ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍‌ଘାଟନ ଲାଗି ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ସମ୍ପୂର୍ଣ୍ଣ ପ୍ରସ୍ତୁତ: ଆଇଆଇଏମ୍ ସମ୍ବଲପୁର ନିର୍ଦ୍ଦେଶକ

ସମ୍ବଲପୁର: ଦେଶର ଅନ୍ୟତମ ପ୍ରିମିୟର ମ୍ୟାନେଜମେଂଟ୍ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ । ସେଥିପାଇଁ କ୍ୟାମ୍ପସ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ବୋଲି ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍ତି ।
ଫେବ୍ରୁଆରି ୩ ତାରିଖ ଶନିବାର ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ ହେବ ବୋଲି ପ୍ରଫେସର ମହାଦେବ ଜୟସ୍ୱାଲ ସୂଚନା ଦେଇଛନ୍ତି । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ; ରାଜ୍ୟପାଳ ଶ୍ରୀ ରଘୁବର ଦାସ, କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ; କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ; କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ; କେନ୍ଦ୍ର ଶକ୍ତି ଏବଂ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ଆର.କେ. ସିଂହ, କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ; କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ; ଲୋକସଭା ସଦସ୍ୟ ଶ୍ରୀ ନିତେଶ ଗଙ୍ଗଦେବ, ଓଡ଼ିଶା ବିଧାନସଭା ସଭ୍ୟ ଜୟନାରାୟଣ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୪୦୦୦ରୁ ଅଧିକ ଲୋକଙ୍କ ସମାଗମ ହେବା ଆଶା କରାଯାଉଛି ।
ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ ଶିକ୍ଷା, ସଡ଼କ ପରିବହନ, କୋଇଲା, ରେଳବାଇ ଓ ଖଣି ସମ୍ବନ୍ଧୀୟ ୫୧,୨୩୫ କୋଟି ଟଙ୍କାର ୨୩ଟି ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଲୋକାର୍ପଣ କରିବେ ବୋଲି ପ୍ରଫେସର ଜୟସ୍ୱାଲ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ସମ୍ପର୍କରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍ତି ଯେ, “ଆଇଆଇଏମ୍ ସମ୍ବଲପୁରର ମୁଖ୍ୟତଃ ତିନି