ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଏକ୍‌ଜିକ୍ୟୁଟିଭ୍ ଏମ୍‌ବିଏ ପାଇଁ ସିଇଓ ଇମର୍ସନ କାର୍ଯ୍ୟକ୍ରମ ଆୟୋଜିତ

ସମ୍ବଲପୁର: ଭାରତର ଅନ୍ୟତମ ପ୍ରମୁଖ ମ୍ୟାନେଜମେଂଟ୍ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସରେ ୨୦୨୨-୨୪ ଓ ୨୦୨୩-୨୫ ବ୍ୟାଚ୍‌ର ଏକ୍‌ଜିକ୍ୟୁଟିଭ୍ ଏମ୍‌ବିଏ ପାଇଁ ସିଇଓ ଇମର୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଅଭିଜ୍ଞ ପେସାଦାରମାନଙ୍କ ସହ ସିଧାସଳଖ କଥାବାର୍ତା ମାଧ୍ୟମରେ ଏହି ବ୍ୟାଚ୍‌କୁ ବ୍ୟବହାରିକ ଜ୍ଞାନ, ଶିଳ୍ପ ଧାରା ଏବଂ ନେତୃତ୍ୱ ଦକ୍ଷତା ବିଷୟରେ ଅବଗତ କରିବା । ଏହି କାର୍ଯ୍ୟକ୍ରମରେ ୭୭ ଜଣ କର୍ମଜୀବୀ ପେସାଦାର (ୱାର୍କିଂ ପ୍ରଫେସନାଲ୍‌) ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଭାରତ ସରକାରଙ୍କ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିର ଯୁଗ୍ମ ସଚିବ ଡ. ଆଲୋକ କୁମାର ମିଶ୍ର ଏକ୍‌ଜିକ୍ୟୁଟିଭ୍ ଶିକ୍ଷାର ଉଦୀୟମାନ ଦୃଶପଟ୍ଟ ସମ୍ପର୍କରେ ଆଲୋକପାତ କରିଥିଲେ ।
ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ସ୍ୱାଗତ ଭାଷଣ ଦେଇ କହିଛନ୍ତି ଯେ, “ଏକ୍‌ଜିକ୍ୟୁଟିଭ୍ ଏମ୍‌ବିଏ ବ୍ୟାଚ୍ ପାଇଁ ଏକ ସାମଗ୍ରିକ ଶିକ୍ଷାର ବାତାବରଣ ସୃଷ୍ଟି କରିବା ଲାଗି ଆଇଆଇଏମ୍ ସମ୍ବଲପୁରର ରହିଥିବା ପ୍ରତିଶ୍ରୁତିବଦ୍ଧତାର ଏକ ଅବିଚ୍ଛେଦ୍ୟ ଅଂଶ ହେଉଛି ସିଇଓ ଇମର୍ସନ କାର୍ଯ୍ୟକ୍ରମ । ଜଣେ ସିଇଓ ତଥା ଲିଡରଙ୍କ ପାଇଁ ଦରକାର ଅତ୍ୟାବଶ୍ୟକ ଗୁଣର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ଜଣେ ଭଲ ଲିଡର ହେବା ପାଇଁ ବିପଦ ପରିଚାଳନା ଜାଣିବା, ଭାବନାତ୍ମକ ବୁଦ୍ଧିମତା, ଆତ୍ମସଚେତନତା ଏବଂ ସାମାଜିକ ଦକ୍ଷତାର ମିଶ୍ରଣ ଆବଶ୍ୟକ । ପ୍ରଫେସର ଜୟସ୍ୱାଲ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ଉଦାହରଣ ଦେଇ କହିଥିଲେ ଯେ ଆତ୍ମନିୟନ୍ତ୍ରଣ ହେଉଛି ନିହାତି ଜରୁରୀ ଏବଂ ଛାତ୍ରଛାତ୍ରୀମାନେ ଏହି ଗୁଣ ବିକାଶ ପାଇଁ ପ୍ରୟାସ କରିବା ଉଚିତ ।’’
କାର୍ଯ୍ୟକ୍ରମରେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ସଭାପତି ତଥା କ୍ଲଷ୍ଟର ମୁଖ୍ୟ କୈଳାସ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଫଳ ବ୍ୟବସାୟିକ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଉପାଦାନ ସମ୍ପର୍କରେ ଆଲୋକପାତ କରିବା ସହ ରଣନୀତି, ଢାଂଚା, ବ୍ୟବସ୍ଥା ଏବଂ ଦକ୍ଷତା ସମେତ “୪ଏସ୍‌’ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ବର୍ତମାନ ବ୍ୟବସାୟ ପରିଚାଳନା ଏବଂ ଗ୍ରାହକଙ୍କୁ ପରିଚାଳନା କରିବା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ସେଥିରେ କର୍ମଚାରୀ ଏବଂ ଦଳଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିବା ।’’
ସମ୍ମାନିତ ଅତିଥି ତଥା ଡାଲମିଆ ସିମେଂଟ୍ ଭାରତ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ୟୁନିଟ୍ ମୁଖ୍ୟ ଚେତନ ଶ୍ରୀବାସ୍ତବ ଦଳଗତ କାର୍ଯ୍ୟର ମହତ୍ୱ ସମ୍ପର୍କରେ ଆଲୋକପାତ କରି କହିଲେ, ଆଧୁନିକ କର୍ମକ୍ଷେତ୍ରର ଜଟିଳତାକୁ ଦୂର କରିବା ପାଇଁ ବୁଝାମଣା ଓ ଭାବନାତ୍ମକ ପରିପକ୍ୱତା ରହିବା ଜରୁରୀ । ଏହି ଗୁଣଗୁଡିକ କେବଳ ବଂଚିବା ପାଇଁ ନୁହେଁ ବରଂ ଏକ ଗତିଶୀଳ ପରିବେଶରେ ଉତ୍କର୍ଷ ହାସଲ କରିବା ପାଇଁ ଜରୁରୀ ଅଟେ ଯାହା ଶେଷରେ ଉତ୍କୃଷ୍ଟ ଫଳାଫଳ ପ୍ରଦାନ କରିବ ବୋଲି ସେ କହିଛନ୍ତି ।
ଆଇଆଇଏମ୍ ସମ୍ବଲପୁରର ଏକ୍‌ଜିକ୍ୟୁଟିଭ୍ ଏମ୍‌ବିଏ ଅଧ୍ୟକ୍ଷା ପ୍ରଫେସର ଶିଖା ଭରଦ୍ୱାଜ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଆଇଏମ୍ ସମ୍ବଲପୁର ଦିଲ୍ଲୀ କ୍ୟାମ୍ପସରେ କାର୍ଯ୍ୟରତ ପ୍ରଫେସନାଲ ଛାତ୍ରୀ ଡ. ଆଇଆଇଏମ ସମ୍ବଲପୁର ଦିଲ୍ଲୀ କ୍ୟାମ୍ପସର ୱାର୍କିଂ ପ୍ରଫେସନାଲ ଡ. ଗିରିଶ ମୋହନ ଗୁପ୍ତାଙ୍କ ପତ୍ନୀ ଦିଲ୍ଲୀର ଶ୍ରୀମତୀ ଶାରଦା ଗୁପ୍ତାଙ୍କ ସମେତ ଆର୍ôଥକ ଅନଗ୍ରସର ପୃଷ୍ଠଭୂମିର ମନୋନୀତ ମେଧାବୀ ଏମ୍‌ବିଏ ଛାତ୍ରୀ ଆରୁଷି ଶ୍ରୀବାସ୍ତବ, ସପକଳ ଗୌରୀ ଗଣେଶ, ହିମାନ୍ସି ସୋନି ଓ ଉଜାଲା ସିଂହଙ୍କୁ ଶିକ୍ଷାରେ ଉତ୍କର୍ଷ ପାଇଁ ଏକ ଲକ୍ଷ ଟଙ୍କାର ବୃତି ପ୍ରଦାନ କରାଯାଇଥିଲା ।
ସୂଚନାଯୋଗ୍ୟ, ନିକଟରେ ଆଇଆଇଏମ୍ ସମ୍ବଲପୁରର ଦିଲ୍ଲୀ ସେଂଟରରେ ଏମବିଏ ଫର୍ ୱାର୍କିଂ ପ୍ରଫେସନାଲଙ୍କ ସିଇଓ ଇମର୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

4 × 1 =