ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

କାର୍ଯ୍ୟକ୍ରମର ବିଷୟବସ୍ତୁ “ମହିଳାଙ୍କଠାରେ ନିବେଶ: ପ୍ରଗତିକୁ ତ୍ୱରାନ୍ୱିତ କରନ୍ତୁ’
ଲିଙ୍ଗଗତ ସମାନତାର ପ୍ରସାର ପାଇଁ ଆଇଆଇଏମ୍ ସମ୍ବଲପୁରର ଲକ୍ଷ୍ୟ
ସମ୍ବଲପୁର: ଭାରତର ଅନ୍ୟତମ ପ୍ରମୁଖ ମ୍ୟାନେଜମେଂଟ୍ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁରରେ ଆନ୍ତର୍ଜାତିକ ମହିଳା ଦିବସ କାର୍ଯ୍ୟକ୍ରମ ଉତ୍ସାହର ସହ ଆୟୋଜନ କରାଯାଇ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଉଲ୍ଲେଖନୀୟ ସଫଳତାକୁ ସମ୍ମାନିତ କରାଯାଇଥିଲା । “ମହିଳାଙ୍କ ଠାରେ ନିବେଶ: ପ୍ରଗତିକୁ ତ୍ୱରାନ୍ୱିତ କରନ୍ତୁ\’ ଶୀର୍ଷକରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଜୀବନର ସମସ୍ତ ଦିଗରେ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସମର୍ଥନ କରିବାର ଗୁରୁତ୍ୱକୁ ସ୍ୱୀକାର କରିବା । ଏହି କାର୍ଯ୍ୟକ୍ରମ ଏକ ଅଧିକ ସମାନ, ସମାବେଶୀ ଏବଂ ସମୃଦ୍ଧ ବିଶ୍ୱ ଗଠନ ଦିଗରେ ସାମୂହିକ ପ୍ରୟାସ ପାଇଁ କାର୍ଯ୍ୟ କରିବା ଲାଗି ଏକ ଶକ୍ତିଶାଳୀ ଆହ୍ୱାନ ଭାବରେ ମଧ୍ୟ କାର୍ଯ୍ୟ କରିଥିଲା । ଆଇଆଇଏମ୍ ସମ୍ବଲପୁର ପ୍ରଥମ ମ୍ୟାନେଜମେଂଟ୍ ଇନଷ୍ଟିଚ୍ୟୁଟ୍ ଭାବେ ଲିଙ୍ଗଭିତିକ ଶ୍ରେଣୀଗୃହ ବିଷୟରେ ଆଲୋଚନା ଆରମ୍ଭ କରିଛି ଯେଉଁଥିପାଇଁ ଏହା ଅନେକ ପଦକ୍ଷେପ ଗ୍ରହଣ କରିଛି । ଅନୁଷ୍ଠାନରେ ପ୍ରଶାସନିକ କର୍ମଚାରୀ ମଧ୍ୟ ଅଛନ୍ତି ଯେଉଁଥିରେ ମହିଳାମାନେ ଉଲ୍ଲେଖନୀୟ ଅଂଶଗ୍ରହଣ କରୁଛନ୍ତି ଏବଂ ନେତୃତ୍ୱରେ ଅନ୍ତର୍ଭୁକ୍ତ ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଛନ୍ତି ।
ଏହି ଅବସରରେ ଆଇଆଇଏମ୍ ସମ୍ବଲପୁର ନିର୍ଦ୍ଦେଶକଙ୍କ ସମେତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସମାଜ ପ୍ରତି ମହିଳାଙ୍କ ଅବଦାନକୁ ହୃଦୟରୁ ସ୍ୱୀକୃତି ଦେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ତାଙ୍କ ଅଭିଭାଷଣରେ ଉଭୟ ଛାତ୍ର ଓ ଅଧ୍ୟାପକଙ୍କ ମଧ୍ୟରେ ଲିଙ୍ଗଗତ ସମାନତା ପ୍ରତି ଅନୁଷ୍ଠାନର ପ୍ରତିବଦ୍ଧତା ଉପରେ ଆଲୋକପାତ କରି କହିଛନ୍ତି ଯେ, “ଆଇଆଇଏମ୍ ସମ୍ବଲପୁର ଏହାର କ୍ୟାମ୍ପସରେ ଲିଙ୍ଗଗତ ସମାନତାରେ ଉନ୍ନତି ଆଣିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ନେଇଛି । ଏଥିରେ ଉଭୟ ଛାତ୍ରଛାତ୍ରୀ ଓ ଅଧ୍ୟାପକ ୫୦ ପ୍ରତିଶତ ପୁରୁଷ ଓ ୫୦ ପ୍ରତିଶତ ମହିଳା ରହିଛନ୍ତି । ଏକ ମ୍ୟାନେଜମେଂଟ୍ ପ୍ରତିଷ୍ଠାନ ହିସାବରେ ଏହି ଲିଙ୍ଗଗତ ସମାନତାକୁ ଜାତୀୟ ଏଜେଣ୍ଡାରେ ଆଣିବା ଆମର ଦାୟିତ୍ୱ । ପ୍ରଫେସର ଜୟସ୍ୱାଲ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଲିଙ୍ଗଗତ ଅସମାନତା ସୂଚକାଙ୍କ (ଜିଆଇଆଇ) ରିପୋର୍ଟରେ ଦିଆଯାଇଥିବା ଆଲୋକପାତ ଏବଂ ମହିଳାମାନଙ୍କ ପାଇଁ ସମାନ ସୁଯୋଗ ଏବଂ ଉନ୍ନତ ଉପଲବ୍ଧତା ପାଇଁ ପରାମର୍ଶ ଦେଇ ସମ୍ଭାବ୍ୟ ଅର୍ଥନୈତିକ ଲାଭକୁ ଉଦାହରଣ ଦେଇ ଜାତୀୟ ସ୍ତରରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ବିକଶିତ ରାଷ୍ଟ୍ର ହେବା ପାଇଁ କର୍ମଶକ୍ତି, ଶିକ୍ଷା ଏବଂ ରାଜନୈତିକ ନେତୃତ୍ୱରେ ଅଧିକ ପ୍ରତିଶତ ମହିଳାଙ୍କୁ ଆଣିବା ପାଇଁ ପଦକ୍ଷେପ ନେଇ ଭାରତକୁ ଜିଆଇଆଇରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି ।’’

Share

Leave a Reply

Your email address will not be published. Required fields are marked *

17 + five =