ମାର୍ଗଦର୍ଶକ ନୀତି ହେଉଛି ଉଦ୍ଭାବନ, ଅନ୍ତର୍ଭୁକ୍ତୀକରଣ ଏବଂ ସଚ୍ଚୋଟତା । ଏହି ନୀତିଗୁଡ଼ିକ ପ୍ରତି ଆମର ସମର୍ପଣ ଆମକୁ ଲିଙ୍ଗଗତ ସନ୍ତୁଳନରେ ଉନ୍ନତି ଆଣିବା ପାଇଁ ଆମର ନାମଲେଖା ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିବାକୁ ପ୍ରେରଣା ଦେଇଥିଲା । ଆମେ ଫ୍ଲିପ୍ କ୍ଲାସରୁମ୍‌ର ଏକ ଅତ୍ୟାଧୁନିକ ସଂସ୍କରଣର ବ୍ୟବହାର କରିଥିଲୁ ଯେଉଁଥିରେ ଅଧିକାଂଶ ପାଠପଢ଼ା ଶ୍ରେଣୀ ଗୃହ ବାହାରେ କରାଯାଉଛି ।
ଈଙ୍କଦ୍ଭଳବକ୍ସଠବକ୍ଷକ୍ଷରଚ୍ଚଗ୍ଦ.ମକ୍ଟଜ୍ଞ ଭାବେ ପରିଚିତ ମାଷ୍ଟର ବୁଣାକାର ପ୍ରକଳ୍ପ ଉପରେ ପ୍ରଫେସର ଜୟସ୍ୱାଲ୍ ଆଲୋକପାତ କରିଥିଲେ ଯାହା ହେଉଛି ଫ୍ଲିପ୍‌କାର୍ଟ ଓ ଓଏନ୍‌ଡିସି ଭଳି ପ୍ଲାଟଫର୍ମରେ ମାଷ୍ଟର ବୁଣାକାରମାନଙ୍କ ଉତ୍ପାଦ ଓ ସଂସ୍ଥାକୁ ଡିଜିଟାଲ ଓ ବଜାର ପ୍ରଦାନ କରିବା । ଏହା ହେଉଛି ସମାଜକୁ ଫେରସ୍ତ କରିବା ଦିଗରେ ଆଇଆଇଏମ୍ ସମ୍ବଲପୁରର ରହିଥିବା ପ୍ରତିବଦ୍ଧତାର ପ୍ରତିଫଳନ ।
ସୂଚନାଯୋଗ୍ୟ, ସମ୍ବଲପୁର ସହର ନିକଟସ୍ଥ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଅସ୍ଥାୟୀ କ୍ୟାମ୍ପସ୍‌ରୁ ଆଇଆଇଏମ୍ ସମ୍ବଲପୁରର ଦୀର୍ଘ ଯାତ୍ରା ୨୦୧୫ରୁ ଆରମ୍ଭ ହୋଇଥିଲା । ପରବର୍ତୀ ସମୟରେ ଏହାର କ୍ୟାମ୍ପସକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରକୁ ସ୍ଥାନାନ୍ତର କରାଯାଇଥିଲା । ବସନ୍ତପୁରଠାରେ ୨୦୦ ଏକର ପରିମିତରେ ୪୦୧.୯୪ କୋଟି ଟଙ୍କା ବିନିଯୋଗରେ ୨୦୨୧ରେ ପ୍ରକଳ୍ପ ପରିଚାଳନା କମ୍ପାନି ଏନବିସିସି ଦ୍ୱାରା ଏହାର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ଆରମ୍ଭ କରାଯାଇଥିଲା ।
ନୂତନ କ୍ୟାମ୍ପସରେ ପ୍ରଶାସନ, ଅଧ୍ୟାପକ, ଶିକ୍ଷାବିତ୍‌, ଅଡିଟୋରିୟମ୍‌, ପାଠାଗାର, କ୍ରୀଡ଼ା ଜୋନ୍‌, ଇନକ୍ୟୁବେସନ୍ ସେଂଟର, ହଷ୍ଟେଲ ଓ ଡାଇନିଂ ପାଇଁ ଅତ୍ୟାଧୁନିକ ସୁବିଧା ରହିଛି । ଏଥିରେ ଆଂଚଳିକ କଳା ଓ ସ୍ଥାପତ୍ୟକୁ ନିରବଚ୍ଛିନ୍ନ ଭାବେ ଅନ୍ତର୍ଭୁକ୍ତ କରାଯାଇଛି । ଉଦୀୟମାନ ଉଦ୍ୟୋଗୀମାନଙ୍କୁ ନିବେଶକ, ଭେଂଚର କ୍ୟାପିଟାଲିଷ୍ଟ, ଶିଳ୍ପ ବିଶେଷଜ୍ଞ ଇତ୍ୟାଦିଙ୍କ ସମେତ ଅନେକ ଲୋକଙ୍କ ସହ ଯୋଡ଼ିବା, ଶିଖାଇବା ଏବଂ ନେଟୱାର୍କିଂ ସୁବିଧା ଦେବା ସହ ସେମାନଙ୍କୁ ଏକ ମଂଚ ପ୍ରଦାନ କରବା ପାଇଁ ଆଇଆଇଏମ୍ ସମ୍ବଲପୁରର ନିଜସ୍ୱ ଇନକ୍ୟୁବେସନ୍ ସେଂଟର ଅଛି । ତାହା ଇନୋଭେସନ୍ ଆଣ୍ଡ ଇନକ୍ୟୁବେସନ୍ ସେଲ୍ ଦ୍ୱାରା ପରିଚାଳିତ ହେବ ।
