ଢିଲା ହେଉଛି ହାତମୁଠା, ମାନ୍ୟତା ହରାଇଲା କଂଗ୍ରେସ

ଭୁବନେଶ୍ବର()   ୨୦୧୯ ନିର୍ବାଚନରେ କଂଗ୍ରେସ ଖାତାରେ ପଡ଼ିଛି ମାତ୍ର ୯ଟି ବିଧାନସଭା ସିଟ୍ । ୨୦୧୪ରେ ଜିତିଥିବା ୧୬ ବିଧାୟକଙ୍କ ମଧ୍ୟରୁ ୧୪ ଜଣ ପରାଜୟର ମୁହଁ ଦେଖିଛନ୍ତି। କେବଳ ବଲାଙ୍ଗିରରେ ନରସିଂହ ମିଶ୍ର ଓ ଜୟପୁରରେ ତାରାପ୍ରସାଦ ବାହିନୀପତି ଜିତିଛନ୍ତି। ପିସିସି ସଭାପତି ଦୁଇଟି ଆସନରୁ ଲଢ଼ିଥିଲେ ବି ପରାଜୟର ସାମନା କରିଛନ୍ତି। କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ।୨୦୧୪ ଲୋକସଭାରେ ଖାତା ଖୋଲି ପାରି ନଥିବା କଂଗ୍ରେସ ଏଥର କୋରାପୁଟ ଆସନକୁ ଅକ୍ତିଆର କରିଛି । ଗତ ପଞ୍ଚାୟତ ନିର୍ବାଚନ ପରଠୁ କଂଗ୍ରେସ ସ୍ଥିତି ଧୀରେ ଧୀରେ ନିମ୍ନଗାମୀ ହେଉଛି ।

ଅନ୍ୟପଟେ ଫଳାଫଳ ଆସିବା ଦିନକ ଆଗରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହାତ ଟେକି ଦେଇଥିଲେ। ପୂର୍ବାନୁମାନ କରିଥିଲେ, ଦଳର ପ୍ରଦର୍ଶନ ଖରାପ ହୋଇପାରେ। ତେବେ ବିଧାନସଭା ହେଉ କି ଲୋକସଭା, କଂଗ୍ରେସ ଦଳର ଅଧିକାଂଶ ପ୍ରାର୍ଥୀ ୩ୟ ସ୍ଥାନକୁ ଖସିଛନ୍ତି। ଫଳରେ କଂଗ୍ରେସ ଦଳ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ପାଇବାରୁ ବଞ୍ଚିତ ହେବା ନିଶ୍ଚିତ।

Share

Leave a Reply

Your email address will not be published. Required fields are marked *

four × 2 =