ୱାର୍ଡୱିଜାର୍ଡ ଇନୋଭେସନ୍ସ ପକ୍ଷରୁ ୨୦୨୪ ଫେବ୍ରୁଆରିରେ ୨,୦୧୮ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ଗ୍ରାହାକଙ୍କୁ ପ୍ରଦାନ

ଭୁବନେଶ୍ୱର: ଜୟ ଇ-ବାଇକ୍ ନାମରେ ଇଲେକ୍ଟ୍ରିକ୍ ଦୁଇଚକିଆ ଓ ତିନିଚକିଆ ଯାନ ନିର୍ମାଣ କରିବାର ଅଗ୍ରଣୀ ସଂସ୍ଥା ୱାର୍ଡୱୀଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ୨୦୨୪ ଫେବ୍ରୁଆରିରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ଗତବର୍ଷ ତୁଳନାରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରିରେ କମ୍ପାନି ଉଲ୍ଲେଖନୀୟ ୧୧୨ ପ୍ରତିଶତ ବୃଦ୍ଧି ହାସଲ କରିବା ସହ ୨,୦୧୮ ଗାଡ଼ି ଗ୍ରାହାକଙ୍କୁ ପ୍ରଦାନ କରିଛି । ୨୦୨୩ ଫେବ୍ରୁଆରିରେ ଏହି ସଂଖ୍ୟା ୯୧୩ ଥିଲା। ଏହା ବ୍ୟତୀତ କମ୍ପାନି ଏହି ମାସରେ ୧୧ଟି ଇଲେକ୍ଟ୍ରିକ୍ ତିନିଚକିଆ ଯାନ ମଧ୍ୟ ବିକ୍ରି କରିଛି ।
ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଯତୀନ ଗୁପ୍ତେ କହିଛନ୍ତି ଯେ, “ଫେବ୍ରୁଆରୀ ୨୦୨୪ରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ ପୂର୍ବ ବର୍ଷ ତୁଳନାରେ ବିକ୍ରିରେ ୧୧୨% ଉଲ୍ଲେଖନୀୟ ବୃଦ୍ଧି ସହ ଏକ ରୋମାଂଚକର ଶୁଭାରମ୍ଭ କରିଥିଲା । ଏହି ଉପଲବ୍ଧି ଉତ୍କର୍ଷତା ପ୍ରତି ଆମର ପ୍ରତିବଦ୍ଧତା ଏବଂ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ ପରିବର୍ତନ ଆଣିବା ପାଇଁ ଆମର ଆକାଂକ୍ଷାକୁ ପ୍ରତିଫଳିତ କରୁଛି । ଇଲେକ୍ଟ୍ରିକ୍ ଯାନଗୁଡିକ ବିକଳ୍ପରୁ ଅପରିହାର୍ଯ୍ୟରେ ପରିଣତ ହେଉଛି । ସ୍ଥାୟୀ ଗମନାଗମନ ସମାଧାନ ପାଇଁ ଆବଶ୍ୟକତା ଉପରେ ଆଲୋକପାତ କରୁଛି । ଆମର ଜୟ ଇ-ବାଇକ୍ ବ୍ରାଣ୍ଡ ମାଧ୍ୟମରେ ଆମେ ପରିବହନ କ୍ଷେତ୍ରରେ ଏକ ସବୁଜ ଓ ସ୍ଥାୟୀ ଭବିଷ୍ୟତ ଦିଗରେ ଗୋଷ୍ଠୀକୁ ଉଦ୍ଭାବନ ଏବଂ ସଶକ୍ତ କରିବା ଉଦ୍ୟମ ଜାରି ରଖିଛୁ । ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ ସେବା ଯୋଗାଇବା ପାଇଁ ଆମେ ଆମର କାର୍ଯ୍ୟକୁ ବିସ୍ତାର କରୁଛୁ ଏବଂ ଇଲେକ୍ଟ୍ରିକ୍ ଯାନ ଶିଳ୍ପରେ ଏକ ପ୍ରମୁଖ ସଂସ୍ଥା ଭାବରେ ଆମର ସ୍ଥିତିକୁ ଆହୁରି ସୁଦୃଢ଼ କରୁଛୁ ।”
ଅନ୍ୟ ଏକ ବଡ଼ ମାଇଲଖୁଂଟ ଭାବେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍ ଭାରତରେ ୧,୦୦,୦୦୦ରୁ ଅଧିକ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ବିକ୍ରି ଅତିକ୍ରମ କରିଛି । ଏହି ସଫଳତା ଉପଲକ୍ଷେ କମ୍ପାନି ଭଦୋଦରାସ୍ଥିତ ଏହାର ଅତ୍ୟାଧୁନିକ ଉତ୍ପାଦନ କାରଖାନାରୁ ନିଜର ୧,୦୦,୦୦୦ତମ ୟୁନିଟ୍ ମିହୋସ୍ ଉନ୍ମୋଚନ କରିଛି ।
୨୦୨୪ ଫେବ୍ରୁଆରି ମାସରେ ପ୍ରଭାବଶାଳୀ ବିକ୍ରି ତଥ୍ୟ ବ୍ୟତୀତ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍ ନିକଟରେ ଶେଷ ହୋଇଥିବା ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୪ରେ ନବସୃଜନ ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଛି । ଏକ୍ସପୋରେ କଂପାନି ଏହାର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନର କନସେପ୍ଟ ଉନ୍ମୋଚନ କରିବା ସହ ଜୟ ଇ-ରିକ୍‌\’ ବ୍ରାଣ୍ଡ ୍ ନାମରେ ହାଇ ଓ ଲୋ ସ୍ପିଡ୍ ମଡେଲ୍ ଏବଂ ଇଲେକ୍ଟ୍ରିକ୍ ତିନି ଚକିଆ ଯାନକୁ ପ୍ରଦର୍ଶିତ କରିଛି । ଏହାବ୍ୟତୀତ ଦୁବାଇରେ ଆୟୋଜିତ ଗ୍ଲୋବାଲ୍ ବିଜନେସ୍ ସିମ୍ପୋଜିୟମ୍ (ଜିବିଏସ୍‌)ରେ ଜୟ ଇ-ବାଇକ୍ ବ୍ରାଣ୍ଡ୍ କୁ ସମ୍ମାନଜନକ “ରାଇଜିଂ ବ୍ରାଣ୍ଡ୍ସ ଅଫ୍ ଏସିଆ ୨୦୨୩-୨୪ ଆୱାର୍ଡ\’ ପ୍ରଦାନ କରାଯାଇଛି । ୟୁଏଇ, ଭାରତର ଗମନାଗମନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିବା ପାଇଁ ଏହାର ପ୍ରୟାସକୁ ସ୍ୱୀକୃତି ଦେଇଛି ।

Share

Leave a Reply

Your email address will not be published. Required fields are marked *

16 − 16 =