ଆଇଆଇଏମ୍ ସମ୍ବଲପୁର ସ୍ଥାପତ୍ୟ ସହିତ ଏକ ପ୍ରତୀକାତ୍ମକ ସମ୍ପର୍କ ଭାବେ ଆଂଚଳିକ କଳାକୁ ଯୋଡ଼ିବା ଉପରେ ଗୁରୁତ୍ୱ ଦେଉଛି । “ଇକତ” ନାମକ ଏକ ପାରମ୍ପରିକ ବୟନ ରଙ୍ଗ ପଦ୍ଧତିକୁ ଇଟାରେ ସ୍ଥାନିତ କରାଯାଇଛି ଯାହା କ୍ୟାମ୍ପସର ସୌନ୍ଦର୍ଯ୍ୟରେ ଉଲ୍ଲେଖନୀୟ ବୃଦ୍ଧି ଆଣିପାରିଛି ।
ଆଇଆଇଏମ୍ ସମ୍ବଲପୁର ଏହାର କ୍ୟାମ୍ପସ ପାଇଁ ୪ ତାରକା ଗ୍ରିହା ରେଟିଂ ହାସଲ କରି ସ୍ଥାୟିତ୍ୱର ବାର୍ତାବହନ ପାଲଟିଛି । ପରିବେଶ ସଚେତନତା ପ୍ରତି ପ୍ରତିଶ୍ରୁତିବଦ୍ଧ ଏହି ଅନୁଷ୍ଠାନ ଏହାର ପରିବେଶଗତ ପ୍ରଭାବକୁ ହ୍ରାସ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିଛି । କ୍ୟାମ୍ପସ ଛାତ ଉପରେ ଏକ ଫଟୋଭୋଲ୍ଟାଇକ୍ ସୌର ଶକ୍ତି ପ୍ଲାଂଟ୍ ରହିଛି ଯେଉଁଥିରେ ଆଲୋକ ନିୟନ୍ତ୍ରଣ କରୁଥିବା ମୁମେଂଟ ସେନସର, ସୌର ଜଳ ଉତାପ ପ୍ରଣାଳୀ ଏବଂ ଏଲ୍‌ଇଡି ଲାଇଟିଂ ଭଳି ଉନ୍ନତ ବୈଶିଷ୍ଟ୍ୟ ରହିଛି । ବାହ୍ୟ ଆଲୋକ ପାଇଁ ଆଷ୍ଟ୍ରୋନୋମିକାଲ ଟାଇମର୍ସର ବ୍ୟବସ୍ଥା ଥିବା ବେଳେ ଉଚ୍ଚ ବିଇଇ ଷ୍ଟାର ରେଟିଂ ଶକ୍ତି ଦକ୍ଷତା ପ୍ରତି ଅନୁଷ୍ଠାନର ସମର୍ପଣକୁ ଦର୍ଶାଉଛି । ଏହା ଦ୍ୱାରା କ୍ୟାମ୍ପସରେ ବିଦ୍ୟୁତ ବ୍ୟବହାରକୁ ୫୫% ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜଳ ସଂରକ୍ଷଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଆଇଆଇଏମ୍ ସମ୍ବଲପୁର ମଧ୍ୟ ଏକ ଅନ୍‌ସାଇଟ୍ ବର୍ଜ୍ୟଜଳ ବିଶୋଧନ ବ୍ୟବସ୍ଥା କାର୍ଯ୍ୟକାରୀ କରିଛି । ସେଥିରେ ପ୍ରାୟ ୮୦% ଜଳର ପୁନଃବ୍ୟବହାର କରାଯାଇଛି । ଏହି ପୁନଃବ୍ୟବହାର କରାଯାଇଥିବା ଜଳକୁ ବୁଦ୍ଧିମତାର ସହ ଉଦ୍ୟାନ କୃଷି ଏବଂ ଫ୍ଲାସିଂ ପାଇଁ ପୁନଃବ୍ୟବହାର କରାଯାଉଛି । ନିରନ୍ତର ଅଭ୍ୟାସ ଏବଂ ଦାୟିତ୍ୱବାନ ସମ୍ବଳ ପରିଚାଳନା ପ୍ରତି ଅନୁଷ୍ଠାନର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି ।
