୟକୁ ହ୍ରାସ କରି ଏହି ସର୍ଭିସ୍ ଜରିଆରେ ଆମେ ଗ୍ରାହକମାନଙ୍କ ସୁବିଧା ପ୍ରଦାନ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ଚାଷ ଓ ବୁଣାବୁଣି ସମୟ ପୂର୍ବରୁ ସେମାନଙ୍କ ଉପକରଣର ପରିଚାଳାନାକୁ ସୁନିଶ୍ଚିତ କରିବାକୁ ଚାହୁଛୁ । ଆମ ସେବା ପାଇଁ ଆମେ ଉତ୍ସାହଜନକ ପ୍ରତ୍ରିକ୍ର୍ରିୟା ହାସଲ କରିଥିବା ବେଳେ ଖୁବ୍‌ଶୀଘ୍ର ଅନ୍ୟ ବଜାରଗୁଡ଼ିକରେ ମଧ୍ୟ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବୁ ।’’
ମହିନ୍ଦ୍ରାର ଡୋର୍ ଷ୍ଟେପ୍ ସର୍ଭିସ୍ ଅଭିଯାନରେ ଗ୍ରାହକମାନେ ୮୮୮୮୦୪୪୪୪୮ ଉତ୍ସର୍ଗୀକୃତ ହେଲ୍‌ପଲାଇନ୍ ନମ୍ବରକୁ କଲ୍ କରି ଆପଏଂଟ୍‌ମେଂଟ୍‌କୁ ଆଗୁଆ ବୁକିଂ କରିପାରିବେ । ଓଡିଶାରେ ଥିବା ମହିନ୍ଦ୍ରାର ସ୍ୱୀକୃତିପ୍ରାପ୍ତ ଡିଲର ଓ ୱାର୍କସପ୍ ଜରିଆରେ ମଧ୍ୟ ଶ୍ରେଷ୍ଠ ମାନର ସେବା ପ୍ରଦାନ କରାଯିବ ଏବଂ ମେସିନର ବ୍ୟବହାର, ସୁରକ୍ଷା ବ୍ୟବସ୍ଥା ଓ ରକ୍ଷଣାବେକ୍ଷଣକୁ ନେଇ ସଚେତନତା ସୃଷ୍ଟି କରାଯିବ ।
ମଧ୍ୟପ୍ରଦେଶର ପିତମପୁରରେ ମହିନ୍ଦ୍ରା ପକ୍ଷରୁ ମେଡ୍ ଇନ୍ ଇଣ୍ଡିଆ ସ୍ୱତନ୍ତ୍ର ଫାର୍ମ ମେସିନ କାରଖାନା ସ୍ଥାପନ କରାଯାଇଛି ଯେଉଁଥିରେ କମ୍ବାଇନ୍ ଟ୍ରାକ୍ ହାର୍ଭେଷ୍ଟର ଓ ମହିନ୍ଦ୍ରାର ବିଭିନ୍ନ ପ୍ରକାର ରାଇସ୍ ଟ୍ରାନ୍ସପ୍ଲାଂଟରକୁ ଉତ୍ପାଦନ କରାଯାଉଛି । ମିତସୁବିଶି ମହିନ୍ଦ୍ରା ଏଗ୍ରିକଲଚର ମେସିନ୍‌, ଜାପାନ ଓ ମହିନ୍ଦ୍ରାର ଉତ୍କର୍ଷ କେନ୍ଦ୍ରର ପ୍ରଯୁକ୍ତିକୁ ବ୍ୟବହାର କରି ଏହି ମେସିନ୍‌ଗୁଡ଼ିକୁ ଉତ୍ପାଦନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

two × 4 =