Business

ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ସ୍ୱିଫ୍ଟ ଇଣ୍ଡିଆ ସହଯୋଗିତାରେ ଇ-ବ୍ୟାଙ୍କ୍ ଗ୍ୟାରେଂଟି ସମାଧାନର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସର୍ବବୃହତ ଘରୋଇ କ୍ଷେତ୍ରର ବ୍ୟାଙ୍କ୍ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ବ୍ୟାଙ୍କିଙ୍ଗ ଶିଳ୍ପର ପ୍ରଥମ ଇ-ବ୍ୟାଙ୍କ୍ ଗ୍ୟାରେଂଟି (ଇ-ବିଜି) ସମାଧାନର ଶୁଭାରମ୍ଭ କରାଯାଇଛି । ସ୍ୱିଫ୍‌ଟ ଇଣ୍ଡିଆ ସହଯୋଗିତରେ ଦେଶର ପ୍ରଥମ ବ୍ୟାଙ୍କ୍ ଭାବେ ଆକ୍ସିସ୍ ବ୍ୟାଙ୍କ୍ ସମ୍ପୂର୍ଣ୍ଣ ଡିଜିଟାଲ୍ ବ୍ୟାଙ୍କ ଗ୍ୟାରେଂଟିକୁ ପ୍ରସ୍ତୁତ, ବିକାଶ ଓ ପ୍ରଦାନ କରିଛି ଏବଂ ଏହି ସମାଧାନରେ ପ୍ରଥମ କର୍ପୋରେଟ୍ ଭାବେ ଗେଲ୍ ଲାଇଭ୍ ହୋଇଛି ।
ଇ-ବିଜି ସମାଧାନରେ ବିନା କାଗଜପତ୍ରରେ ସମ୍ପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମରେ ବ୍ୟାଙ୍କ୍ ଗ୍ୟାରେଂଟି ସ୍ୱୟଂକ୍ରିୟ ଜାରି ହେବା ସହ ବିଶ୍ୱସ୍ତରୀୟ ଆଇଏସ୍‌ଓ ମାନକ ଅନୁସାରେ ଉଭୟ ଇ-ଷ୍ଟାମ୍ପଡ୍ ଓ ପ୍ରତ୍ୟକ୍ଷ ଷ୍ଟାମ୍ପଡ୍ ଗ୍ୟାରେଂଟି ଭାବେ କାର୍ଯ୍ୟ କରିବ । ଇ-ବିଜି ସମାଧାନ ହେଉଛି ଆରମ୍ଭରୁ ଶେଷ ପର୍ଯ୍ୟନ୍ତର ଏକ ବ୍ୟାଙ୍କ୍ ଗ୍ୟାରେଂଟି ଯାତ୍ରା ଯେଉଁଥିରେ ସାମିଲ ରହିଛି ଜାରି କରିବା, ପରାମର୍ଶ, ସଂଶୋଧନ ଏବଂ ଲାଗୁ କରିବା ଭଳି ସୁବିଧା ଯାହା ଜରିଆରେ ସୁରକ୍ଷିତ, ସ୍ୱ୍‌ଛ ଓ ନିରବଚ୍ଛିନ୍ନ କାରବାର ହୋଇପାରିବ । ସୁରକ୍ଷିତ ସ୍ୱିଫ୍ଟ ଇଣ୍ଡିଆର ନେଟ୍‌ୱର୍କ ଓ ହିତାଧିକାରୀଙ୍କ ଇଆରପିରେ ତାହା ନିରବଚ୍ଛିନ୍ନ ଭାବେ ହସ୍ତାନ୍ତର ହୋଇପାରିବ ।
ଆକ୍ସିସ୍ ବ୍ୟାଙ୍କର ସଭାପତି ଓ ମୁଖ୍ୟ-ହୋଲ୍‌ସେଲ୍ ବ୍ୟାଙ୍କିଙ୍ଗ ପ୍ରଡକ୍ଟ ଶ୍ରୀ ବିବେକ ଗୁପ୍ତା କହିଛନ୍ତି ଯେ, “ଡିଜିଟାଇଜେସନ୍ ମୂଲ୍ୟ ଶୃଙ୍ଖଳାରେ ଦୃଢତ଼ାକୁ ଆଗକୁ ବଢ଼ାଏ ବୋଲି ଆମର ବିଶ୍ୱାସ ଥିବା ବେଳେ ଡିଜିଟାଲ୍ ଅଭିଯାନର ନେତୃତ୍ୱ ନେବାରେ ଆକ୍ସିସ୍ ବ୍ୟାଙ୍କ ସର୍ବଦା ଆଗରେ ରହିଛି । ସ୍ୱିଫ୍‌ଟ ଇଣ୍ଡିଆ ନେଟ୍‌ୱର୍କକୁ ବ୍ୟବହାର କରି ଗେଲ୍ ଇଣ୍ଡିଆ ପାଇଁ ଘରୋଇ ବ୍ୟାଙ୍କ ଗ୍ୟାରେଂଟିର ଇ-ଆଡଭାଇଜିଂ କରିବା ସହିତ ଆମେ ଟ୍ରାଞ୍ଜାକ୍ସନ କାରବାରର ଡିଜିଟାଲ୍‌କରଣରେ ଆଗରେ ରହିଛୁ । ଗ୍ରାହକ ଅନୁଭୂତିର ସରଳୀକରଣ ଲାଗି ଆମେ ସର୍ବଦା ଉଦ୍ୟମ କରୁଛୁ ଏବଂ ଏହି ଡିଜିଟାଇଜେସନ ଯାତ୍ରାରେ ଗେଲ୍ (ଇଣ୍ଡିଆ) ଲିମିଟେଡ୍ ସହିତ କାମ କରିବା ଆମକୁ ଖୁସି ପ୍ରଦାନ କରିଥିଲା । ବ୍ୟାଙ୍କ ଗ୍ୟାରେଂଟିକୁ ନିରବଚ୍ଛିନ୍ନ ଭାବେ ଟ୍ରାକ୍ ଓ ଠାବ କରିବା, କାରବାର ସମୟ ଓ ଠକେଇ ଆଶଙ୍କା ହ୍ରାସ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟର ଏହା ସମାଧାନ କରିବ ।’’
ସ୍ୱିଫ୍ଟ ଇଣ୍ଡିଆର ସିଇଓ ଶ୍ରୀ କୀରଣ ସେଟ୍ଟି କହିଛନ୍ତି ଯେ, “ସ୍ୱିଫଟ ଇଣ୍ଡିଆର ମେସେଜିଂ ଚ୍ୟାନେଲ୍‌କୁ ଗେଲ୍ ସହ ବ୍ୟବହାର କରି ବ୍ୟାଙ୍କ ଗ୍ୟାରେଂଟିକୁ ଡିଜିଟାଇଜ୍ କରିବାର ଉଦ୍ୟମ ପାଇଁ ଆକ୍ସିସ୍ ବ୍ୟାଙ୍କକୁ ଆମେ ଅଭିନନ୍ଦନ ଜଣାଉଛୁ । ଜଟିଳ କାଗଜପତ୍ର କାମକୁ ଦୂର କରିବା ସହିତ ଇସ୍ୟୁ, ସଂଶୋଧନ, ଲାଗୁ ଏବଂ ବ୍ୟାଙ୍କ ଗ୍ୟାରେଂଟି ଜାରି କରିବା ସମେତ ବ୍ୟାଙ୍କ ଗ୍ୟାରେଂଟିର ଜୀବନଚକ୍ରରେ ନିରବଚ୍ଛିନ୍ନ ପରିଚାଳନାକୁ ସୁନିଶ୍ଚିତ କରି ବିଶ୍ୱ ସହିତ ଭାରତର କାଗଜବିହୀନ ଟ୍ରେଡ୍ ଫାଇନାନ୍ସ ଦିଗରେ ଏସ୍‌ଟିପି ଯାତ୍ରାକୁ ବଢ଼ାଇବା ପାଇଁ ଆକ୍ସିସ୍ ବ୍ୟାଙ୍କ ଓ ଗେଲ୍ ସହିତ କାର୍ଯ୍ୟ କରୁଥିବାରୁ ଆମେ ଉତ୍ସାହିତ । ଏହି ନୂଆ ସମାଧାନ ସହିତ ବିଶ୍ୱସ୍ତରରେ ପ୍ରତିଷ୍ଠିତ ଟ୍ରେଡ୍ ଆଇଏସ୍‌ଓ ମାନକୁ ବ୍ୟବହାର କରି ଆକ୍ସିିସ୍ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ସେବା ପ୍ରଦାନ କରି କାରବାର ସମୟରେ ଉଲ୍ଲେଖନୀୟ ହ୍ରାସ କରିବ । ଆକ୍ସିସ୍ ବ୍ୟାଙ୍କ ଓ ଗେଲ୍ ପକ୍ଷରୁ ମୂଳଦୁଆ ସ୍ଥାପନ କରାଯାଇଥିବା ବେଳେ ଆମେ ଏକ ଡିଜିଟାଲ,୍ ସୁରକ୍ଷିତ ଓ ବାଧାହୀନ ମେସେଜିଂ ସମାଧାନ ପାଇଁ ବ୍ୟବସ୍ଥା ସୃଷ୍ଟି କରିବା ଓ ଆର୍ଥିକ ଅନୁଷ୍ଠାନ ଓ କର୍ପୋରେଟମାନଙ୍କ ଟ୍ରେଡ୍ ଡିଜିଟାଇଜେସନ୍ ଲକ୍ଷ୍ୟ ହାସଲରେ ସହାୟତା ପ୍ରଦାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।’’

Share

Leave a Reply

Your email address will not be published. Required fields are marked *

nineteen − seven =