ଆଇସିଆଇସିଆଇ ବ୍ୟାଙ୍କ୍ ପକ୍ଷରୁ କ୍ୟୁଆର୍ କୋଡ୍ ସ୍କାନ୍ ଦ୍ୱାରା ୟୁପିଆଇ ପେମେଂଟ୍ ପାଇଁ ଇଏମ୍‌ଆଇ ସୁବିଧାର ଶୁଭାରମ୍ଭ

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ୍ ପକ୍ଷରୁ କ୍ୟୁଆର୍ କୋଡ୍ ସ୍କାନ୍ ଦ୍ୱାରା ୟୁପିଆଇ ପେମେଂଟ୍‌ରେ ସହଜ ଇଏମ୍‌ଆଇ ସୁବିଧାର ଶୁଭାରମ୍ଭ କରାଯାଇଛି । ପେଲେଟର ପାଇଁ ଯୋଗ୍ୟ ବିବେଚିତ ଗ୍ରାହକମାନେ ବ୍ୟାଙ୍କ୍‌ର “ବାଏ ନାଓ, ପେଲେଟର’ ସେବାକୁ ତତ୍କାଳ, ସହଜରେ ଏବଂ ନିରବଚ୍ଛିନ୍ନ ଭାବେ ଇଏମ୍‌ଆଇ ସୁବିଧା ହାସଲ କରିପାରିବେ । ଏହି ପ୍ରଥମ ଧରଣର ସୁବିଧା ବ୍ୟାଙ୍କ୍‌ର ଲକ୍ଷାଧିକ ଗ୍ରାହକଙ୍କ ପାଇଁ ସୁଲଭତାରେ ଉନ୍ନତି ଆଣିବ କାରଣ ସେମାନେ ବ୍ୟବସାୟୀଙ୍କ ଷ୍ଟୋର୍‌ରେ ଥିବା କ୍ୟୁଆର୍ କୋଡ୍‌କୁ ସ୍କାନ୍ କରି ତୁରନ୍ତ ଉତ୍ପାଦ କିମ୍ବା ସେବା କିଣିପାରିବେ ଓ ଇଏମ୍‌ଆଇରେ ପେମେଂଟ୍ କରିପାରିବେ ।
ଇଲେକ୍ଟ୍ରୋନିକ୍ସ୍‌, ଗ୍ରୋସରି, ଫେସନ୍ ପୋଷାକ, ଗମନାଗମନ ଓ ହୋଟେଲ୍ ବୁକିଂ ଭଳି ବିଭିନ୍ନ ପ୍ରକାର ବର୍ଗରେ ଏହି ସୁବିଧା ହାସଲ କରିପାରିବେ । ଗ୍ରାହକମାନେ ୧୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ ତିନି, ଛଅ ଓ ୯ ମାସ ଅବଧିରେ ସହଜ କିସ୍ତି ଦେଇପାରିବେ । ପେଲେଟର ପାଇଁ ଇଏମ୍‌ଆଇ ସୁବିଧାକୁ ଖୁବ୍‌ଶୀଘ୍ର ଅନ୍‌ଲାଇନ୍ ସପିଙ୍ଗ୍ ପାଇଁ ପ୍ରଦାନ କରାଯିବ ।
ନୂଆ ସୁବିଧା ବିଷୟରେ ଆଇସିଆଇସିଆଇ ବ୍ୟାଙ୍କ୍‌ର ଡିଜିଟାଲ୍ ଚ୍ୟାନେଲ୍ ଓ ପାର୍ଟନରସିପ୍ ମୁଖ୍ୟ ଶ୍ରୀ ବିଜିତ ଭାସ୍କର କହିଛନ୍ତି ଯେ, “ଆମ ଗ୍ରାହକମାନଙ୍କ ସୁବିଧାରେ ଉନ୍ନତି ଆଣିବା ଲାଗି ଉତ୍ପାଦ ଓ ସେବା ଶୁଭାରମ୍ଭ କରିବା ଏବଂ ସେମାନଙ୍କ ଉଦୀୟମାନ ଋଣ ଆବଶ୍ୟକତାକୁ ସମାଧାନ କରିବା ପାଇଁ ଆମେ ଆଇସିଆଇସିଆଇ ବ୍ୟାଙ୍କ୍‌ରେ ସର୍ବଦା ଲକ୍ଷ୍ୟ ରଖିଛୁ । ଆମେ ଦେଖୁଛୁ ଯେ ଆଜିକାଲି ସର୍ବାଧିକ ପେମେଂଟ୍ ୟୁପିଆଇ ଜରିଆରେ କରାଯାଉଛି । ଏହା ସହିତ ଆମେ ଦେଖୁଛୁ ଯେ ଗ୍ରାହକମାନେ ବ୍ୟାଙ୍କ୍‌ର “ବାଏ ନାଓ, ପେ-ଲେଟର’ ସେବା ପେଲେଟର ପାଇଁ ୟୁପିଆଇ କାରବାର ବିକଳ୍ପକୁ ଅଧିକ ଚୟନ କରୁଛନ୍ତି ।
ଏହି ଦୁଇ ଧାରାକୁ ନଜରରେ ରଖି ପେଲେଟର ଜରିଆରେ ୟୁପିଆଇ ପେମେଂଟ୍ ପାଇଁ ତତ୍କାଳ ଇଏମ୍‌ଆଇ ସୁବିଧାକୁ ଆମେ ଶୁଭାରମ୍ଭ କରିଛୁ । ଏହି ସୁବିଧା ଜରିଆରେ ଆମର ଲକ୍ଷାଧିକ ଗ୍ରାହକମାନେ ଦୋକାନରେ ବ୍ୟବସାୟୀଙ୍କ କ୍ୟୁଆର୍ କୋଡ୍‌କୁ ସ୍କାନ୍ କରି ମଧ୍ୟମ ଓ ଉଚ୍ଚ ମୂଲ୍ୟ ପାଇଁ ୟୁପିଆଇ ପେମେଂଟ୍ କରିପାରିବେ ଏବଂ ସହଜ ଇଏମ୍‌ଆଇ ଦେଇପାରିବେ । ଆମର ବିଶ୍ୱାସ ରହିଛି ଯେ ଏହି ସୁବିଧା ଗ୍ରାହକମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବ ଏବଂ ସୁଲଭତାରେ ଉନ୍ନତି ଆଣିବ ଯାହା ଫଳରେ ସେମାନେ ସୁରକ୍ଷିତ, ତତ୍କାଳ ଓ ଡିଜିଟାଲ୍ ମାଧ୍ୟମରେ ଉଚ୍ଚ ମୂଲ୍ୟର କିଣାକିଣି ପାଇଁ ଇଏମ୍‌ଆଇ ଦେଇପାରିବେ ।’’
ଆଇସିଆଇସିଆଇ ବ୍ୟାଙ୍କ୍ ପ୍ରଥମ ବ୍ୟାଙ୍କ୍ ଭାବେ ୨୦୧୮ ପେ’ ଲେଟର ସୁବିଧା ଶୁଭାରମ୍ଭ କରାଯାଇଥିଲା ଯାହା ସମ୍ପୂର୍ଣ୍ଣ ରୂପେ ଡିଜିଟାଲ୍ ଓ କାଗଜବିହୀନ ମାଧ୍ୟମରେ ତୁରନ୍ତ ଛୋଟମୋଟ କାରବାର କରିବାକୁ ଗ୍ରାହକଙ୍କୁ ସକ୍ଷମ କରିବ । ପେଲେଟର ସୁବିଧାରେ ଗ୍ରାହକମାନେ ଅନ୍‌ଲାଇନ୍‌ରେ ସପିଙ୍ଗ୍ କରିପାରିବେ, ବିଲ୍ ପେମେଂଟ୍ କରିପାରିବେ ଏବଂ ଷ୍ଟୋର୍‌ରେ ମର୍ଚାଂଟ୍‌ଙ୍କ ୟୁପିଆଇ ଆଇଡି ଜରିଆରେ ପେମେଂଟ୍ କରିପାରିବେ ।

Share

Leave a Reply

Your email address will not be published. Required fields are marked *

three × 4 =