ଏନ୍‌ଏସ୍‌ଇରେ ପଞ୍ଜୀକୃତ ନିବେଶକଙ୍କ ସଂଖ୍ୟା ୯ କୋଟି ଟପିଲା, ମୋଟ ଖାତା ୧୬.୯ କୋଟି

ଭୁବନେଶ୍ୱର: ୨୦୨୪ ଫେବ୍ରୁଆରି ୨୯ରେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ (ଏନ୍‌ଏସ୍‌ଇ)ରେ ସ୍ୱତନ୍ତ୍ର ପଞ୍ଜୀକୃତ ନିବେଶକଙ୍କ ସଂଖ୍ୟା ୯ କୋଟିରୁ ଅଧିକ ହୋଇଛି । ଏକ୍ସଚେଂଜ୍‌ରେ ପଞ୍ଜୀକୃତ ଥିବା ମୋଟ କ୍ଲାଏଂଟ୍ କୋଡ୍ ପରିମାଣ ୧୬.୯ କୋଟି ହୋଇଛି । କ୍ଲାଏଂଟ୍‌ମାନେ ଏକାଧିକ ଟ୍ରେଡିଂ ସଦସ୍ୟ ଖୋଲିପାରୁଥିବାରୁ ଏହି ସଂଖ୍ୟା ଅଧିକ ରହିଛି ।
ଗତ କିଛି ବର୍ଷ ମଧ୍ୟରେ ଏନଏସଇରେ ସ୍ୱତନ୍ତ୍ର ନିବେଶକ ପଞ୍ଜୀକରଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ୬ରୁ ୭ କୋଟି (୬୦ରୁ ୭୦ ନିୟୁତ) ସ୍ୱତନ୍ତ୍ର ନିବେଶକ ପଞ୍ଜୀକୃତ ହେବାକୁ ପ୍ରାୟ ୯ ମାସ ସମୟ ଲାଗିଥିବା ବେଳେ ପରବର୍ତୀ ଏକ କୋଟି (୧୦ ନିୟୁତ) ନିବେଶକ ୮ ମାସରେ ଆସିଥିଲେ ଏବଂ ୮ରୁ ୯ କୋଟି (୮୦ରୁ ୯୦ ନିୟୁତ) ବୃଦ୍ଧି ପାଇଁ ମାତ୍ର ପାଂଚ ମାସ ସମୟ ଲାଗିଥିଲା । ଏହି ସମୟ ମଧ୍ୟରେ ୨୦୨୩ ଅକ୍ଟୋବରରେ ଦୈନିକ ନୂଆ ସ୍ୱତନ୍ତ୍ର ପଞ୍ଜୀକରଣ ହାରାହାରି ୪୭,୦୦୦ ଥିବା ବେଳେ ଚଳିତ ବର୍ଷ ଜାନୁଆରିରେ ୭୮,୦୦୦ ରହିଛି । ଡିଜିଟାଇଜେସନରେ ଦ୍ରୁତ ବୃଦ୍ଧି, ନିବେଶକଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ଆର୍ôଥକ ଅନ୍ତର୍ଭୁକ୍ତୀକରଣ ଏବଂ ଚମତ୍କାର ବଜାର ପ୍ରଦର୍ଶନ ଯୋଗୁଁ ଗତ ପାଂଚ ବର୍ଷ ମଧ୍ୟରେ ନିବେଶକଙ୍କ ସଂଖ୍ୟା ୩ ଗୁଣରୁ ଅଧିକ ବୃଦ୍ଧି ପାଇଛି । ୨୦୨୩-୨୪ ଆର୍ôଥକ ବର୍ଷ ଆରମ୍ଭରୁ ୨୦୨୪ ଫେବ୍ରୁଆରି ୨୯ ତାରିଖ ପର୍ଯ୍ୟନ୍ତ ନିଫ୍ଟି ୫୦ ୨୭% ଓ ନିଫ୍ଟି ୫୦୦ ସମାନ ଅବଧିରେ ୩୮% ରିଟର୍ଣ୍ଣ ପ୍ରଦାନ କରିଛି । ଫେବ୍ରୁଆରି ୨୦୨୪ରେ ଶେଷ ହୋଇଥିବା ଗତ ପାଂଚ ବର୍ଷ ମଧ୍ୟରେ ବାର୍ଷିକ ରିଟର୍ଣ୍ଣ ନିଫ୍ଟି ୫୦ ଏବଂ ନିଫ୍ଟି ୫୦୦ ପାଇଁ ଯଥାକ୍ରମେ ୧୫.୩% ଏବଂ ୧୭.୫% ରହିଥିଲା ।
