ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଜାନୁଆରିରେ ୪,୧୯,୩୯୫ ୟୁନିଟ୍ ଗାଡ଼ି ବିକ୍ରି

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ୨୦୨୪ ଜାନୁଆରି ମାସର ବିକ୍ରି ଫଳାଫଳ ଘୋଷଣା କରାଯାଇଛି । ଏହି ମାସରେ କଂପାନି ୪,୧୯,୩୯୫ ଗାଡ଼ି ବିକ୍ରି କରିଛ । ଦେଶ ଭିତରେ କମ୍ପାନି ୩,୮୨,୫୧୨ଟି ଗାଡ଼ି ବିକ୍ରି କରିଥିବା ବେଳେ ୩୬,୮୮୩ଟି ଗାଡ଼ି ରପ୍ତାନି କରିଛି । ଗତବର୍ଷର ଜାନୁଆରି ତୁଳନାରେ ଦେଶ ଭିତର ବିକ୍ରିରେ କମ୍ପାନି ୩୮ ପ୍ରତିଶତ ଏବଂ ରପ୍ତାନିରେ ୧୦୨ ପ୍ରତିଶତ ବୃଦ୍ଧି ହାସଲ କରିଛି ।
ଆଲୋଚ୍ୟ ମାସେରେ କଂପାନି ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଗୁଜରାଟର ବିଠଲପୁରଠାରେ ଥିବା ଏହାର ଚତୁର୍ଥ ଦୁଇଚକିଆ କାରଖାନାର ତୃତୀୟ ଆସେଲମ୍ବି ଲାଇନ୍‌କୁ ଆରମ୍ଭ କରିଛି । ଫଳରେ କାରଖାନାର ଉତ୍ପାଦନ କ୍ଷମତା ୬.୫ ଲକ୍ଷକୁ ବୃଦ୍ଧି ପାଇଛି । ଗ୍ରାହକଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କମ୍ପାନି ପକ୍ଷରୁ ପଶ୍ଚିମବଙ୍ଗରେ ଏକ ନକଲି ଇଞ୍ଜିନ ଅଏଲ୍ ଉତ୍ପାଦନ ଓ ବିତରଣ ର‌୍ୟାକେଟ୍ ଉପରେ ଚଢ଼ଉ କରାଯାଇଥିଲା ।
ନୂଆ ଉତ୍ପାଦ ମଧ୍ୟରେ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ଏନ୍‌ଏକ୍ସ୫୦୦ ଆଡଭେଂଚର ଟୁରର୍‌କୁ ଉନ୍ମୋଚନ କରାଯାଇଛି । ଏହାର ଏକ୍ସ ସୋ’ରୁମ୍ (ନୂଆଦିଲ୍ଲୀ) ଦାମ୍ ହେଉଛି ୫,୯୦,୦୦୦ ଟଙ୍କା ।
ନିଜର ଉପସ୍ଥିତିକୁ ବଢ଼ାଇବା ଲାଗି ନେଟ୍‌ୱର୍କ ସମ୍ପ୍ରସାରଣ କରି କମ୍ପାନି ଗୁଜରାଟର ରାଜକୋଟରେ ଏକ ନୂଆ ସେଲ୍‌ସ ଆଣ୍ଡ୍ ସର୍ଭିସ୍ ରେଡ୍ ୱିଙ୍ଗ୍ ଆଉଟ୍‌ଲେଟ୍ ଉନ୍ମୋଚନ କରିଛି ।
ସଡ଼କ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି କମ୍ପାନି ପକ୍ଷରୁ ଅହମ୍ମଦାବାଦ, ଡେରାଡୁନ, ଡେବିଆଲ, ପୁନେ, ଅମ୍ବାଲା, ଜବଲପୁର, କୋଟାୟାମ, ଗୁରୁଗ୍ରାମ, ରାଜମୁଣ୍ଡାରିରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କମ୍ପାନି ପକ୍ଷରୁ ତାମିଲନାଡ଼ୁର କୋଏମ୍ବାଟୁର ଟ୍ରାଫିକ୍ ଟ୍ରେନିଂ ପାର୍କର ୭ ବାର୍ଷିକୀ ପାଳନ କରାଯାଇଛି ।
ମୋଟରସ୍ପୋର୍ଟସ୍‌ରେ ମୋନଷ୍ଟର ଏନର୍ଜି ହୋଣ୍ଡା ଟିମ୍‌ର ଚାଳକ ରିକି ବ୍ରାବେକ୍ ଡାକାର ରାଲି ୨୦୨୪ ଜିତିଥିଲେ । ତାଙ୍କ ଦଳୀୟ ସାଥୀ ଆଡ୍ରିଏନ ଭାନ୍ ବେଭେରେନ୍ ତୃତୀୟ ସ୍ଥାନରେ ରହିଥିଲେ ।

Share

Leave a Reply

Your email address will not be published. Required fields are marked *

ten − 9 =