ଉନ୍ନତ ଶକ୍ତି ପରିଚାଳନା ପାଇଁ ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଫ୍ରାନ୍ସର ମେଟ୍ରନ୍ କଂପାନି ସହ ଏମ୍‌ଓୟୁ ସ୍ୱାକ୍ଷର

ଶକ୍ତି ଦକ୍ଷତା ସହ କାର୍ବନ ଫୁଟ୍‌ପ୍ରିଂଟ୍‌କୁ ହ୍ରାସ ଲକ୍ଷ୍ୟ
ଭୁବନେଶ୍ୱର: ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ଫ୍ରାନ୍ସର କ୍ଲିନ୍‌ଟେକ୍ କଂପାନି ତଥା କ୍ଲାଉଡ୍‌-ଭିତିକ ଶକ୍ତି ପରିଚାଳନା ସମାଧାନ ପ୍ରଦାନ କରୁଥିବା ଅଗ୍ରଣୀ ସଂସ୍ଥା ମେଟ୍ରନ୍ ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି । ଓଡ଼ିଶାର କଟକ ଜିଲ୍ଲା ଆଠଗଡ଼ ସ୍ଥିତ କଂପାନିର ଫେରୋ ଆଲଏଜ୍ କାରଖାନା ପାଇଁ ଏକ ଉନ୍ନତ ଶକ୍ତି ପରିଚାଳନା ଓ ଉନ୍ନତୀକରଣ ପ୍ଲାଟଫର୍ମ ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ କରିବା ହେଉଛି ଏହି ସହଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ।

ବୁଝାମଣା ଅନୁସାରେ ମେଟ୍ରନ୍ ପକ୍ଷରୁ ବିକଶିତ କରାଯାଇଥିବା ସଫ୍ଟୱେର ଟାଟା ଷ୍ଟିଲ୍ ମାଇନିଂକୁ ଏହାର କାରଖାନା ୟୁଟିଲିଟିଗୁଡ଼ିକରେ କାର୍ବନ ଫୁଟ୍‌ପ୍ରିଂଟ୍‌କୁ ହ୍ରାସ କରିବା ସହ ଶକ୍ତି ଉପଯୋଗିତାର ରିୟଲ ଟାଇମ୍ ନିରୀକ୍ଷଣ, ଅନୁଧ୍ୟାନ ଓ ଉନ୍ନତୀକରଣ କରିବା ପାଇଁ କଂପାନିକୁ ସକ୍ଷମ କରିବ । ଶକ୍ତିର ଡିଜିଟାଲ୍‌କରଣ, ଅଂଚଳଗୁଡ଼ିକର ଡିକାର୍ବନାଇଜେସନ, ଶକ୍ତି ଉପଯୋଗିତାରେ ଉନ୍ନତି, ଖର୍ଚ୍ଚ ହ୍ରାସ ଓ ସାମଗ୍ରିକ ପରିଚାଳନା ଦକ୍ଷତାରେ ଉନ୍ନତି ଆଣିବାରେ ଏହା କଂପାନି ପାଇଁ ସହାୟକ ହେବ ।

ଏହି କ୍ଲାଉଡ୍ ଭିତିକ ଶକ୍ତି ପରିଚାଳନା ଓ ଉନ୍ନତୀକରଣ ପ୍ଲାଟଫର୍ମ କାରଖାନାରେ ବ୍ୟବହାର ହେଉଥିବା ଶକ୍ତିକୁ ରିୟଲ ଟାଇମ୍ ଭିଜିବିଲିିଟୀ ସୁବିଧା ପ୍ରଦାନ କରିବ ଯଦ୍ୱାରା ଉନ୍ନତି ଆବଶ୍ୟକ ହେଉଥିବା ସ୍ଥାନଗୁଡ଼ିକୁ ଟାଟା ଷ୍ଟିଲ୍ ମାଇନିଂ ଚିହ୍ନଟ କରିପାରିବ ଏବଂ ଶକ୍ତି ଉପଯୋଗିତାରେ ଉନ୍ନତି ଆଣିବା ଲାଗି ତଥ୍ୟ ଆଧାରରେ ନିଷ୍ପତି ଗ୍ରହଣ କରିପାରିବ । ଏହି ପ୍ଲାଟଫର୍ମ ଉନ୍ନତ ଆନାଲିଟିକ୍ସ ଓ ଆର୍ଟିଫିସିଆଲ୍ ଇଟେଂଲିଜେନ୍ସକୁ ବ୍ୟବହାର କରି ଆକଳନକାରୀ ତଥ୍ୟ ଓ ପରାମର୍ଶ ପ୍ରଦାନ କରିବ ଫଳରେ ଶକ୍ତି ଉପଯୋଗିତାକୁ କମ୍ କରିବା ଏବଂ କାର୍ବନ ଫୁଟ୍‌ପ୍ରିଂଟ୍‌କୁ ହ୍ରାସ କରିବା ଲାଗି ଏହା କଂପାନିକୁ ସକ୍ଷମ କରିପାରିବ ।

ଟାଟା ଷ୍ଟିଲ୍ ମାଇନିଂର ପରିଚାଳନା ନିର୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ଶକ୍ତି ଦକ୍ଷତା ଓ ନିମ୍ନ କାର୍ବନ ଫୁଟ୍‌ପ୍ରିଂଟ୍ ପ୍ରତି ଆମ ପ୍ରତିବଦ୍ଧତାକୁ ମେଟ୍ରନ ସହ ଏହି ସହଯୋଗିତା ପ୍ରତିଫଳିତ କରୁଛି । ଆଠଗଡ଼ରେ ଥିବା ଆମ ଫେରୋ ଆଲଏଜ୍ କାରଖାନାରେ ସେମାନଙ୍କ ଉନ୍ନତ ଶକ୍ତି ପରିଚାଳନା ଓ ଉନ୍ନତୀକରଣ ପ୍ଲାଟଫର୍ମକୁ ବ୍ୟବହାର କରିବା ପାଇଁ ଆମେ ବେଶ ଉତ୍ସାହିତ । ଶକ୍ତି ଉପଯୋଗିତାରେ ହ୍ରାସ, ପରିଚାଳନା ଦକ୍ଷତା ଓ ଉତ୍ପାଦକତା ଉନ୍ନତିରେ ଏହି ପ୍ଲାଟଫର୍ମ ସହାୟକ ହେବ ବୋଲି ଆମେ ଆଶା କରୁଛୁ ।’’

ସୂଚନାଯୋଗ୍ୟ, ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଏହାର ଫେରୋକ୍ରୋମ୍ ୟୁନିଟ୍ ଓ ଖଣି ଗୁଡ଼ିକରେ ଏକ ଡିଜିଟାଲ୍ ଡ୍ୟାସ୍‌ବୋର୍ଡ ଜରିଆରେ ଏହାର ଜଳ ଉପଯୋଗିତାର ଡିଜିଟାଲ୍‌କରଣ ପାଇଁ ପୂର୍ବରୁ ଫ୍ଲକ୍ସଜେନ୍ ସଷ୍ଟେନେବଲ୍ ଟେକ୍ନୋଲୋଜିସ୍ ସହିତ ବୁଝାମଣା ସ୍ୱାକ୍ଷର କରାଯାଇଛି ।

Share

Leave a Reply

Your email address will not be published. Required fields are marked *

two + seventeen =