ଖାଇବା ପରେ କରନ୍ତୁ ନାହିଁ ଏସବୁ କାମ

ଖାଦ୍ୟପେୟଠାରୁ ଆରମ୍ଭକରି ଦୈନନ୍ଦିନ ଜୀବନର କାର୍ୟ୍ୟକୁ ମଣିଷ ଠିକ୍ ସମୟରେ କରିନଥାଏ। ଦୈନନ୍ଦିନ ଜୀବନରେ ଏମିତି କାମ ଅଛି ଯାହା ଠିକ୍ ସମୟରେ କରିବା ନିହାତି ଆବଶ୍ୟକ। ଖାଇବା ସାରିବା ପରେ ସଙ୍ଗେ ସଙ୍ଗେ ଏହି ୫ଟି କାମ କରନ୍ତୁ ନାହିଁ। ଆସନ୍ତୁ ଜାଣିବା …

ରାତ୍ର ଭୋଜନ କରିବା ସାରିବା ପରେ ସଙ୍ଗେ ସଙ୍ଗେ ଶୋଇବା ଉଚିତ୍ ନୁହେଁ। ରାତିରେ ଶୋଇବାର ତିନି ଘଣ୍ଟା ପୂର୍ବରୁ ଖାଇବା ଉଚିତ୍ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।

ଶରୀରକୁ ସୁସ୍ଥ ରଖିବା ଲାଗି ହେଲେ ଗାଧୋଇବା ସମୟ ଠିକ୍ ରଖିବାକୁ ପଡିବ। ଖାଇବା ପରେ ସଙ୍ଗେ ସଙ୍ଗେ ଗାଧୋଇବା କଥା ନୁହେଁ। ଏମିତି କଲେ ଶରୀରରେ ରକ୍ତ ସଞ୍ଚାଳନ ପ୍ରବାହ ଦ୍ରୁତଗତିରେ ପଡ଼ିଯାଇଥାଏ।

ସେହିପରି ଖାଇବା ପରେ ଅଧିକାଂଶ ଲୋକଙ୍କ ଖରାପ ଅଭ୍ୟାସ ଥାଏ। ଯାଥା, ଚା ପିଇବା, ସିଗାରେଟ୍ ଟାଣିବା, ମିଠା ଖାଇବା ଅଭ୍ୟାସ ଥାଏ। ଏହା କରିବା ଦ୍ବାରା ପେଟରେ ଏସିଡିଟି ହେବା ସହ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ।

Share

Leave a Reply

Your email address will not be published. Required fields are marked *

two × 3 =