ଜିଓ ଉନ୍ମୋଚନ କଲା ବିଶ୍ୱର ପ୍ରଥମ ନେଟିଭ୍ ଭିଡିଓ କଲ୍ ସହାୟକ ବ୍ୟବସ୍ଥା

ନୂଆଦିଲ୍ଲୀ ():  ଇଣ୍ଡିଆ ମୋବାଇଲ କଂଗ୍ରେସ(ଆଇଏମ୍ସି) ୨୦୧୯ ସମ୍ମିଳନୀରେ ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିଃ (ଜିଓ) ଏହାର ପ୍ୟାଟେଣ୍ଟଯୁକ୍ତ ଅଭିନବ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ଆଧାରିତ ଭିଡିଓ କଲ୍ ଆସିଷ୍ଟାଣ୍ଟ (ବିଓଟି) ବ୍ୟବସ୍ଥା ଉନ୍ମୋଚନ କରିଛି, ଯାହାକି ଅନ୍ୟ କୌଣସି ଆପ୍ଲିକେଶନ୍ ବିନା କେବଳ ଏକ ୪ଜି ଫୋନ୍ କଲ୍ ମାଧ୍ୟମରେ କାର୍ଯ୍ୟ କରିପାରିବ । ଏହି ଜିଓ ଭିଡିଓ କଲ୍ ଆସିଷ୍ଟାଣ୍ଟ ବ୍ୟବସ୍ଥା ଗ୍ରାହକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା ଯୋଗାଇଦେବା ସହିତ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ବିପ୍ଳବ ସୃଷ୍ଟି କରିବ । ବର୍ତ୍ତମାନ  କୌଣସି ବିଷୟରେ ସୂଚନା ପାଇଁ ଗ୍ରାହକମାନେ ବହୁ ସମୟ ଧରି କଲ୍ ହୋଲ୍ଡ  ମ୍ୟୁଜିକ୍ କିମ୍ବା ଆଇଭିଆର୍ ଉପରେ ନିର୍ଭର କରୁଥିବା ବେଳେ ଏହି ନୂତନ ବ୍ୟବସ୍ଥା ସହ ତାହା ଏବେ ଇତିହାସ ପାଲଟିଯିବ ।

ବିଭିନ୍ନ କ୍ଷେତ୍ରରେ ଗ୍ରାହକମାନଙ୍କ  ଜିଜ୍ଞାସା ପୂରଣ ସହ ସେମାନଙ୍କ ସମସ୍ୟା ସମାଧାନର ସୂତ୍ର ଯୋଗାଇ ଦେବା ନେଇ ଏହି ଅଭିନବ ଭିଡିଓ ସହାୟକ ସମାଧାନକାରୀ ବ୍ୟବସ୍ଥା  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିଃର ଏକ ସହଯୋଗୀ ଉଦ୍ୟୋଗ ତଥା ଆମେରିକାସ୍ଥିତ ରାଡିସିସ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଯିଏକି ବିଶ୍ୱସ୍ତରରେ ଟେଳିକମ୍ ସର୍ଭିସ୍ ପ୍ରୋଭାଇଡର୍ମାନଙ୍କୁ  ଏହି କ୍ଷେତ୍ରରେ  ରହିଥିବା  ବିଭିନ୍ନ ସମସ୍ୟା ପାଇଁ  ମୁକ୍ତ ସମାଧାନ ସୂତ୍ର ଯୋଗାଇଦେଉଛି ।

ଏଆଇ ଆଧାରିତ ଜିଓ ଭିଡିଓ କଲ୍ ସହାୟକ ବ୍ୟବସ୍ଥା ବ୍ୟବସାୟୀ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କୁ ସେମାନଙ୍କ ଗ୍ରାହକମାନଙ୍କ ଦ୍ୱାରା  ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡିକର ଉତ୍ତର ରଖିବାରେ ସହାୟକ ହେବ । ଏହାଦ୍ୱାରା ଗ୍ରାହକମାନଙ୍କ ସହିତ ସେମାନଙ୍କ ଯୋଗାଯୋଗ ପ୍ରଣାଳୀ ଅଧିକ  ସରଳ ଓ ସ୍ୱଚ୍ଛନ୍ଦ ହେବ । ଏହାବ୍ୟତୀତ ଗ୍ରାହକମାନଙ୍କୁ ଦକ୍ଷତାପୂର୍ଣ୍ଣ ଏବଂ  ସହଜରେ ଉଚ୍ଚମାନର  ଗ୍ରାହକ ସେବା ଅନୁଭୂତି ଦେବାରେ ମଧ୍ୟ ସହାୟକ ହେବ ।