ଆଇଆଇଏମ୍ ସମ୍ବଲପୁରରେ ବିଶ୍ୱସ୍ତରୀୟ ଲିଡରଙ୍କ ପାଇଁ ଦୁଇ ବର୍ଷିଆ ଏମବିଏ, ଉଦୀୟମାନ ନେତାଙ୍କ ପାଇଁ ସ୍ୱତନ୍ତ୍ର ଏକ୍ଜିକ୍ୟୁଟିଭ୍ ଏମ୍‌ବିଏ, ଦିଲ୍ଲୀ କ୍ୟାମ୍ପସରେ ଡୁଆଲ୍ ଡିଗ୍ରୀ ବିକଳ୍ପ ଥିବା ୱାର୍କିଂ ପ୍ରଫେସନାଲଙ୍କ ପାଇଁ ଏକ ନମନୀୟ ଏମ୍‌ବିଏ, ଅଭିନବ ପରିଚାଳନା ଶିକ୍ଷା ଉପରେ ଧ୍ୟାନ ଦେଉଥିବା ପିଏଚଡି କାର୍ଯ୍ୟକ୍ରମ ଏବଂ କର୍ମଜୀବୀ ପେସାଦାର (ୱାର୍କିଂ ପ୍ରଫେସନାଲ)ଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଏକ ଏକଜିକ୍ୟୁଟିଭ ପିଏଚ୍‌ଡି କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ଆଇଆଇଏମ୍ ସମ୍ବଲପୁରର ଏମ୍‌ଡିପି କାର୍ଯ୍ୟକ୍ରମରେ ଭବିଷ୍ୟତ ବିଷୟବସ୍ତୁ, ସାଧାରଣ ପରିଚାଳନା ଏବଂ ଅନୁଷ୍ଠାନଗୁଡ଼ିକ ପାଇଁ ବିଭିନ୍ନ ସୁବିଧା ରହିଛି । ଏହି ଏମଡିପିଏସ ହେଉଛି ଏକ ନିର୍ଦ୍ଦିଷ୍ଟ ଆବଶ୍ୟକତା ସହିତ ଅଂଶଗ୍ରହଣକାରୀଙ୍କ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରସ୍ତୁତ୍ କରାଯାଇଥିବା ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଏଭଳି କାର୍ଯ୍ୟକ୍ରମ ଗ୍ରାହକଙ୍କ ଆବଶ୍ୟକତା-ବିଶ୍ଳେଷଣ, ଶିଳ୍ପ ଆବଶ୍ୟକତାକୁ ବୁଝିବା ଏବଂ ଉପଯୁକ୍ତ ପରିପ୍ରେକ୍ଷୀ ଅନୁକରଣ କରିବା ପାଇଁ ପ୍ରଶିକ୍ଷଣ ବିଷୟବସ୍ତୁ ବିକଶିତ କରିବା ଲାଗି ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମଗୁଡ଼ିକ ଆଇଆଇଏମ ସମ୍ବଲପୁରର ଏକ ବ୍ୟାପକ ଶିକ୍ଷା ପ୍ରଦାନ ପାଇଁ ପ୍ରତିଶ୍ରୁତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ଏହି କାର୍ଯ୍ୟକ୍ରମଗୁଡ଼ିକ ସମକାଳୀନ ବ୍ୟବସାୟ କ୍ଷେତ୍ରର ଉଦୀୟମାନ ଚାହିଦାକୁ ପୂରଣ କରୁଛି ।
ନିକଟରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଆଇଏମ୍ ସମ୍ବଲପୁରଠାରେ ୪ ଦିନିଆ ନବମ ପାନ୍ ଆଇଆଇଏମ୍ ବିଶ୍ୱ ପରିଚାଳନା ସମ୍ମିଳନୀ (ଡବ୍ଲ୍ୟୁଏମସି)ର ଏକ ଅଂଶ ଭାବରେ “ରଙ୍ଗବତୀ” ସାଂସ୍କୃତିକ ଓ ସ୍ଥାୟୀ ପରିଚାଳନା ଉତ୍କର୍ଷ କେନ୍ଦ୍ର\’କୁ ଉଦ୍‌ଘାଟନ କରିଥିଲେ । ଏଥିରେ ପଶ୍ଚିମ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ଇତିହାସ ଉପରେ ଗବେଷଣା ସହ ବୟନଶିଳ୍ପ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ।

Share

Leave a Reply

Your email address will not be published. Required fields are marked *

20 + 16 =