୨୦୨୩ ଅକ୍ଟୋବର ପରଠାରୁ ବଜାରକୁ ଆସିଥିବା ନୂଆ ନିବେଶକଙ୍କ ମଧ୍ୟରୁ ୪୨ ପ୍ରତିଶତ ଉତର ଭାରତରୁ, ୨୮ ପ୍ରତିଶତ ପଶ୍ଚିମ ଭାରତ, ୧୭ ପ୍ରତିଶତ ଦକ୍ଷିଣ ଭାରତ ଓ ୧୩ ପ୍ରତିଶତ ପୂର୍ବ ଭାରତରୁ ଆସିଛନ୍ତି । ମହାରାଷ୍ଟ୍ର ଓ ଉତରପ୍ରଦେଶରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ସୃଷ୍ଟି ହୋଇଛନ୍ତି । ମହାରାଷ୍ଟ୍ରରେ ୧.୬ କୋଟି, ଉତର ପ୍ରଦେଶରେ ୯୭ ଲକ୍ଷ ଓ ଗୁଜରାଟରେ ୮୧ ଲକ୍ଷ ନୂଆ ନିବେଶକ ସଢଷ୍ଟି ହୋଇଛନ୍ତି । ଗତ ପାଂଚ ମାସରେ ପଞ୍ଜୀକୃତ ହୋଇଥିବା ନୂଆ ନିବେଶକଙ୍କ ମଧ୍ୟରୁ ୪୬ ପ୍ରତିଶତ ଦେଶର ୧୦୦ଟି ଶ୍ରେଷ୍ଠ ଜିଲ୍ଲା ବାହାରୁ ଆସିଛନ୍ତି ।
ଏନଏସଇର ମୁଖ୍ୟ ବ୍ୟବସାୟ ଉନ୍ନୟନ ଅଧିକାରୀ ଶ୍ରୀରାମ କ୍ରିଷ୍ଣନ କହିଛନ୍ତି ଯେ, “ପାଂଚ ମାସର ସର୍ବନିମ୍ନ ସମୟ ମଧ୍ୟରେ ଏକ୍ସଚେଞ୍ଜରେ ୧ କୋଟି ନୂଆ ନିବେଶକ ସାମିଲ ହେବା ଉତ୍ସାହଜନକ । ଇକ୍ୱିଟି, ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ୍ (ଇଟିଏଫ୍‌), ଆରଇଆଇଟି, ଇନଭିଆଇଟି, ସରକାରୀ ବଣ୍ଡ, କର୍ପୋରେଟ୍ ବଣ୍ଡ୍ ଇତ୍ୟାଦି ଭଳି ବିଭିନ୍ନ ଏକ୍ସଚେଞ୍ଜ ଟ୍ରେଡେଡ୍ ଆର୍ôଥକ ଉପକରଣରେ ଅଂଶଗ୍ରହଣକୁ ଗଭୀର କରିବା ପାଇଁ କିଛି ପ୍ରମୁଖ କାରଣ ହୋଇଥିବା ବେଳେ ବର୍ଷ ବର୍ଷ ଧରି କେୱାଇସି ପ୍ରକ୍ରିୟାର ସରଳୀକରଣ, ନିବେଶକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଅଂଶୀଦାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଆର୍ôଥକ ସାକ୍ଷରତା ଏବଂ ଦୀର୍ଘକାଳୀନ ସକାରାତ୍ମକ ବଜାର ଭାବନା ଯୋଗୁଁ ଏହା ସମ୍ଭବ ହୋଇଛି ।’’

Share

Leave a Reply

Your email address will not be published. Required fields are marked *

four × 5 =