ଜିଓ ଭିଡିଓ ବିଓଟି ବ୍ୟବସ୍ଥାରେ ଏକ କ୍ଷମତାସମ୍ପନ୍ନ ଏଆଇ ଆଧାରିତ ପ୍ଲାଟଫର୍ମ ବ୍ୟବହୃତ ହୋଇଥାଏ ଯଦ୍ୱାରା ଗ୍ରାହକମାନଙ୍କ ପ୍ରଶ୍ନ ଶୁଣିବା ସହ ସେମାନଙ୍କୁ  ଉପଯୁକ୍ତ ଉତ୍ତର ଦିଆଯାଇଥାଏ । ଏଥିସହିତ ଏହି ପ୍ଲାଟଫର୍ମରେ ରହିଥିବା ଅଟୋ ଲର୍ଣ୍ଣିଂ ବ୍ୟବସ୍ଥା ମାଧ୍ୟମରେ ସ୍ୱୟଂକ୍ରିୟ ଉପାୟରେ ଉତ୍ତର ରଖିବାକୁ ସଠିକ୍ କରିବାରେ କରିବାରେ ସହାୟତା ମିଳିଥାଏ । ଜିଓ ବିଓଟି  ପ୍ଲାଟଫର୍ମରେ ଜିଓ ବିଓଟି ମେକର ଏକ ଉପକରଣ ଭାବେ ଉପଯୋଗ ହୋଇଥାଏ ଯାହାକି ଏଆଇ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ପ୍ରସ୍ତୁତ । ଏହାଦ୍ୱାରା କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଅତି ସହଜରେ ସେମାନଙ୍କ ନିଜର ଏଆଇ ବ୍ୟବସ୍ଥିତ ବିଓଟି ପ୍ରସ୍ତୁତି ପାଇଁ ସହାୟତା ମିଳିଥାଏ । ଏହି ଭିଡିଓ ବିଓଟି ଦ୍ୱାରା ଗ୍ରାହକମାନଙ୍କ ବିଭିନ୍ନ ଆବଶ୍ୟକତା ଏବଂ ଜିଜ୍ଞାସା ପୂରଣ ପାଇଁ ମନୁଷ୍ୟ ଭଳି  କଥୋପକଥନ ସହିତ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ କରାଯାଇପାରିବା ବ୍ୟବସ୍ଥା ରହିଛି ।

ବିଭିନ୍ନ ବ୍ରାଣ୍ଡ୍ ଏହି ଭିଡିଓ ବିଓଟି ବ୍ୟବସ୍ଥାକୁ ଆପଣାଇ ସେମାନଙ୍କ ନୂତନ ରୂପ ପ୍ରସ୍ତୁତ କରିପାରିବେ । ସାଧାରଣ ଗ୍ରାହକ ସେବା ଏକ୍ଜକ୍ୟୁଟିଭ୍, ସିଇଓ , ବ୍ରାଣ୍ଡ୍ ଆମ୍ବାସାଡାର କିମ୍ବା  ବ୍ରାଣ୍ଡ୍  ଦ୍ୱାରା ପସନ୍ଦ କରାଯାଇଥିବା ଯେକୌଣସି ଉଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ  ହିସାବରେ ଏହାକୁ ପ୍ରସ୍ତୁତ କରାଯାଇପାରିବ ।  ଏହି ଏଆଇ ଆଧାରିତ ଗ୍ରାହକ ସେବା ନୂତନ ଅବତାର ବ୍ୟବସ୍ଥା  ମାଧ୍ୟମରେ  ଭିଡିଓ କଲ୍ ସମ୍ବଳିତ ହେଲ୍ପଲାଇନ୍କୁ କଲ୍ କରି  ବ୍ୟବହାରକାରୀମାନେ ସହାୟତା ପାଇପାରିବେ । ଏଆଇ ଭିଡିଓ କଲ୍ ବିଭିନ୍ନ ଭାଷାରେ ଉପଲବ୍ଧ ହେବା ସହିତ ଏହାଦ୍ୱାରା ବିଭିନ୍ନ ବ୍ରାଣ୍ଡ ପାଇଁ ଗ୍ରାହକମାନେ ସେମାନଙ୍କ ପସନ୍ଦ ଭାଷାରେ ଯୋଗାଯୋଗ କରିପାରିବେ ।

