ୟୁନିକମର୍ସ ଇସଲୁୃସନ୍ସ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଇ-କମର୍ସ କଂପାନି ୟୁନିକମର୍ସନ ଇସଲ୍ୟୁସନ୍ସ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
୨୦୨୧-୨୨ ଆର୍ଥିକ ବର୍ଷରେ ଶ୍ରେଷ୍ଠ ପାଂଚ ସାସ୍ ପ୍ଲାଟ୍‌ଫର୍ମ ମଧ୍ୟରେ ୟୁନିକମର୍ସ ଏକମାତ୍ର ଲାଭଦାୟକ କଂପାନି ଥିଲା । ୨୦୧୨ରେ ସ୍ଥାପନ ହୋଇଥିବା ଏହି କଂପାନିର ଟିକସ ପରବର୍ତୀ ଲାଭ ୨୦୨୦-୨୧ ପରଠାରୁ ସକାରାତ୍ମକ ସ୍ତରରେ ରହିଛି । ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ଯଥାକ୍ରମେ ୪୭.୫୫ ପ୍ରତିଶତ ଓ ୫୨.୫୬ ପ୍ରତିଶତ ରାଜସ୍ୱ ଅଭିବୃଦ୍ଧି ସହିତ କଂପାନି ଏହାର ଲାଭ ଓ ଅଭିବୃଦ୍ଧି ଧାରା ବଜାୟ ରଖିଛି । ୨୦୨୩ ସେପ୍ଟେମ୍ବର ସୁଦ୍ଧା ଶେଷ ତ୍ରୈମାସିକରେ କଂପାନିର ବାର୍ଷିକ ରିକରିଂ ରାଜସ୍ୱ ପରିମାଣ ୧୦୩.୭୪ କୋଟି ଟଙ୍କା ଥିଲା ।
କଂପାନିର ଅଫର ଫର୍ ସେଲ୍‌ରେ ଅଂଶଧନକାରୀମାନେ ୨,୯୮,୪୦,୪୮୬ ଇକ୍ୱିଟି ସେୟାର ବିକ୍ରି କରିବେ । ଏସ୍‌ଭେକ୍ଟର ଲିମିଟେଡ୍ ପକ୍ଷରୁ ୧,୧୪,୫୯,୮୪୦ ଇକ୍ୱିଟି ସେୟାର, ବି୨ କ୍ୟାପିଟାଲ୍ ପାର୍ଟନର୍ସ ପକ୍ଷରୁ ୨୨,୧୦,୪୦୬ ଇକ୍ୱିଟି ସେୟାର ଏବଂ ଏସ୍‌ବି ଇନଭେଷ୍ଟମେଂଟ୍ ହୋଲ୍‌ଡିଂସ୍ ଲିମିଟେଡ୍ ପକ୍ଷରୁ ୧,୬୧,୭୦,୨୪୦ ଇକ୍ୱିଟି ସେୟାର ବିକ୍ରି କରାଯିବ ।
ନିକଟରେ ଆଙ୍କରେଜ୍ କ୍ୟାପିଟାଲ୍ ଫଣ୍ଡ୍‌, ମାଧୁରୀ ମଧୁସୂଦନ କେଲା, ରିଜୱାନ କୋଟ୍‌ଲା ଓ ଜଗଦୀଶ ମୋରଜାନି, ଦିଲ୍ଲୀପ ଭେଲୋଡିଙ୍କ ଭଳି ବିଶିଷ୍ଟ ନିବେଶକ କଂପାନିର ସେୟାର ହାସଲ କରିଥିଲେ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ସିଏଲ୍‌ଏସ୍‌ଏ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ।
ଭାରତରେ ୟୁନିକମର୍ସର ପ୍ରମୁଖ ନିବେଶକମାନଙ୍କ ମଧ୍ୟରେ ରହିଛନ୍ତି ଲେନ୍‌ଓକାର୍ଟ, ଫ୍ୟାବଇଣ୍ଡିଆ, ଜିଭାମି, ଟିସିଏନ୍‌ଏସ୍‌, ମାମାଆର୍ଥ, ଇମାମି, ସୁଗାର, ବୋଟ୍‌, ପୋଟ୍ରୋନିକ୍ସ, ଫାର୍ମଇଜି, ଜିଏନ୍‌ସି, ସେଲୋ, ଅର୍ବାନ କଂପାନି, ମେନ୍‌ସା, ଜିଓଏଟି, ସିପ୍‌ରକେଟ୍‌, ଏକ୍ସପ୍ରେସ୍‌ବିଜ୍ ପ୍ରମୁଖ ।
୨୦୩୦ ସୁଦ୍ଧା ଶେଷ ତ୍ରୈମସିକରେ କଂପାନି ୭୪୩ କ୍ଲାଏଂଟ୍ ସଂସ୍ଥା ଏବଂ ୨୮୩୦ କ୍ଷୁଦ୍ର ମଧ୍ୟମ ବ୍ୟବସାୟ (ଏସଏମବି)ର ୭୬୮.୮୨ ନିୟୁତ ବରାଦ ପରିଚାଳନା କରିଛି । କଂପାନି ଭାରତୀୟ ଇ-କମର୍ସର ପାଖାପାଖି ୨୦-୨୫ ବରାଦର ପ୍ରକ୍ରିୟାକରଣ କରୁଛି ।

Share

Leave a Reply

Your email address will not be published. Required fields are marked *

seven + seven =