“ବ୍ୟବସାୟୀମାନଙ୍କୁ ଅଧିକ କ୍ଷମତାଶାଳୀ କରି ସେମାନଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ନେଇ ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ଅଭିନବ ଏବଂ ଉପଯୁକ୍ତ ସମାଧାନର ସୂତ୍ର ଯୋଗାଇ ଦେବାକୁ ଜିଓ ପ୍ରତିଶ୍ରୁତିବଦ୍ଧ ରହିଛି । ଭାରତରେ ଲକ୍ଷ ଲକ୍ଷ ବ୍ୟବସାୟୀଙ୍କୁ ସେମାନଙ୍କ ବ୍ୟବସାୟିକ କାର୍ଯ୍ୟରେ ସହାୟତା କରିବାକୁ ଏହି  ଅଭିନବ ଭିଡିଓ କଲ୍ ସହାୟକ ବ୍ୟବସ୍ଥା  ବାସ୍ତବିକ ଭାବେ ଏକ  ନୂତନ ପ୍ରୟାସ । ପ୍ରତ୍ୟେକଙ୍କ ପାଇଁ ଏଆଇ ବ୍ୟବସ୍ଥା ଉପଲବ୍ଧ କରିବା ନେଇ ରାଡିସିସ୍ ଆମକୁ ସହାୟତା କରୁଛି, ଯଦ୍ୱାରା କ୍ଷୁଦ୍ର ହେଉ କି ବୃହତ୍ ସମସ୍ତ ଶ୍ରେଣୀର ବ୍ୟବସାୟ ସଂସ୍ଥା ଅତ୍ୟାଧୁନିକ ବୈଷୟିକ  ଜ୍ଞାନ କୌଶଳ ଓ ପ୍ରୟୋଗ  ଉପଯୋଗ କରିପାରିବେ । ରାଡିସିସ୍ର ଏହି ଅଭିନବ ଉପାୟ ଜିଓର ବିଶ୍ୱସ୍ତରୀୟ ନବ ଉନ୍ମେଷ ଓ ଜ୍ଞାନ କୌଶଳ କ୍ଷେତ୍ରରେ  ଅଗ୍ରଣୀ ସ୍ଥାନକୁ ସୁଦୃଢ କରିବା  ସହିତ ୫ଜି , ଆଇଓଟି ଏବଂ ଓପେନ୍ ସୋର୍ସ ଆର୍କିଟେଚର୍ ଗ୍ରହଣ କରିବା କ୍ଷେତ୍ରରେ ମଧ୍ୟ ସହାୟତା କରିବ” ବୋଲି  ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିଃର ସଭାପତି ମାଥ୍ୟୁ ଉମେନ୍ ପ୍ରକାଶ କରିଛନ୍ତି ।

ଏଆଇ ଆଧାରିତ ଭିଡିଓ କଲ୍ ବିଓଟି ବ୍ୟବସ୍ଥା  ଛୋଟ ହେଉ କି ବଡ଼, ସମସ୍ତ ଶ୍ରେଣୀର ବ୍ୟବସାୟ ପାଇଁ ପର୍ଯ୍ୟାପ୍ତ ଲାଭଦାୟକ ହୋଇପାରିବ ।  ବିବିଧ ଶିଳ୍ପକ୍ଷେତ୍ରରେ ବିଭିନ୍ନ ବ୍ରାଣ୍ଡ, କ୍ଷୁଦ୍ର ଏବଂ ବୃହତ୍ ବ୍ୟବସାୟ ପାଇଁ ଲଭଦାୟକ ହେବା ସହିତ ଯୋଗାଯୋଗ କ୍ଷେତ୍ରରେ  ସେମାନଙ୍କ ପାଇଁ ଏକ ବେଶ ଉପଯୋଗୀ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଉପାୟ ପ୍ରଦାନ କରି ଏଦିଗରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ।

Share

Leave a Reply

Your email address will not be published. Required fields are marked *

six + 15 =